୨୫ ବର୍ଷ ପରେ ସ୍ବର ଫେରାଇଲା ଏଆଇ

ଲଣ୍ଡନ: ବ୍ରିଟେନ୍‌ର ଉତ୍ତର ଲଣ୍ଡନରେ ରହୁଥିବା ସାରାହ ଏଜେକିଲ (୫୫) ୨୫ ବର୍ଷ ତଳେ ମୋଟର ନ୍ୟୁରନ୍‌ ରୋଗରେ ପୀଡିତ ହୋଇ କଥା କହିବା ଶକ୍ତି ହରାଇଥିଲେ। ନିକଟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ସେ ନିଜ ସ୍ବରକୁ ଫେରିପାଇଛନ୍ତି।
୨୦୦୦ରେ ସାରାହ ମୋଟର ନ୍ୟୁରନ୍‌ ରୋଗରେ ପୀଡିତ ହେବା ପରେ ତାଙ୍କ ସ୍ନାୟୁଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲା। ସାରାହଙ୍କ ସହ ଠିକ୍‌ ଏହିପରି ହୋଇଥିଲା ଏବଂ ସେ କଥା କହିବା ଶକ୍ତି ହରାଇବା ସହ ଚଲାବୁଲା କରିବାକୁ ଅକ୍ଷମ ହୋଇଥିଲେ।
ସ୍ବର ଫେରାଇ ଆଣିବା ପାଇଁ ବୈଜ୍ଞାନିକମାନେ ଏଆଇର ସାହାଯ୍ୟ ନେଇଥିଲେ। ପ୍ରଥମେ ବୈଜ୍ଞାନିକମାନେ ସାରାହଙ୍କ ପରିବାରଠାରୁ ତାଙ୍କର ଏକ ୩ ଦଶନ୍ଧୀ ପୁରୁଣା ୮ ସେକେଣ୍ଡର କ୍ଲିପ୍‌ ନେଇଥିଲେ। ଉକ୍ତ କ୍ଲିପ୍‌ରୁ ସାରାହଙ୍କ ସ୍ବର ନମୁନାକୁ ପୃଥକ୍‌ କରିବା ପାଇଁ ବୈଜ୍ଞାନିକମାନେ ଏକ ଏଆଇ ଟୁଲ୍ସର ବ୍ୟବହାର କରିଥିଲେ। ଏଆଇ ସାରାହଙ୍କ ସ୍ବରକୁ ଅନୁଧ୍ୟାନ କରି ଏକ ସଫ୍ଟୱେର୍‌ ସାହାଯ୍ୟରେ ତାଙ୍କ ସ୍ବରକୁ ଠିକ୍‌ ଭାବରେ ନକଲ କରିଥିଲା। ସମ୍ପ୍ରତି ସାରାହ ଏକ ବିଶେଷ ପ୍ରକାରର କମ୍ପ୍ୟୁଟରର ସାହାଯ୍ୟ ନେଉଛନ୍ତି, ଯେଉଁଥିରେ ସେ ତାଙ୍କ ଆଖିର ଇଙ୍ଗିତରେ ଟାଇପ୍‌ କରିପାରୁଛନ୍ତି ଏବଂ ଏଆଇ ସାରାହଙ୍କ ଦ୍ୱାରା ଲିଖିତ ଶବ୍ଦଗୁଡ଼ିକୁ ତାଙ୍କ ସ୍ବରରେ ଠିକ୍‌ ଭାବେ ପଢ଼ି ଅନ୍ୟମାନଙ୍କ ସହ କଥା ହୋଇପାରୁଛି। ଏହି କୌଶଳ ସାହାଯ୍ୟରେ ସମ୍ପ୍ରତି ସାରାହ ଯେକୌଣସି ବ୍ୟକ୍ତିଙ୍କ ସହ ନିଜ ସ୍ବରରେ କଥା ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ମ୍ୟାଚ ବୟକଟକୁ ନେଇ ବଡ଼ କଥା କହିଲେ ପାକିସ୍ତାନୀ ଅଧିନାୟକ? ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ କ’ଣ

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ କରିବା ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

ବଜେଟରେ କୌଣସି କବି ବା କବିତାର ଉଲ୍ଲେଖ କଲେ ନାହିଁ ନିର୍ମଳା

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀତାରମଣଙ୍କ ପ୍ରାୟ ୮୫ ମିନିଟର…

କୃଷିଭିତ୍ତିିକ ଶିଳ୍ପର ସ୍ଥିତି

ଓଡ଼ିଶାରେ ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ ପରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି, ହେବା ମଧ୍ୟ ସ୍ବାଭାବିକ। ତେବେ ଏସବୁ ଭିତରେ…

ଇନ୍ଦୋର: ସ୍ବଚ୍ଛ ଭାରତର ଦୁଃଖ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରଦୂଷିତ ଜଳ ପିଇ ଜାନୁଆରୀ ମାସରେ ୧୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବା ସହ ବହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ।…

‘ପ୍ରତି ଘରକୁ ଲକ୍ଷ୍ମୀ ଆସିଲେ’, Budgetରେ ଏମିତି କ’ଣ କଲେ ଅର୍ଥମନ୍ତ୍ରୀ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ Budget ଉପସ୍ଥାପନ କରିଥିଲେ। ସବୁଥର ପରି, ଏଥର ବି…

ଶୀତ କମିଛି, କମିନି ପର୍ଯ୍ୟଟକଙ୍କ ସଂଖ୍ୟା, ସକାଳୁ ରାତି ପର୍ଯ୍ୟନ୍ତ…

ଦାରିଙ୍ଗବାଡ଼ି,୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନରେ ଶୀତର ଅନୁଭୂତି କମିବାରେ ଲାଗିଛି। କେବଳ ସନ୍ଧ୍ୟା ପରଠାରୁ ଶୀତ ମାଡ଼ି ଆସି ଭୋର୍‌ ସମୟରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri