Posted inରାଜ୍ୟ

ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ ତ୍ୱରିତ୍‌ ଚିକିତ୍ସା, ଜିରୋ କାଜୁଆଲ୍‌ଟିକୁ ପ୍ରାଥମିକତା

ଭୁବନେଶ୍ୱର,୧୫।୭(ରବିନାରାୟଣ ଜେନା): ରାଜ୍ୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତ୍ତା)ର କାୟା ବିସ୍ତାର ହେବ। ପ୍ରତ୍ୟେକ ବିଭାଗ ଏଆଇ ମାଧ୍ୟମରେ ତାଙ୍କର ସରକାରୀ କାର୍ଯ୍ୟ ସମ୍ପାଦନା କରିବେ। କର୍ମଚାରୀଙ୍କ ଦକ୍ଷତା ବିକାଶଠାରୁ ଆରମ୍ଭ କରି ନଥିର ସୁରକ୍ଷା ରଖିବା ଭଳି ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯିବ। ଏପରିକି ସଡ଼କ ଦୁର୍ଘଟଣାରେ ମଧ୍ୟ ‘ଏଆଇ’ର ସଦୁପଯୋଗ କରାଯାଇ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରିବ। ରାଜ୍ୟରେ ଥିବା ୧୯୫ ଦୁର୍ଘଟଣା ପ୍ରବଣ ଅଞ୍ଚଳ(ବ୍ଲାକସ୍ପଟ୍‌) ଏଆଇ ନଜରରେ ରହିବ। ସେଥିମଧ୍ୟରୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ୧୯ଟି ବ୍ଲାକସ୍ପଟ୍‌ ରହିଥିବାବେଳେ କଟକରେ ୨୪ଟି ବ୍ଲାକସ୍ପଟ୍‌ ଅଞ୍ଚଳ ରହିଛି। ଏହିସବୁ ଅଞ୍ଚଳକୁ ଏଆଇ ମାଧ୍ୟମରେ ଯୋଡ଼ାଯାଇ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ବଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହାକୁ ନେଇ ଚଳିତମାସ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ‘ଏଆଇ କାଟାଲିଷ୍ଟ’ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗକୁ ଏହାର ସଦୁପଯୋଗ ଲାଗି ସ୍ବତନ୍ତ୍ର ପ୍ରୋଗ୍ରାମିଂ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା’ ପ୍ରୟୋଗର ବ୍ୟବହାରିକ ଜ୍ଞାନ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାସହିତ ନୀତିଗତ ଯୋଜନା ଓ ତା’ର ମନିଟରିଂ ନିମନ୍ତେ ଡାଟା-ପରିଚାଳିତ ନିଷ୍ପତ୍ତି ଗ୍ରହଣ, ଡିଜିଟାଲାଇଜେସନ ଓ ଡିଜିଟାଲ ଟ୍ରାନ୍ସଫର୍ମେଶନ ମଧ୍ୟରେ ଥିବା ପାର୍ଥକ୍ୟ, ବିଚାର ଅବସ୍ଥାରୁ କ୍ରିୟାନ୍ବୟନ ଅବସ୍ଥାକୁ ଯିବାପାଇଁ ଢାଞ୍ଚା ପ୍ରସ୍ତୁତି, ଶାସନଗତ ଆହ୍ବାନର ବିଶ୍ଲେଷଣ ତଥା ବୈଷୟିକ ସମ୍ଭାବ୍ୟତା ଓ ବିଶେଷଜ୍ଞଙ୍କ ମତାମତ ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏବେ ସଡ଼କ ଦୁର୍ଘଟଣାଜନିତ ଜିରୋ କାଜୁଆଲ୍‌ଟି(ଶୂନ୍ୟମୃତ୍ୟୁ)କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଏବେ ସଡ଼କ ଦୁର୍ଘଟଣା ମୃତ୍ୟୁହାର ୪୮ ପ୍ରତିଶତ ରହିଛି। ଏହାକୁ କିଭଳି ୧୫ ପ୍ରତିଶତକୁ ହ୍ରାସ କରାଯାଇପାରିବ ତାକୁ ସରକାର ଗୁରୁତ୍ୱ ଦେଉଛନ୍ତିି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ୫୬୩୯ଟି ଆମ୍ବୁଲାନ୍ସ ରହିଛି। ଏହାବାଦ୍‌ ଦୁର୍ଗମ ଅଞ୍ଚଳ ଲାଗି ବୋଟ୍‌ ଆମ୍ବୁଲାନ୍ସ ସେବାକୁ ତ୍ୱରାନ୍ବିତ କରିବାପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି।

ସ୍ବାସ୍ଥ୍ୟବିଭାଗର ତଥ୍ୟ ଅନୁଯାୟୀ, ଦୁର୍ଘଟଣାକୁ ରୋକିବା ପାଇଁ ଓଡ଼ିଶା ଦେଇ ଯାଇଥିବା ପ୍ରତ୍ୟେକ ଜାତୀୟ ରାଜପଥର ୫୦ରୁ ୧୦୦ କିଲୋମିଟର ଅନ୍ତରରେ ଟ୍ରମା କେୟାର କେନ୍ଦ୍ରଗୁଡ଼ିକୁ ଏଆଇ ସହିତ ସଂଯୋଗ କରାଯିବ, ଯାହାଫଳରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ମିଳିପାରିବ। ଦୁର୍ଘଟଣା ଘଟିଲେ ୪୮ ଘଣ୍ଟା ମଧ୍ୟରେ କିଭଳି ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯିବା ସହିତ ସଜାଗ ରହିବାକୁ ସତର୍କ କରାଯାଇଛି। ସବୁ ‘ରକ୍ଷକ’ଙ୍କୁ ଏସଂକ୍ରାନ୍ତରେ ବାର୍ତ୍ତା ଜରିଆରେ ଅବଗତ କରାଯିବାକୁ ପ୍ରୋଗ୍ରାମିଂ କରାଯାଉଛି। ଖୁବ୍‌ଶୀଘ୍ର ଏଆଇ ଜରିଆରେ ଏସବୁ କାର୍ଯ୍ୟ ସମ୍ପାଦନା କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri