ପ୍ରହସନ ପାଲଟିଛି କୃଷି ବିଭାଗର ଚାଷୀ ସଚେତନତା କାର୍ଯ୍ୟକ୍ରମ: ଟଙ୍କା ହଡ଼ପ ଅଭିଯୋଗ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ରିଷିଗାଁ ସ୍ଥିତ ଏସଏନ ସମ୍ମିଳନୀ କକ୍ଷରେ ବୁଧବାର ଜିଲା ସ୍ତରୀୟ ଚାଷୀ ଓ କ୍ରେତା ମଧ୍ୟରେ ସମ୍ପର୍କ ସୃଷ୍ଟି ଏବଂ ଉତ୍ପାଦର ବ୍ୟବସ୍ଥା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଜିଲା କୃଷି ବିଭାଗ ଓ ଏଏଫସି ଇଣ୍ଡିଆ ଲିମିଟେଡ଼ ନାମକ ଏକ ଏନଜି ଓ ଆୟୋଜନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ୧୦ ଟି ବ୍ଲକର ଚାଷୀ ଯୋଗ ଦେବାର ଥିଲା । ମାତ୍ର ପ୍ରଚାର ପ୍ରସାର ଅଭାବରୁ ଅନେକ ଚାଷୀ ଆସିନଥିଲେ। କୃଷି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ୧୧ ଲକ୍ଷ ଟଙ୍କା ଆସି ଥିବା ଜଣାପଡିଥିବାବେଳେ ସେହି ଅନୁସାରେ କୃଷି ବିଭାଗ ଓ ପରିଚାଳନା କରୁଥିବା ଏନଜିଓ କାର୍ଯ୍ୟ ନ କରି ବାଟ ମାରଣା କରିଥିବା ଅଭିଯୋଗ ହୋଇଛି। ଚାଷୀମାନଙ୍କୁ ସଚେତନତା ଆଳରେ ଏକ ଫାଇଲ,ଟିଫିନ,ଖାଇବା ଦେଇ,ଫୋଟୋ ସାରି ତରବରିଆ ଭାବରେ ଏହି କାର୍ଯ୍ୟକ୍ରମକୁ ସାରି ଦିଆଯାଇଥିଲା। ଏପରିକି ଏହି ଅନିୟମିତତାର ବିଷୟରେ ଲୋକଲୋଚନକୁ ଆସିଯିବ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନଥିଲା। ଚାଷୀ ଓ କ୍ରେତା ମଧ୍ୟରେ ସମ୍ପର୍କ ସୃଷ୍ଟି ଏବଂ ଉତ୍ପାଦର ବ୍ୟବସ୍ଥା ଉପରେ ସଚେତନତା କରାଯାଉଥିବା ଏହି କାର୍ଯ୍ୟକ୍ରମ ପ୍ରହସନ ପାଲଟିଥିଲା। ଏ ନେଇ ଜିଲା କୃଷି ବିଭାଗର ଯୋଜନା ଅଧିକାରୀ ବିଶନାଥ ମହାପାତ୍ରଙ୍କୁ ପଚାରିବାରୁ ଏହି କାର୍ଯ୍ୟକ୍ରମ କୃଷି ବିଭାଗର ହେଲେ ଏହାକୁ ଏଏଫସି ଇଣ୍ଡିଆ ଲିମିଟେଡ଼ ଏନଜିଓ ପରିଚାଳନା କରୁଥିଲା। ଆମର କିଛି ଭୂମିକା ନାହିଁ ବୋଲି ସଫେଇ ଦେଇଥିଲେ। ଅନ୍ୟପଟେ,
ଏଏଫସି ଇଣ୍ଡିଆ ଲିମିଟେଡ଼ ଏନଜିଓର ଜିଲା ସଂଯୋଜକ ଅମିୟ କୁମାର ପଣ୍ଡାଙ୍କୁ ପଚାରିବାରୁ ରାଜ୍ୟ ସ୍ତରରୁ ଆମ ସଂସ୍ଥାର ଆସି ପରିଚାଳନା କରୁଥିଲେ। ମୋର ଏଥିରେ କିଛି ଭୂମିକା ନାହିଁ ବୋଲି ସେ ମଧ୍ୟ ସଫେଇ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ଅତି ବେଶୀରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅବଶିଷ୍ଟ ଟଙ୍କାକୁ କୃଷି ବିଭାଗ ଓ ପରିଚାଳନା କରୁଥିବା ଏନ ଜି ଓ ର କର୍ମକର୍ତ୍ତା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ତଥା ଭିଜିଲାନ୍ସ ତଦନ୍ତ କରିବାକୁ ଚାଷୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri