କୃଷି ଆୟ ବାର୍ଷିକ ୫.୨୩% ହାରରେ ବୃଦ୍ଧି

ନୂଆଦିଲ୍ଲୀ,୧।୨: କ୍ରମାଗତ ଭାବେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଇ ଚାଲିଛି। ଏପରି କି ବିଗତ କିଛି ବର୍ଷ ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୩୧୦.୭ ମିଲିୟନ ଟନ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହାର ପରିମାଣ ୩୩୨.୩୦ମିଲିୟନ ଟନରେ ପହଞ୍ଚତ୍ଛି। ସେହିଭଳି ବିଗତ ବର୍ଷଗୁଡ଼ିକରେ (୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ) କୃଷି କ୍ଷେତ୍ରରେ ବାର୍ଷିକ ହାରାହାରି ୫% ଅଭିବୃଦ୍ଧି ରେକର୍ଡ କରାଯାଇଛି। ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୈମାସ କୃଷି କ୍ଷେତ୍ରରେ ୩.୫% ଅଭିବୃଦ୍ଧି ରେକର୍ଡ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଗ୍ରସ୍‌ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୨୦୧୫ ଆର୍ଥିକ ବର୍ଷରେ ୨୪.୩୮% ଥିବାବେଳେ ୨୦୨୩ ଆର୍ଥିକ ବର୍ଷରେ ଏହା ୩୦.୨୩%କୁ ବୃଦ୍ଧି ପାଇଛି। ଏପରି କି ଅର୍ଥନୀତିରେ ସାମଗ୍ରିକ ଜିଭିଏର ୨୦% ଅଂଶ ସହିତ କୃଷିର କ୍ରମାଗତ ଏବଂ ସ୍ଥିର ଅଭିବୃଦ୍ଧି ପାଖାପାଖି ୫%, ଜିଭିଏରେ ୧% ଅଭିବୃଦ୍ଧି ଯୋଗଦାନ କରିବ। ସେହିପରି ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି, ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍‌ ଟନ୍‌ (ଏଲଏମଟି) ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍‌ ଅଧିକ ରହିଛି। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩% ବୃଦ୍ଧି ପାଇଛି। ସେହିପରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମଣ ସଂସଦରେ ଶୁକ୍ରବାର ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ର ରିପୋର୍ଟ ଉପସ୍ଥାପନ କରି କହିଥିଲେ, ଉତ୍ପାଦକତା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ କୃଷି ଆୟ ବୃଦ୍ଧି ଭଳି ସରକାରୀ ପଦକ୍ଷେପ ଦ୍ୱାରା ଭାରତର କୃଷି କ୍ଷେତ୍ର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ସ୍ଥିରତା ଦେଖାଦେଇଛି। ଏପରିକି ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ପାଲଟିଛି, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ଅର୍ଥନୈତିକ ସର୍ଭେରେ କୁହାଯାଇଛି, ସରକାର କୃଷକ ଆୟ ଦ୍ୱିଗୁଣିତ (ଡିଏଫଆଇ) ରିପୋର୍ଟ ୨୦୧୬ର ସୁପାରିସ ଆଧାରରେ କୃଷି ଉତ୍ପାଦକତା ଏବଂ କୃଷକ ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି। ଫସଲ ଓ ପଶୁସମ୍ପଦ ଉତ୍ପାଦକତା ବୃଦ୍ଧି, ଫସଲର ତୀବ୍ରତା ବୃଦ୍ଧି ଏବଂ ଉଚ୍ଚ ମୂଲ୍ୟର ଫସଲ ଗ୍ରହଣ କରିବା ପାଇଁ ବିଭିନ୍ନ ରଣନୀତି ବିଷୟରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତୀୟ ନିରନ୍ତର କୃଷି ମିଶନ (ଏନ୍‌ଏମ୍‌ଏସ୍‌ଏ) ଅଧୀନରେ ସରକାର ପର ଡ୍ରପ ମୋର କ୍ରପ୍‌ (ପିଡିଏମ୍‌ସି) ଭଳି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri