ବିମାନ ଭଡା ପୁଣି ବେଲଗାମ, ଦିଲ୍ଲୀରୁ ମୁମ୍ବାଇ ଭଡା ହେଲା ୫ ଗୁଣା…

ନୂଆଦିଲ୍ଲୀ/ମୁମ୍ବାଇ,୧୩।୧୨ : ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିମାନ ଭଡା ପ୍ରାୟ ୫ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ହେଲେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରର ଭଡା ପ୍ରାୟ ୨୭ ହଜାର ଟଙ୍କାରେ ପହଞ୍ଚିଛି। ଏହା କେବଳ ଦିଲ୍ଲୀର ମୁମ୍ବାଇ ନୁହେଁ, ଦିଲ୍ଲୀରୁ ଅନ୍ୟ ଗନ୍ତବ୍ୟ ସ୍ଥଳକୁ ମଧ୍ୟ ବିମାନ ଭଡା ଆକାଶ ଛୁଆଁ ହେବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ବିମାନ ଚଳାଚଳର ଏହି ବୃଦ୍ଧି ପଛରେ କେଉଁ କାରଣ ରହିଛି ସେ ନେଇ ଯାତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ବିମାନ ସେବା ଦ୍ୱାରା ଭଡା ବୃଦ୍ଧି ସମ୍ପର୍କରେ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କାରଣ କୁହା ଯାଇଛି। ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡକ୍ଟର ଭି.କେ ସିଂ ରାଜ୍ୟସଭାରେ ତାଙ୍କ ଲିଖିତ ଉତ୍ତରରେ କହିଛନ୍ତି ଏୟାର କର୍ପୋରେଶନ ଆକ୍ଟ ଲାଗୁ ହେବା ପରେ ଭଡା ନିର୍ଣ୍ଣୟ କରିବାରେ ସରକାରଙ୍କ ହସ୍ତକ୍ଷେପ ମାର୍ଚ୍ଚ ୧୯୯୪ ଠାରୁ ଶେଷ ହୋଇଛି। ବିମାନ ନିୟମ ୧୯୩୭ ରେ, ସମସ୍ତ ନିର୍ଦ୍ଧାରିତ ଏୟାରଲାଇନ୍ସକୁ ଅପରେଟିଂ ଖର୍ଚ୍ଚ ଏବଂ ସେମାନଙ୍କର ବିଶେଷ ସେବା ଆଧାରରେ ସେମାନଙ୍କର ଭଡା ସ୍ଥିର କରିବାର ଅଧିକାର ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଜେନେରାଲ ଭି.କେ ସିଂ କହିଛନ୍ତି ଚାହିଦା ଏବଂ ଯୋଗାଣ ନୀତି ଆଧାରରେ ଭଡା ସ୍ଥିର ହୋଇଛି। ବିମାନରେ ସିଟ ଉପଲବ୍ଧତା, ଇନ୍ଧନର ମୂଲ୍ୟ, ସଂପୃକ୍ତ ମାର୍ଗରେ ବିମାନ ପରିଚାଳନା କ୍ଷମତା, ପାଣିପାଗ, ଛୁଟିଦିନ, ପର୍ବ ଇତ୍ୟାଦି ବ୍ୟତୀତ ବିମାନ ସେବା ମଧ୍ୟରେ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାରଣ ଦ୍ୱାରା ବିମାନ ଭଡା ନିର୍ଣ୍ଣୟ କରାଯାଏ। ଯାତ୍ରୀମାନେ ଅଗ୍ରୀମ ବୁକିଂ ମାଧ୍ୟମରେ କମ ମୂଲ୍ୟରେ ବିମାନ ଟିକେଟ ବୁକ କରିପାରିବେ। ଯାତ୍ରା ସମୟ ଯେତିକି ପାଖେଇ ଆସୁଛି, ଉପଲବ୍ଧ ସିଟ ଉପରେ ନିର୍ଭର କରି ବିମାନ ଭଡା ଅଧିକ ମହଙ୍ଗା ହୋଇଯାଇଥାଏ।

 

Why air fares have increased, Why are flights so expensive in 2023 in India, Why air travel is so costly in India, Has Indigo increased price, Increase in airfare international, why flight prices increase today, flight ticket price increase in india, why flight tickets are so expensive now in india, will flight prices go down in 2024, flight price trends 2024, when will international flight prices drop, when will flight prices drop 2024, 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri