୩ ବ୍ଲକର କୃଷି ପ୍ରଭାବିତ ହେବ

କେନ୍ଦ୍ରାପଡା ଅଫିସ,୨୦।୧୧: କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକକୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସ୍ଥାନୀୟ ଅଧିବାସୀଙ୍କ ବିରୋଧ ତୀବ୍ରତର ହେବାରେ ଲାଗିଛି। ପ୍ରଶାସନିକସ୍ତରରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ ଚାଲିଛି। ହେଲେ ବୁଧବାର ପ୍ରକଳ୍ପ ନିର୍ମାଣ କରିବାକୁ ଯାଇଥିବା ଏଡିଏମ୍‌, ପୋଲିସ, ଠିକା ସଂସ୍ଥାର ଶ୍ରମିକମାନେ ବିରୋଧ ଯୋଗୁ ଫେରିବାକୁ ବାଧ୍ୟ ହୋଇଥିଲେ। ଜିଲାର ୩ ବ୍ଲକ ଅଞ୍ଚଳର କୃଷି, ପାନୀୟ ଜଳ ଓ ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରଭାବିତ ଆଶଙ୍କା କରି ଆସନ୍ତା ୨୨ରେ ରାଜକନିକାଠାରେ ଜନସମାବେଶ ଆୟୋଜିତ ହେବ।
କେନ୍ଦ୍ରାପଡ଼ା ଜିଲାର ରାଜକନିକା, ଆଳି ଓ ରାଜନଗର ବ୍ଲକ ଅଞ୍ଚଳ ମଧ୍ୟରେ କେନାଲ ନାହିଁ। ଏହି ଅଞ୍ଚଳର ଘରୋଇ ଚଳଣି, ପଶୁପକ୍ଷୀ ଓ କୃଷି ପାଇଁ ୩ ବ୍ଲକ ଅଞ୍ଚଳ ମଧ୍ୟରେ ପ୍ରବାହିତ ନଦୀର ମଧୁର ଜଳ ଲିଫ୍ଟ ଇରିଗେଶନ, ପୋଖରୀ ଆଦିକୁ ବ୍ୟବହାର କରାଯାଉଛି। ସମୁଦ୍ର ନିକଟବର୍ତ୍ତୀ ସ୍ଥାନ ହେତୁ ଜିଲାର ୩ ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣିଆ। ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୧୬ରେ ହୋଇଥିବା ସର୍ଭେ ଅନୁଯାୟୀ ଘରୋଇ, କୃଷି ଓ ପଶୁପକ୍ଷୀ ଆବଶ୍ୟକତା ପାଇଁ ଆଳି, ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ ୦.୩୬୬୧୩୧ ବିଲିୟନ କ୍ୟୁବିକ ମିଟର ମଧୁର ଜଳ ଦୈନିକ ଆବଶ୍ୟକତା ଅଛି। ତେବେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଆକଳନ ଅନୁଯାୟୀ, ଏହି ୩ ବ୍ଲକରେ ଭୂତଳ ଜଳ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ପାଇଁ ଖରସ୍ରୋତା ନଦୀର ଆଳି ବ୍ଲକ ଡିମିରିପାଳ ଓ ରାଜକନିକା ବ୍ଲକ ଦେଉଳତରାଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବାକୁ ଅଛି। ଏଥିସହ ଏହି ନଦୀରୁ ମେଗା ଲିଫ୍ଟ ଯୋଜନାରେ ସ୍ଥାନୀୟ ଅଞ୍ଚଳର କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ହେବାକୁ ଯାଉଛି। ଖରସ୍ରୋତା ପାଣିରେ ଏହି କୃଷି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଆଳି, ରାଜକନିକା ବ୍ଲକର ବିଭିନ୍ନ ସ୍ଥାନରେ କ୍ରିକ ବନ୍ଧ ଓ ବ୍ୟାରେଜ ଆଦି ପ୍ରସ୍ତାବ ରହିଛି। ବୈତରଣୀ ନଦୀରୁ ଉତ୍ପନ୍ନ ଖରସ୍ରୋତା ନଦୀ ଜିଲାରେ ଆଳି ବ୍ଲକ ଉତ୍ତର ଓ ପଶ୍ଚିମ ଦିଗରେ ଥିବା ଯାଜପୁର ଜିଲାର ବୋଝଡିହାଠାରେ ପ୍ରବେଶ କରିଥିବା ବେଳେ ରାଜନଗର ବ୍ଲକ ଦକ୍ଷିଣବାଡ଼ ନିକଟରେ ବ୍ରାହ୍ମଣୀ ନଦୀ ଜଳ ଆହରଣ କରୁଛି। ଅପରପକ୍ଷରେ ଆଳି ବ୍ଲକର ସାନମଙ୍ଗଠାରେ ବଙ୍ଗାଳି ପୋଖରୀ, ପଞ୍ଚପଡା କ୍ରିକ, ବ୍ରାହ୍ମଣ ଯୋର କ୍ରିକ୍‌, ଗୁମରା ଯୋର, ଅରେହିକଣାର ଘେରିବନ୍ଧ, ବଡଆଙ୍କୁଅ କ୍ରିକ୍‌, ସାନଆଙ୍କୁଅ କ୍ରିକ୍‌, ଗବଡିହ କ୍ରିକ୍‌, କାଳିଆଘାଇ କ୍ରିକ୍‌ ସହ ବହୁ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ କୃଷି ଯୋଜନାରେ ପ୍ରକଳ୍ପ ପ୍ରସ୍ତାବରେ ସୀମିତ ରହିଛି। ସେହିପରି ରାଜକନିକା ବ୍ଲକ ଖଜିରି କ୍ରିକ୍‌, ବାଙ୍କିନାଳ କ୍ରିକ୍‌, ପାଇକିରା ନାଳ କ୍ରିକ୍‌, ବେବର୍ତ୍ତା ନାଳ କ୍ରିକ୍‌, ଗଣେଶପୁର କ୍ରିକ୍‌, ସିଙ୍ଗିଡିଯୋର କ୍ରିକ୍‌ ଆଦି ୧୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ରାଜକନିକ ବ୍ଲକର ୧୭ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଖରସ୍ରୋତାର ନଦୀ ଜଳ ସମୁଦ୍ରକୁ ବୋହି ଯାଉଛି। କ୍ରିକ୍‌ ଓ ବ୍ୟାରେଜ ନିର୍ମାଣ ଫଳରେ ଖରସ୍ରୋତା ନଦୀରେ ଉପଯୁକ୍ତ ପରିମାଣରେ ଜଳ ଗଚ୍ଛିତ ହୋଇ ସ୍ଥାନୀୟ କୃଷିକୁ ଉନ୍ନତ କରିବ। ଅପରପକ୍ଷରେ ଅଣମୌସୁମୀ ସମୟରେ ଏହି ନଦୀର ଜଳ ଅଭାବ ଦୂର କରିବ। ଭଦ୍ରକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଲାଗି ନଦୀରୁ ପାଣି ଉଠାଗଲେ ସ୍ଥାନୀୟ କୃଷି ପ୍ରଭାବିତ ହେବ ବୋଲି ବହୁ ବୁଦ୍ଧିଜୀବୀ ଓ ଚାଷୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri