Posted inଜାତୀୟ

ଏମ୍ସ ସର୍ଭର ହ୍ୟାକ କରିଥିଲା ଚାଇନା…

ନୂଆଦିଲ୍ଲୀ,୧୪।୧୨ : ଦିଲ୍ଲୀର ଏମ୍ଦ ହସ୍ପିଟାଲରେ ସାଇବର ଆକ୍ରମଣରେ ଏକ ଏଫଆଇଆର୍‌ ପଞ୍ଜିକୃତ ହୋଇଥିଲା। କୁହାଯାଉଥିଲା ଯେ ଏହି ସାଇବର ଆକ୍ରମଣ ଚାଇନା ଦ୍ୱାରା କରାଯାଇଛି। ହସ୍ପିଟାଲର ୧୦୦ ସର୍ଭର ମଧ୍ୟରୁ ୪୦କୁ ଫିଜିକାଲ ଭାବେ ହ୍ୟାକ କରାଯାଇଥିଲା। ଅନ୍ୟ ୬୦କୁ ଭର୍ଚୁଆଲ ଭାବେ ହ୍ୟାକ କରାଯାଇଥିଲା। ପାଞ୍ଚଟି ସର୍ଭରର ତଥ୍ୟକୁ ସଫଳତାର ସହ ହ୍ୟାକରମାନଙ୍କଠାରୁ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି।

ନଭେମ୍ବର ୨୫ ରେ, ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେଶନ୍ସ (ଆଇଏଫଏସଏ) ୟୁନିଟ ଦ୍ୱାରା ଚୋରା ଚାଲାଣ ଏବଂ ସାଇବର ଆତଙ୍କବାଦ ମାମଲା ପଞ୍ଜିକୃତ ହୋଇଥିଲା। ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ବର୍ତ୍ତମାନ ଟାର୍ଗେଟ ରେନ୍ସମୱେୟାର ଆକ୍ରମଣର ଯାଞ୍ଚ କରୁଛି। ଏନଆଇଏ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସାଇବର କ୍ରାଇମ ସେଲ, ଇଣ୍ଡିଆନ ସାଇବର କ୍ରାଇମ ସମନ୍ବୟ, ଇଣ୍ଟେଲିଜେନ୍ସ ବ୍ୟୁରୋ, ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ମଧ୍ୟ ସାଇବର ଆକ୍ରମଣର ଯାଞ୍ଚ କରୁଛନ୍ତି।

ଦିଲ୍ଲୀ ଏମ୍ସ ପ୍ରଥମେ ୨୩ ନଭେମ୍ବରରେ ଏହାର ସର୍ଭର ଖରାପ ଥିବା ରିପୋର୍ଟ କରିଥିଲା। ସର୍ଭର ରକ୍ଷଣାବେକ୍ଷଣ ପାଇଁ ପୋଷ୍ଟ କରାଯାଇଥିବା ଦୁଇ ବିଶ୍ଳେଷକ ମଧ୍ୟ ସାଇବର ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଏଆଇଏମଏସ ଅଧିକାରୀମାନେ ଏକ ବିବୃତ୍ତିରେ କହିଛନ୍ତି ଯେ ଇ-ହସ୍ପିଟାଲର ତଥ୍ୟ ପୁନଃ ସ୍ଥାପିତ ହୋଇଛି। ସେବାଗୁଡିକ ପୁନଃ ସ୍ଥାପିତ ହେବା ପୂର୍ବରୁ ନେଟୱାର୍କ ସଫା କରାଯାଉଛି । ଡାକ୍ତରଖାନା ସେବା ପାଇଁ ତଥ୍ୟର ପରିମାଣ ଏବଂ ବହୁ ସଂଖ୍ୟକ ସର୍ଭର / କମ୍ପ୍ୟୁଟର ଯୋଗୁଁ ଏହି ପ୍ରକ୍ରିୟା କିଛି ସମୟ ନେଉଛି। ସାଇବର ସୁରକ୍ଷା ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri