ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା ସହ ହଠାତ ଗୋଟିଏ ବିମାନ ପିଟି ହୋଇଯାଇଛି। ଏହି ଦୁର୍ଘଟଣାର କିଛି ଭୟଙ୍କର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ବେଜିଂର ଗୁଓମାଓ ଜିଲାରେ ଥିବା ଏକ ୧୦୯ ମହଲା ବିଶିଷ୍ଟ ବିଲଡିଂ ସହ ଏକ ବିମାନ ପିଟି ହୋଇଛି। ଏହି ସୁଉଚ୍ଚ ଅଟ୍ଟାଳିକାର ନାମ ‘CITIC ଟାୱାର’ (CITIC Tower), ଯାହାକୁ ସ୍ଥାନୀୟ ଭାବେ ‘ଚାଇନା ଜୁନ୍‌’ (China Zun) ମଧ୍ୟ କୁହାଯାଏ।
ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ଅଟ୍ଟାଳିକା ସହ ଧକ୍କା ହୋଇଥିବା ବିମାନଟି ଏକ ‘ସନୱାର୍ଡ SA୬୦L ଆରୋରା ଲାଇଟ ଏୟାରକ୍ରାଫ୍ଟ’ ଥିଲା। ଦୁର୍ଘଟଣା ପରେ ବିମାନର ଡେଣା ସହ ଅନ୍ୟାନ୍ୟ ଭଗ୍ନାବଶେଷ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରୁ ମିଳିଥିବା ଭିଡିଓ ଫୁଟେଜ ଅନୁସାରେ, ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏହି ଦୁର୍ଘଟଣା ପ୍ରକୃତରେ କେମିତି ହେଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ଏହି ବିମାନର କମାଣ୍ଡ କ୍ୟାପଟେନ ଲିୟୁ ଜୁନହୁଆଙ୍କ ହାତରେ ଥିଲା, ଯିଏ କି ସ୍ଥାନୀୟ ଏୟାରସ୍ପେସ୍‌ରେ ଏକ ସୋଲୋ (ଏକାକୀ) ଉଡ଼ାଣରେ ଥିଲେ। ବିମାନଟି ସା ପ୍ରାୟ ୫:୩୦ ସମୟରେ ‘ଶିଫୋସି ଏୟାରପୋର୍ଟ’ରୁ ଉଡ଼ାଣ ଭରିଥିଲା ଏବଂ ପ୍ରାୟ ୧୦ ମିନିଟ ପରେ ଫେରିଆସି ଅବତରଣ ପାଇଁ ପ୍ରସ୍ତୁତ ହେଉଥିଲା।
ରନୱେ-୧୮ ପାଇଁ ପଶ୍ଚିମ ଦିଗରୁ ଆପ୍ରୋଚ୍‌ କରିବା ସମୟରେ ବିମାନଟି ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ପାଳନ କରିନଥିଲା। ଏହା ସ୍ଥାନୀୟ ଏୟାରସ୍ପେସ୍‌ ବାହାରକୁ ଚାଲିଯାଇଥିଲା ଏବଂ କ୍ରମାଗତ ଭାବେ ୨୭୦ ଡିଗ୍ରୀ ଦିଗରେ ଉଡ଼ୁଥିଲା।
ସ୍ଥାନୀୟ ଏୟାର ଟ୍ରାଫିକ୍‌ ମନିଟରିଂ ସିଷ୍ଟମ କିଛି ସମୟ ପରେ ବିମାନକୁ ’ଇଷ୍ଟ ଫିଫ୍ଥ ରିଙ୍ଗ୍‌ ରୋଡଥ’ ନିକଟରେ ଟ୍ରାକ କରିଥିଲା, ମାତ୍ର ଏହାପରେ ହଠାତ ବିମାନର ସିଗନାଲ ଗାୟବ ହୋଇଯାଇଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) କ୍ୟାପଟେନ୍‌ ଲିୟୁ ଜୁନହୁଆଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଏହାର କିଛି ସମୟ ପରେ ହିଁ ବିମାନଟି ବିଲଡିଂ ସହ ପିଟି ହୋଇଯାଇଥିଲା।
Dharitri – Odisha’s No.1 Odia Daily

Share