Posted inରାଜ୍ୟ

ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ ତ୍ୱରିତ୍‌ ଚିକିତ୍ସା, ଜିରୋ କାଜୁଆଲ୍‌ଟିକୁ ପ୍ରାଥମିକତା

ଭୁବନେଶ୍ୱର,୧୫।୭(ରବିନାରାୟଣ ଜେନା): ରାଜ୍ୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତ୍ତା)ର କାୟା ବିସ୍ତାର ହେବ। ପ୍ରତ୍ୟେକ ବିଭାଗ ଏଆଇ ମାଧ୍ୟମରେ ତାଙ୍କର ସରକାରୀ କାର୍ଯ୍ୟ ସମ୍ପାଦନା କରିବେ। କର୍ମଚାରୀଙ୍କ ଦକ୍ଷତା ବିକାଶଠାରୁ ଆରମ୍ଭ କରି ନଥିର ସୁରକ୍ଷା ରଖିବା ଭଳି ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯିବ। ଏପରିକି ସଡ଼କ ଦୁର୍ଘଟଣାରେ ମଧ୍ୟ ‘ଏଆଇ’ର ସଦୁପଯୋଗ କରାଯାଇ ମୂଲ୍ୟବାନ ଜୀବନ ବଞ୍ଚାଯାଇ ପାରିବ। ରାଜ୍ୟରେ ଥିବା ୧୯୫ ଦୁର୍ଘଟଣା ପ୍ରବଣ ଅଞ୍ଚଳ(ବ୍ଲାକସ୍ପଟ୍‌) ଏଆଇ ନଜରରେ ରହିବ। ସେଥିମଧ୍ୟରୁ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ୧୯ଟି ବ୍ଲାକସ୍ପଟ୍‌ ରହିଥିବାବେଳେ କଟକରେ ୨୪ଟି ବ୍ଲାକସ୍ପଟ୍‌ ଅଞ୍ଚଳ ରହିଛି। ଏହିସବୁ ଅଞ୍ଚଳକୁ ଏଆଇ ମାଧ୍ୟମରେ ଯୋଡ଼ାଯାଇ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ବଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହାକୁ ନେଇ ଚଳିତମାସ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ‘ଏଆଇ କାଟାଲିଷ୍ଟ’ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମସ୍ତ ବିଭାଗକୁ ଏହାର ସଦୁପଯୋଗ ଲାଗି ସ୍ବତନ୍ତ୍ର ପ୍ରୋଗ୍ରାମିଂ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତ୍ତା’ ପ୍ରୟୋଗର ବ୍ୟବହାରିକ ଜ୍ଞାନ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାସହିତ ନୀତିଗତ ଯୋଜନା ଓ ତା’ର ମନିଟରିଂ ନିମନ୍ତେ ଡାଟା-ପରିଚାଳିତ ନିଷ୍ପତ୍ତି ଗ୍ରହଣ, ଡିଜିଟାଲାଇଜେସନ ଓ ଡିଜିଟାଲ ଟ୍ରାନ୍ସଫର୍ମେଶନ ମଧ୍ୟରେ ଥିବା ପାର୍ଥକ୍ୟ, ବିଚାର ଅବସ୍ଥାରୁ କ୍ରିୟାନ୍ବୟନ ଅବସ୍ଥାକୁ ଯିବାପାଇଁ ଢାଞ୍ଚା ପ୍ରସ୍ତୁତି, ଶାସନଗତ ଆହ୍ବାନର ବିଶ୍ଲେଷଣ ତଥା ବୈଷୟିକ ସମ୍ଭାବ୍ୟତା ଓ ବିଶେଷଜ୍ଞଙ୍କ ମତାମତ ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏବେ ସଡ଼କ ଦୁର୍ଘଟଣାଜନିତ ଜିରୋ କାଜୁଆଲ୍‌ଟି(ଶୂନ୍ୟମୃତ୍ୟୁ)କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଏବେ ସଡ଼କ ଦୁର୍ଘଟଣା ମୃତ୍ୟୁହାର ୪୮ ପ୍ରତିଶତ ରହିଛି। ଏହାକୁ କିଭଳି ୧୫ ପ୍ରତିଶତକୁ ହ୍ରାସ କରାଯାଇପାରିବ ତାକୁ ସରକାର ଗୁରୁତ୍ୱ ଦେଉଛନ୍ତିି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ୫୬୩୯ଟି ଆମ୍ବୁଲାନ୍ସ ରହିଛି। ଏହାବାଦ୍‌ ଦୁର୍ଗମ ଅଞ୍ଚଳ ଲାଗି ବୋଟ୍‌ ଆମ୍ବୁଲାନ୍ସ ସେବାକୁ ତ୍ୱରାନ୍ବିତ କରିବାପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି।

ସ୍ବାସ୍ଥ୍ୟବିଭାଗର ତଥ୍ୟ ଅନୁଯାୟୀ, ଦୁର୍ଘଟଣାକୁ ରୋକିବା ପାଇଁ ଓଡ଼ିଶା ଦେଇ ଯାଇଥିବା ପ୍ରତ୍ୟେକ ଜାତୀୟ ରାଜପଥର ୫୦ରୁ ୧୦୦ କିଲୋମିଟର ଅନ୍ତରରେ ଟ୍ରମା କେୟାର କେନ୍ଦ୍ରଗୁଡ଼ିକୁ ଏଆଇ ସହିତ ସଂଯୋଗ କରାଯିବ, ଯାହାଫଳରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ତ୍ୱରିତ ଚିକିତ୍ସା ମିଳିପାରିବ। ଦୁର୍ଘଟଣା ଘଟିଲେ ୪୮ ଘଣ୍ଟା ମଧ୍ୟରେ କିଭଳି ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯିବା ସହିତ ସଜାଗ ରହିବାକୁ ସତର୍କ କରାଯାଇଛି। ସବୁ ‘ରକ୍ଷକ’ଙ୍କୁ ଏସଂକ୍ରାନ୍ତରେ ବାର୍ତ୍ତା ଜରିଆରେ ଅବଗତ କରାଯିବାକୁ ପ୍ରୋଗ୍ରାମିଂ କରାଯାଉଛି। ଖୁବ୍‌ଶୀଘ୍ର ଏଆଇ ଜରିଆରେ ଏସବୁ କାର୍ଯ୍ୟ ସମ୍ପାଦନା କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri