Posted inଜାତୀୟ

ଚଳିତ ଶେଷ ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ପଞ୍ଚମ ପିଢିର ସ୍ୱେଦେଶୀ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିର ସୂଚନା ମିଳିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପକ୍ଷରୁ ଚଳିତ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ଦୁଇଟି ତେଜସ ମାର୍କ-୧ଏ (Tejas Mark-1A) ଯୁଦ୍ଧବିମାନ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ମଙ୍ଗଳବାର ନିଶ୍ଚିତ କରିଛି।

ତେଜସ ମାର୍କ-୧ଏ ଏକ ଅତ୍ୟାଧୁନିକ ଏକକ ଇଞ୍ଜିନ ବିଶିଷ୍ଟ ମଲ୍ଟି-ରୋଲ ଯୁଦ୍ଧବିମାନ, ଯାହା ବାୟୁ ପ୍ରତିରକ୍ଷା, ସାମୁଦ୍ରିକ ନିରୀକ୍ଷଣ ଓ ଆକ୍ରମଣ ଭୂମିକା ପାଇଁ ଡିଜାଇନ କରାଯାଇଛି। ଏହା ଭାରତୀୟ ବାୟୁସେନାର କାର୍ଯ୍ୟଦକ୍ଷତାକୁ ନୂଆ ଉଚ୍ଚତା ପ୍ରଦାନ କରିବ।

ପୋର୍ଟ ଅନୁଯାୟୀ, ମୋଦି ସରକାର ‘ମେକ୍ ଇନ ଇଣ୍ଡିଆ’କୁ ବଳ ଦେବା ପାଇଁ ୬୭,୦୦୦ କୋଟି ଟଙ୍କାରେ ୯୭ଟି ଅଧିକ ତେଜସ ମାର୍କ-୧ଏ ଯୁଦ୍ଧବିମାନ କ୍ରୟ ପାଇଁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ HAL ପାଖରେ ୩୮ଟି ତେଜସ ବିମାନ ସେବାରେ ରହିଛି ଏବଂ ୮୦ଟି ନିର୍ମାଣାଧୀନ ଅଛି। ନୂଆ ଚୁକ୍ତି ଚୂଡ଼ାନ୍ତ ହେଲେ HALର ଅର୍ଡର ବୁକ୍ ୪ରୁ ୫ ବର୍ଷ ପାଇଁ ପୂର୍ଣ୍ଣ ରହିବ।

ତେଜସ କାର୍ଯ୍ୟକ୍ରମ ଜିଇ ଏରୋସ୍ପେସ୍‌ରୁ ଇଞ୍ଜିନ ଯୋଗାଣରେ ବିଳମ୍ବ ଭଳି କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ତଥାପି, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, HAL ଏହି ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ କରି ରାଡାର ଓ ଭାରତୀୟ ଅସ୍ତ୍ରଶସ୍ତ୍ର ସଂଯୋଗ କରି ତେଜସ ମାର୍କ-୧ଏକୁ ବାୟୁସେନା ପାଇଁ ଏକ ମୁଖ୍ୟ ସମ୍ପଦ କରିବ।

ବାୟୁସେନାର ବର୍ତ୍ତମାନ ୩୧ଟି ଅପରେସନାଲ ସ୍କ୍ୱାଡ୍ରନ ଥିବାବେଳେ ଅନୁମୋଦିତ ଶକ୍ତି ୪୨ଟି। ତେଜସ ମାର୍କ-୧ଏର ଅନ୍ତର୍ଭୁକ୍ତି ଏହି ଅନ୍ତରକୁ ପୂରଣ କରିବା ସହ ଭାରତୀୟ ବାୟୁସେନାର ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri