Posted inଜାତୀୟ

ଦିଲ୍ଲୀ-ଏନସିଆରରେ ଶୀତ ସହ ବଢିଲାଣି ବାୟୁ ପ୍ରଦୂଷଣର ପ୍ରକୋପ

ନୂଆଦିଲ୍ଲୀ,୧୭ ।୧୦: ବଦଳିଲାଣି ଦିଲ୍ଲୀ-ଏନସିଆରର ପାଣିପାଗ । ଏଠାରେ ସକାଳେ ଓ ସନ୍ଧ୍ୟାରେ ସାମନ୍ୟ ଥଣ୍ଡା ଅନୁଭୁତ ହେଲାଣି । ଏହାସହ ଦିନରେ ଖରାର ତାତି ବି ଅନୁଭୁତ ହେଉଛି । ହେଲେ ଗରମ ଏତେ ଅଧିକ ନାହିଁ । ରବିବାର ଏଠାରେ ପାଗ ଶୁଖିଲା ରହିଥିବା ବେଳେ ଖରା ହୋଇଥିଲା । ତାପମାତ୍ରାରେ ବି ସେମିତି ଅଧିକ ପରିବର୍ତ୍ତନ ହୋଇନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ଓ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରୀ ରହିଥିଲା । ତେବେ ଅକ୍ଟୋବର ଶେଷ ସୁଦ୍ଧା ଏଠାରେ ଶୀତର ପ୍ରକୋପ ବଢିଯିବ ବୋଲି ଅନୁମାନ କରାଯାଇଛି ।
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଲାଗାତାର ଭାବେ ବଢିବାରେ ଲାଗିଛି । ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ସୂଚକାଙ୍କ ଖରାପରୁ ଅତି ଖରାପ ଥିବା କୁହାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାରରେ ସୋମବାର ସକାଳେ ବାୟୁର ଗୁଣବର୍ତ୍ତା ଅତି ଖରାପ ଶ୍ରେଣୀରେ ଆସିଯାଇଛି । ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୨୧ ରେକର୍ଡ କରାଯାଇଛି । ତେଣୁ ଏବେଠାରୁ ଦିଲ୍ଲୀ-ଏନ୍‌ସିଆରରେ ଥଣ୍ଡା ବଢିବା ସହ ବାୟୁ ପ୍ରଦୂଷଣର ମାତ୍ରାବି ବଢିବାରେ ଲାଗିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri