Posted inଜାତୀୟ

କୃଷି ଶ୍ରମିକ ଭାରତୀ ରସାୟନ ବିଜ୍ଞାନରେ ପିଏଚ୍‌ଡି

ଅମରାବତୀ,୨୧।୭:ସଫଳତାର ଦୁଇଟି ମୂଳ ସୂତ୍ର, ମନୋବଳ ଓ କଠିନ ପରିଶ୍ରମ। ବହୁ ବାଧା, ବିଘ୍ନ ପରେ ଆନ୍ଧ୍ରପ୍ରଦେଶର ସାକେ ଭାରତୀ ନିଜ ଆଶା ପୂରଣ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନଠାରୁ ଭାରତୀଙ୍କ ନାଁ ଆଗରେ ଲାଗିବ ଡକ୍ଟର। କାରଣ ଦିନ ମଜୁରିଆ ଭାବେ କାମ କରୁଥିବା ଭାରତୀ ଶ୍ରୀ କ୍ରିଷ୍ଣା ଦେବରାଜ ୟୁନିଭର୍ସିଟିରୁ ରସାୟନ ବିଜ୍ଞାନରେ ପିଏଚ୍‌ଡି ଲାଭ କରିଛନ୍ତି। ଆନ୍ଧ୍ରପ୍ରଦେଶ ନାଗୁଲାଗୁଡ୍ଡମ ଗ୍ରାମରେ ଭାରତୀଙ୍କ ଘର। ନିମ୍ନ ମଧ୍ୟବିତ୍ତ ପରିବାରର ଭାରତୀଙ୍କ ପଢ଼ା କ୍ଷେତ୍ରରେ ବହୁ ସମସ୍ୟା ଉଭା ହୋଇଥିଲେ ବି ସେ ହାର୍‌ ମାନି ନାହାନ୍ତି। ଭାଇ, ଭଉଣୀଙ୍କ ଭିତରେ ଭାରତୀ ସବୁଠୁ ବଡ଼। ସରକାରୀ ସ୍କୁଲ ଓ କଲେଜରେ ତାଙ୍କ ପାଠପଢ଼ା। ଘରର ଆର୍ଥିକ ସମ୍ବଳ ଅନୁସାରେ ବିବାହ ବେଳକୁ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ଘରଲୋକ ସମ୍ପର୍କୀୟ ମାମୁଙ୍କ ସହ ତାଙ୍କ ବାହାଘର କରିଦେଲେ। ବାହାଘର ପରେ ପରିବାର ଚଳାଇବା ଓ ପାଠ ପଢ଼ା ପ୍ରତି ଥିବା ଆଗ୍ରହକୁ ପୂରା କରିବା ପାଇଁ ଭାରତୀଙ୍କୁ ଜଣେ ଦିନ ମଜୁରିଆ ଓ ଜଣେ ଛାତ୍ରୀ ଭାବେ ଦୁଇଟି ଭୂମିକା ତୁଲାଇବାକୁ ପଡ଼ୁଥିଲା। କିନ୍ତୁ ମା’ ହେବା ପରେ ଭାରତୀଙ୍କ ପକ୍ଷେ ଦୁଇଟି ଯାକ କାମ କରିବା ସମ୍ଭବପର ନ ଥିଲା। ଫଳରେ ତାଙ୍କୁ ଏସ୍‌ଏସ୍‌ବିଏନ୍‌ ଡିଗ୍ରୀ ଏବଂ ପିଜି କଲେଜରେ ପାଠ ପଢ଼ା ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। କିଛି ବର୍ଷରେ ପିଲା ବଡ଼ ହୋଇଯିବା ପରେ ଭାରତୀ ପୁଣି ପଢ଼ା ଆରମ୍ଭ କରିଦେଲେ। ପ୍ରତିଦିନ ଭୋରୁ ଉଠି ଘରକାମ ସାରି ୩୦ କି.ମି. ଦୂର କଲେଜକୁ ପଢ଼ିବାକୁ ଯାଆନ୍ତି। ପଢ଼ା କ୍ଷେତ୍ରରେ ଭାରତୀଙ୍କୁ ତାଙ୍କ ସ୍ବାମୀ ଶିବପ୍ରସାଦ ସମସ୍ତ ପ୍ରକାର ସହଯୋଗ ଯୋଗାଇଥିବା ସେ କୁହନ୍ତି। ରସାୟନ ବିଜ୍ଞାନରେ ପିଜି ହାସଲ କରିସାରିବା ପରେ ଶିକ୍ଷକଙ୍କ ପରାମର୍ଶ କ୍ରମେ ଭାରତୀ ପିଏଚ୍‌ଡି ପାଇଁ ପଢ଼ାପଢ଼ି ଆରମ୍ଭ କଲେ। ଶିକ୍ଷା ବୃତ୍ତିକୁ ନେଇ ଥିବା ତାଙ୍କ ଆଗ୍ରହ ପାଇଁ ଅସୁବିଧା ପରେ ମଧ୍ୟ ଆଜି ସେ ସଫଳ ହୋଇଛନ୍ତି। ନିଜ ପରିବାର ଓ ଶିକ୍ଷକମାନଙ୍କ ସହଯୋଗ ଯୋଗୁ ଭାରତୀ ଏବେ ଡ.ଭାରତୀ ବୋଲାଇବାକୁ ଯାଉଥିବା କହିଛନ୍ତି। ଏହାଛଡ଼ା କଲେଜରୁ ମିଳୁଥିବା ମେଧାବୃତ୍ତି ମଧ୍ୟ ତାଙ୍କୁ ଅନେକାଂଶରେ ସାହାଯ୍ୟ କରିଥିବା ଭାରତୀ କହିଛନ୍ତି। ପିଏଚ୍‌ଡି ପରେ ଭାରତୀ ସ୍ଥାନୀୟ କଲେଜରେ ସହ ଗବେଷକ ଚାକିରି ପାଇଁ ପ୍ରୟାଶ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri