Categories: ବାଣିଜ୍ୟ

୫୦% ଭତ୍ତା କାଟିବ ଏୟାର ଇଣ୍ଡିଆ

ନୂଆଦିଲ୍ଳୀ,୨୪।୭: ଅନ୍ୟ ବିମାନ କମ୍ପାନୀଙ୍କ ଭଳି ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ଛଟେଇ କରିବ ନାହିଁ। କମ୍ପାନୀ ପକ୍ଷରୁ ଗୁରୁବାର ଏ ନେଇ ସ୍ପଷ୍ଟ କରାଯାଇଛି। ଅପରପକ୍ଷରେ କର୍ମଚାରୀଙ୍କ ଭତ୍ତା ୫୦% ହ୍ରାସ ହେବ ବୋଲି ଏହା ଟୁଇଟ ଯୋଗେ ସୂଚନା ଦେଇଛି। କରୋନା ପାଇଁ ସାରା ବିଶ୍ୱରେ ବିମାନ ଚଳାଚଳ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ଦେଶର ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଇଣ୍ଡିଗୋ ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। ଏଭଳି ସ୍ଥିତିରେ ଏହାର ଇଣ୍ଡିଆ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। କମ୍ପାନୀ କେବଳ ଭତ୍ତାରେ କାଟ କରିବ କୌଣସି କର୍ମଚାରୀଙ୍କୁ ଚାକିରି ହଇାଇବାକୁ ପଡିବ ନାହିଁ। କର୍ମଚାରୀଙ୍କ ବାବଦ ହେଉଥିବା ଖର୍ଚ୍ଚକୁ କାଟ କରିବା ଲାଗି ଗୁରୁବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହେବା ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share