ରାଉରକେଲାରୁ ବିମାନ ଚଳାଚଳ ଉପରେ ସଙ୍କଟ ଘନେଇଲା

ରାଉରକେଲା ଅଫିସ,୩ା୬: ଶିଳ୍ପ ରାଜଧାନୀ ତଥା ସ୍ମାର୍ଟ ସିଟି ରାଉରକେଲା ସହ ବିମାନ ଚଳାଚଳ ନେଇ ବହୁ ଦିନରୁ ଦାବି ହୋଇଆସୁଥିଲା। ବିମାନ ସେବା ନ ଥିବା ଯୋଗୁ ଏକ୍ସଆଇଏମଏବି, ମେଡ଼ିକାଲ କଲେଜ ଓ ୨୦ ରୁ ଊର୍ଦ୍ଧ୍ୱ ବହୁମୁଖୀ ଯୋଜନା ବାଟ କାଟି ଅନ୍ୟ ସ୍ଥାନକୁ ଚାଲି ଯାଇଥିଲା। ଦୀର୍ଘ ଦିନର ଦାବି ପରେ ବହୁ ପ୍ରତିକ୍ଷୀତ ବିମାନ ସେବା ଉଡ଼ାଣ ଯୋଜନା ଆରମ୍ଭ ହେଲା ରାଉରକେଲାରେ। ଏଫ୍‌ଆଇଏଚ୍‌ ଓ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ପୁରୁଷ ବିଶ୍ୱ କପ ସମୟରେ ବିମାନ ଚଳାଚଳ ଆରମ୍ଭ ହେଲା। ଚଳିତବର୍ଷ ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସେବା ଉପରେ ସମ୍ପ୍ରତି ସଙ୍କଟ ଘନେଇଛି। ପ୍ରାୟ ୬ ମାସ ଚଳାଚଳ ମଧ୍ୟରେ ୮ଥର ବାତିଲ କରାଯାଇଛି। ଖରାପ ପାଣିପାଗ ଓ କମ ପାରିଦର୍ଶିତା ଯୋଗୁ ଏହି ସେବା ବାତିଲ ହୋଇଛି। ୫ ହଜାର ମିଟର ପାରିଦର୍ଶିତା ପରିମାପକରୁ ହ୍ରାସ ପାଉଥିବାବେଳେ ଉଡାଣକୁ କର୍ତ୍ତୃପକ୍ଷ ବାଧ୍ୟତାମୂଳକ ଭାବେ ବାତିଲ କରୁଛନ୍ତି। ଏହିପରି ସୂଚନା ଦେଇଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)ଷ୍ଟେସନ୍‌ ପ୍ରବନ୍ଧକ ରାହୁଲ ସିଂ। ଯଥାଶୀଘ୍ର ଇଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲଏସ୍‌) ବ୍ୟବସ୍ଥା କରାଗଲେ ଏହି ସଙ୍କଟକୁ ଦୂରେଇ ହେବ ବୋଲି କହିଛନ୍ତି। ରାଉରକେଲା ଏକ ଶିଳ୍ପ ନଗରୀ ହୋଇଥିବା ଯୋଗୁ ବାୟୁରେ ଅଧିକ ପରିମାଣରେ ଧୂଆଁ ଅଂଶ ରହୁଛି। ବିମାନ ଅବତରଣ ମାନକାଙ୍କ ଅନୁଯାୟୀ ୫ ହଜାର ମିଟର ବ୍ୟବଧାନରୁ ପାରିଦର୍ଶିତା ରହିବା ଉଚିତ। ହେଲେ ସମୟେ ସମୟେ ଏହା ୨-୩ ହଜାର ମିଟରକୁ ହ୍ରାସ ପାଉଛି। ଫଳରେ ବାଧ୍ୟହୋଇ ପ୍ଲାଇଟକୁ ଅନ୍ୟତ୍ର ଲ୍ୟାଣ୍ଡିଂ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଅତ୍ୟାଧୁନିକ ଆଇଏଲଏସ୍‌ ବ୍ୟବସ୍ଥା କରାଗଲେ ଏହା ପୂର୍ବ ସୂଚନା ଦେବା ସହ ବାତିଲ ସଂଖ୍ୟା ମଧ୍ୟ କମ ହେବ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳାଚଳ ବାତିଲ କରାଯାଉଛି। ଆଗାମୀ ବର୍ଷାଋତୁରେ ବାତିଲ ଅଧିକ ହେବା ସମ୍ଭାବନା ରହିଛି ବୋଲି ସିଂ କହିଛନ୍ତି। ଅପରପକ୍ଷରେ ଏହି ସମସ୍ୟାକୁ ନେଇ ସଚେତନ ନାଗରିକ ମଞ୍ଚର ସଭାପତି ଇଂ.ବିମଳ ବିଶି କେନ୍ଦ୍ର ଉଡ଼ୟନ ମନ୍ତ୍ରୀଙ୍କୁ ଏକ ଚିଠି ଶୁକ୍ରବାର ପ୍ରେରଣ କରିଛନ୍ତି। ବାରମ୍ବାର ଏହିପରି ବିମାନସେବା ଖରାପ ପାଣିପାଗ ଯୋଗୁ ବାତିଲ ହେବା ଦ୍ୱାରା ଆାଗାମୀ ଦିନରେ ରାଉରକେଲାରେ ହେବାକୁ ଥିବା ମେଡ଼ିକାଲ ହବ ଏବଂ ଆଇଟି ହବ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ। କିଛି ଦିନ ମଧ୍ୟରେ ସହରରେ ଆପୋଲୋ ହସପିଟାଲ କାର୍ଯ୍ୟକାରୀ ହେବାକୁ ଥିବାବେଳେ ବିଶେଷଜ୍ଞ, ଅଭିଜ୍ଞ ଡାକ୍ତରମାନେ ଆସିବା ସମ୍ଭବ ହେବନି। ଏପରିକି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ରାଉରକେଲାରେ ବାହାର ସ୍ଥାନରୁ ପ୍ରାଧ୍ୟାପକ ଓ ଅନ୍ୟ ଶିକ୍ଷାବିତ୍‌ମାନେ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବ। ବର୍ଷାଋତୁରେ ଖରାପ ପାଣିପାଗ ନକାରତ୍ମକ ପ୍ରଭାବ ପକାଇବ। ଯାତ୍ରୀମାନଙ୍କ ବହୁମୂଲ୍ୟ ଜୀବନ ଓ ସୁରକ୍ଷା ଦୃଷ୍ଟିକୋଣରୁ ତୁରନ୍ତ ବିମାନବନ୍ଦରରେ ଆଇଏଲଏସ୍‌ ସିଷ୍ଟମ ଲଗାଇବା ପାଇଁ ଆବଶ୍ୟକତା ରହିଛି। ଏହାପାଇଁ ୬କୋଟି ଟଙ୍କା ରାଣି ପାଣ୍ଠି ବାବଦରେ ପ୍ରଦାନ କରାଯାଉ ବୋଲି ବିଶି ଦାବି କରିଛନ୍ତି। ଏହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ସୁନ୍ଦରଗଡ଼ ସାଂସଦଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ୨୦୧୯ ମସିହାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଥିବା ବେଳେ ଉଡାଣ ପାଇଁ ୨୦୨୨ ଡିସେମ୍ବର ମାସରୁ ଅନୁମତି ମିଳିଥିଲା। ରାଉରକେଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଉଡାଣ ଜାରିରହିଛି। ରାଉରକେଲାରୁ କୋଲକାତା ଓ ବାଙ୍ଗଲୋରକୁ ସିଧାସଳଖ ଉଡ଼ାଣ ପାଇଁ ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri