Posted inଜାତୀୟ

ଏମିତି ପ୍ରଦୂଷଣ ବଢିଲେ କମ ହେବ ଜୀବନର ୫.୩ ବର୍ଷ ଆୟୁଷ! ନୂଆ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୩୧।୮: ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏକ ଜ୍ୱଳନ୍ତ ପ୍ରସଙ୍ଗ। ଏଡାଦ୍ୱାରା ଲୋକଙ୍କ ଜୀବନ ବହୁ ପରିମାଣରେ ପ୍ରଭାବିତ ହେଉଛି। ସିକାଗୋ ବିଶ୍ୱିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି କି ବାୟୁ ପ୍ରଦୂଷଣ ଦକ୍ଷିଣ ଏସିଆରେ ରହୁଥିବା ଲୋକଙ୍କ ଜୀବନରେ ୫.୧ ବର୍ଷ ପର୍ଯ୍ୟନ୍ତ ଆୟୁଷ କମ କରି ଦେଉଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୧୩ ପରଠାରୁ ବିଶ୍ୱ ପ୍ରଦୂଷଣର ପ୍ରାୟ ୫୯ପ୍ରତିଶତ ବୃଦ୍ଧି କେବଳ ଭାରତରୁ ଆସିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ପରିସ୍ଥିତି ସବୁଠାରୁ ବିପଜ୍ଜନକ ଅଟେ।

ନିକଟରେ, ‘ଏୟାର କ୍ୱାଲିଟି ଅଫ ଲାଇଫ ଇଣ୍ଡେକ୍ସ (AQLI) ବାର୍ଷିକ ଅପଡେଟ ୨୦୨୩ ପ୍ରକାଶିତ କରାଯାଇଛି। ଏହା ସିକାଗୋ ବିଶ୍ୱବିଦ୍ୟାଳୟର ଶକ୍ତି ନୀତି ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ହୋଇଥିଲା। ଆୟୁଷ ଉପରେ କଣିକା ପ୍ରଦୂଷଣର ପ୍ରଭାବ AQLI ମାପ କରେ। ସାମ୍ପ୍ରତିକ ରିପୋର୍ଟରେ ୨୦୨୧ପାଇଁ କଣିକା ପଦାର୍ଥ ତଥ୍ୟ ବିଶ୍ଳେଷଣ କରାଯାଇଥିଲା।
AQLI ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ଚାରିଟି ପ୍ରଦୂଷିତ ଦେଶ ଦକ୍ଷିଣ ଏସିଆର, ଯେଉଁଠାରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ବାସ କରନ୍ତି। ଯଦି ପ୍ରଦୂଷଣ ସ୍ତର ଜାରି ରହେ, ତେବେ ଭାରତ, ବାଂଲାଦେଶ, ନେପାଳ ଏବଂ ପାକିସ୍ଥାନର ଲୋକଙ୍କ ହାରାହାରି ଆୟୁଷ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହ୍ରାସ ହୋଇପାରେ।
ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୩ରୁ ବିଶ୍ୱରେ ପ୍ରଦୂଷଣର ପ୍ରାୟ ୫୯ ପ୍ରତିଶତ କେବଳ ଭାରତରୁ ଆସିଛି। ପିଏମ ୨.୫ତଥ୍ୟ ଅନୁଯାୟୀ, ଭାରତରେ ପ୍ରଦୂଷଣ ୨୦୨୦ରେ ୫୬.୨ୟୁଜି/ଏମ୩ରୁ ୨୦୨୧ରେ ୫୮.୭ୟୁଜି/ଏମ୩କୁ ବୃଦ୍ଧି ପାଇଛି ଯାହା ଡବ୍ଲୁଏଚଓ ଗାଇଡଲାଇନ ଠାରୁ ୧୦ଗୁଣ ଅଧିକ। ଯଦି ଡବ୍ଲୁଏଚଓର ନିର୍ଦ୍ଦେଶାବଳୀ ପାଳନ କରାଯାଏ ନାହିଁ, ତେବେ ଦେଶବାସୀଙ୍କ ହାରାହାରି ଆୟୁ ୫.୩ ବର୍ଷ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri