ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି ସଂଗ୍ରହ କରୁଛନ୍ତି। କାହିଁକି ଜାଣନ୍ତି, ସେ ଏହିସବୁ ରୁୁଟିକୁ ବୁଲା କୁକୁର, ଗାଈ ଓ ବାଛୁରି ଆଦିଙ୍କୁ ଖାଇବାକୁ ଦେଉଛନ୍ତି। ଲୋକେ ବି ଘରେ ବଳୁଥିବା ରୁଟିକୁ ସାଇତି ରଖିଥାନ୍ତି ଓ ସେସବୁକୁ ଗୌତମଙ୍କୁ ଦେଉଛନ୍ତି। କାମ ସାରି ଗୌତମ ଘରକୁ ଫେରିବାପରେ ରୁଟି ସଂଗ୍ରହରେ ଲାଗିପଡ଼ନ୍ତି। ସେ ରୁଟି ଆଣିବା ପରେ ଖୋଲାପଡ଼ିଆ କିମ୍ବା ରାସ୍ତାକୁ ଯାଇ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ସେ ପାଖାପାଖି ୩୦୦ ପ୍ରାଣୀଙ୍କୁ ଖାଇବାକୁ ଦେଉଛନ୍ତି। ଏହି କାମ ସେ ଦୀର୍ଘ ୭ ବର୍ଷ ହେଲା କରିଆସୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୁଟି ସଂଗ୍ରହ କରିବା କଷ୍ଟକର ଥିଲା, ପରେ ପ୍ରାଣୀମାନଙ୍କୁ ଖାଇବାକୁ ଦେବାର ଆନନ୍ଦ ତାଙ୍କ କଷ୍ଟକୁ ଲାଘବ କରିଥିଲା। ଗୌତମଙ୍କ ଗାଡ଼ି ଘରପାଖରେ ପହଞ୍ଚିବା ବେଳକୁ ଲୋକେ ସଙ୍ଗେସଙ୍ଗେ ରୁଟି ଆଣି ଦେଇଦେଉଛନ୍ତି। ଏହି କାର୍ଯ୍ୟକୁ ନିକଟରୁ ଦେଖୁଥିବା ପଡ଼ୋଶୀମାନେ ମଧ୍ୟ ଗୌତମଙ୍କ ସହ ସାମିଲ ହୋଇଗଲେଣି। ବଡ଼କଥା ହେଉଛି, ସେ ମଧ୍ୟ ପରିବେଶ ସୁରକ୍ଷା ପାଇଁ ସଚତନ ରହିଛନ୍ତି। କୌଣସି ପରିବାରରୁ ସେ ପଲିଥିନରେ ରୁଟି ଆଣିବାକୁ ମନା କରିଦେଉଛନ୍ତି।

Dharitri – Odisha’s No.1 Odia Daily

Share