ଏଣିକି ଡ୍ରାଇଭିଂ ଟେଷ୍ଟବେଳେ ଜଗିବ ଏଆଇ

ଭୁବନେଶ୍ୱର,୭।୩(ସୁନିତ୍‌ ମିଶ୍ର): ଡ୍ରାଇଭିଂ ଟେଷ୍ଟ କରାଯିବା ସମୟରେ ଏହାକୁ ଆଉ କୌଣସି ବ୍ୟକ୍ତିଙ୍କୁ ଜଗିବାକୁ ପଡ଼ିବ ନାହିଁ। ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର ଏଣିକି ଡ୍ରାଇଭିଂ ଟେଷ୍ଟର ପରୀକ୍ଷା କରିବ। ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ଉଠିବା ପରେ ଏବେ ଏଭଳି ପଦ୍ଧତି ପରିବହନ ବିଭାଗ ଆପଣାଇଛି। ବୁଧବାର ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ବୟଂଚାଳିତ ଗାଡ଼ିଚାଳନା ପରୀକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଖୁବ୍‌ଶୀଘ୍ର ୩୮ଟି ଯାକ ଆର୍‌ଟିଓରେ ଏହି ବ୍ୟବସ୍ଥା କରାଯିବ। ମାନବ ହସ୍ତକ୍ଷେପଜନିତ ଦୁର୍ନୀତି ରୋକିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟବହାର ହେବ ବୋଲି ସେ କହିଛନ୍ତି। ବାଣିଜ୍ୟ ଏବଂ ପରିବହନ ବିଭାଗ ଓ ଏନ୍‌ସିସି ନିର୍ଦ୍ଦେଶାଳୟ ମଧ୍ୟରେ ଜୁନିୟର ରକ୍ଷକ ପାଇଁ ବୁଧବାର ପୂର୍ବାହ୍ନରେ ଲୋକସେବା ଭବନ କନ୍‌ଭେନସନ୍‌ ହଲ୍‌ରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଅତିରିକ୍ତ କମିଶନର ଟ୍ରାନ୍ସପୋର୍ଟ (ସଡ଼କ ସୁରକ୍ଷା) ଲାଲ୍‌ମୋହନ ସେଠୀ ଏବଂ ଏନ୍‌ସିସି ନିର୍ଦ୍ଦେଶକ, ଓଡ଼ିଶା ସରକାର କେ. ମହାନ୍ତି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରାୟ ୬୩ ହଜାର କ୍ୟାଡେଟ୍‌ ସଡ଼କ ସୁରକ୍ଷା ଦିଗରେ ଜୁନିୟର ରକ୍ଷକ ଭାବେ କାର୍ଯ୍ୟ କରିବେ। ଏହି ଏନ୍‌ସିସି କ୍ୟାଡେଟ୍‌-କମ୍‌ ଜୁନିୟର ରକ୍ଷକ ଆମର ଭବିଷ୍ୟତର ସଡକ ସୁରକ୍ଷା ରାଷ୍ଟ୍ରଦୂତ ହେବେ, ଯେଉଁମାନେ ସେମାନଙ୍କ ବନ୍ଧୁ, ପରିବାର ଏବଂ ଜନସାଧାରଣଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତାର ଜାଗରୁକତା ବିସ୍ତାର କରିବାରେ ପ୍ରମୁଖ ଭୂମିକା ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି। ମୁଖ୍ୟ ଅତିଥି ତଥା ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ ରାଜ୍ୟର ୬ଟି ସ୍ଥାନ ଯଥା ଅନୁଗୋଳ, ଢେଙ୍କାନାଳ, ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝର ଓ ଗଞ୍ଜାମରେ ସ୍ବୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଲୋକାର୍ପଣ କରିଛନ୍ତି। ଟ୍ରାଫିକ୍‌ ନିୟମ ଏବଂ ସଡ଼କ ଚିହ୍ନ ବିଷୟରେ ପର୍ଯ୍ୟାପ୍ତ ଜ୍ଞାନର ଅଭାବ ହେତୁ ଅଧିକାଂଶ ଦୁର୍ଘଟଣା ଘଟୁଛି ା ତେଣୁ ଏହି ସ୍ବୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ କାର୍ଯ୍ୟକାରୀ ହେବାକୁ ଯାଉଛି। ସ୍ବୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ୍‌ ବଳରେ ଯୋଗ୍ୟ ବ୍ୟକ୍ତିମାନେ ଡ୍ରାଇଭିଂ ଲାଇସେନ୍ସ ପାଇ ଦୁର୍ଘଟଣା ହ୍ରାସ କରିବାରେ ସାହାଯ୍ୟ କରିବେ। ଏହା ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ଓ ମାନୁଆଲ ପରୀକ୍ଷା ପ୍ରକ୍ରିୟା ତୁଳନାରେ ଅଧିକ ଦକ୍ଷ ଏବଂ ସ୍ବଚ୍ଛ ହେବ। ମନ୍ତ୍ରୀ ସାହୁ ଏହି ଅବସରରେ ସାରା ରାଜ୍ୟର ୨୩ ସ୍ଥାନରେ ଟ୍ରକ୍‌ ଟର୍ମିନାଲ୍‌ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାସ୍ତାକଡ଼ରେ ବେଆଇନ ପାର୍କିଂ ହେଉଛି ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ କାରଣ। ବିଗତ ୨ରୁ ୩ ବର୍ଷ ମଧ୍ୟରେ ରାସ୍ତା ପାର୍ଶ୍ୱରେ ପାର୍କିଂ ଯାନ ସହ ଜଡ଼ିତ ଦୁର୍ଘଟଣା ୨୨୦% ବଢ଼ିଛି ଓ ୮୫୨ ଜଣଙ୍କର ମୃତ୍ୟୁ ଘଟିଛି ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଆମର ସଡ଼କ ଦୁର୍ଘଟଣା ମୃତ୍ୟୁକୁ ମଧ୍ୟ ଆମେ ହ୍ରାସ କରିପାରିବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri