Posted inଜାତୀୟ

ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ସମେତ ଅନ୍ୟ କେନ୍ଦ୍ର ସରକାରୀ ହସପିଟାଲ ହାଫ୍‌ ଡେ: ମୃତ୍ୟୁ ଘଟୁଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ କହିବେ କି ଡାକ୍ତର, ବିରୋଧୀ କହିଲେ ‘ହେ ରାମ’…

ନୂଆଦିଲ୍ଲୀ,୨୧।୧ : ଜାନୁଆରୀ ୨୨ ସୋମବାର, ରାମ ମନ୍ଦିରର ପବିତ୍ର ଉଦଘାଟନୀ ଦିବସରେ ଦିଲ୍ଲୀର ଏମ୍ସ ସହିତ ସମସ୍ତ କେନ୍ଦ୍ରୀୟ ଡାକ୍ତରଖାନାରେ ଅଧା ଦିନର ଛୁଟି ଘୋଷଣା କରାଯାଇଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯିବା ସହିତ ଏଭଳି ସରକାରୀ ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। କେନ୍ଦ୍ର ସରକାର ୨୨ ଜାନୁଆରୀରେ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନରେ ଅଧା ଦିନ ଛୁଟି ଘୋଷଣା କରଛନ୍ତି। ଏମ୍ସ, ସଫଦରଜଙ୍ଗ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲରେ ମଧ୍ୟ ଅଧା ଦିନ ଛୁଟି ଘୋଷଣା କରାଯାଇଛି।

ଏମ୍ସର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୨୨ରେ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ କାର୍ଯ୍ୟ କରାଯିବ। ତେବେ ସମସ୍ତ ଜରୁରୀକାଳୀନ ସେବା ପୂର୍ବ ପରି ଜାରି ରହିବ। ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ ସମାଲୋଚନା କରିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଦୟାକରି ୨୨ ଜାନୁୟାରୀ ଅପରାହ୍ନ ୨ ଟା ପରେ ଡାକ୍ତରୀ ଜରୁରୀକାଳୀନ ସେବାକୁ ଯାଆନ୍ତୁ ନାହିଁ କାରଣ ଏହି ଏମ୍ସ ଶ୍ରୀରାମଙ୍କ ସ୍ବାଗତ ପାଇଁ ବନ୍ଦ ରହିବ। ପ୍ରିୟଙ୍କା ଆଶ୍ଚର୍ଯ୍ୟଜନକ ଭଗବାନ ରାମ ତାଙ୍କୁ ସ୍ବାଗତ କରିବା ପାଇଁ ସ୍ବାସ୍ଥ୍ୟ ସେବାକୁ ବନ୍ଦ ରଖିବାକୁ ସମର୍ଥନ କରିବେ କି? ହେ ରାମ ହେ ହେ ରାମ!

ରାମ ମନ୍ଦିରର ଉଦଘାଟନ ପାଇଁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ, ଛତିଶଗଡର ରାଜ୍ୟ ସରକାର ଛୁଟିଦିନ ଘୋଷଣା କରିଛନ୍ତି। ସାତୋଟି ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, ଛତିଶଗଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଜାନୁଆରୀ ୨୨ ରେ ମଦ ବିକ୍ରି ହେବ ନାହିଁ ଏବଂ ଡ୍ରାଏ ଡେ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri