‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି।

ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସମ୍ମାନିତ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଛତିଶଗଡ଼ ମହାସମୁଦର ଲୋକସଭା ସାଂସଦ ରୂପକୁମାରୀ ଚୌଧୁରୀ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଏସ୍‌ପି ନରେଶ ପଟେଲ, ବଲାଙ୍ଗୀର ଉପଜିଲାପାଳ ଆଲୋକ କୁମାର ପଟେଲ, ରଞ୍ଜନ ପଟେଲ ଓ ଅନ୍ୟ ଅତିଥି ମଞ୍ଚାସୀନ ହୋଇଥିଲେ। ସଭା ପ୍ରାରମ୍ଭରେ ସଙ୍ଗୀତ ଗାନ କରାଯାଇଥିଲା।

ସଭାରେ ଅତିଥିମାନେ କୃଷି ଓ ଏକତା ଏବଂ ଅଘରିଆଙ୍କ ଶକ୍ତିକୁ ନେଇ ପ୍ରଶଂସା କରିଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଘରିଆ ସମାଜ ପକ୍ଷରୁ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ସମାଜର ଶତାଧିକ ପରିବାର ଆସି ଯୋଗ ଦେଇଥିଲେ।

Share