କୋଟପାଡ଼,୧।୯(ରାଜଶେଖର ): କୋରାପୁଟ ଜିଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ୧୨ ୱାର୍ଡ ଇଣ୍ଡୋର ଷ୍ଟାଡିୟମ ନିକଟରେ ଏକ ନକଲି ସାର ଗୋଦାମ ଉପରେ ଚଢାଉ ହେଇଥିବା ଜଣାପଡିଛି। ଉକ୍ତ ଗୋଦାମରେ ନକଲି ସାର ସହ କିଛି ରଙ୍ଗ, ଖଲି ବସ୍ଥା, ଏକ ସିଲେଇ ମେଶିନ ଏବଂ ବିଭିନ୍ନ ପ୍ରକାର ସାର ବସ୍ଥା ରହିଛି । ଏହାସହ ଏର୍ଥ ୱେ ଏଗ୍ରି କଲଚର ପ୍ରାଇଭେଟ ଲିମିଟେଡ଼, ରାଜସ୍ଥାନ ଜୟପୁର ବୋଲି ଏକ ସୂଚନା ଫଳକ ରହିଥିବା ଜଣାପଡିଛି। ସାର ମାଲିକଙ୍କୁ ପ୍ରଶାସନ ଅଧିକାରୀମାନେ ଯୋଗାଯୋଗ କରିଥିଲେ ସୁଦ୍ଧା ଫୋନ ଉଠାଇ ନଥିଲେ। ଫଳରେ ଦୋକାନ ଘର ଭଡା ଦେଇଥିବା ମାଲିକଙ୍କ ଉପସ୍ଥିତରେ ଚାବି ଭଙ୍ଗା ହେବାସହ ଚଢାଉ ହେଇଥିଲା। ସ୍ଥାନୀୟ ତିହସିଲ ଦାର ଓ କୃଷି ବିଭାଗ କର୍ମଚାରୀ, ପୋଲିସ ଉପସ୍ଥିତରେ ଚଢାଉ କରାଯାଇ ଗୋଦାମ ସିଲ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


