Categories: ବାଣିଜ୍ୟ

ଡିସିବିଏଲ୍‌-ଏଲ୍‌ଭିପିଇଆଇର ରାଜିନାମା

ଭୁବନେଶ୍ୱର,୩୦।୧୧: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍‌ (ଡିସିବିଏଲ୍‌) ଓ ଏଲ୍‌. ଭି. ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି କମ୍ପାନୀର କାର୍ଯ୍ୟ ପରିସର ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଜାରି ରହିଥିବା ପ୍ରୟାସକୁ ଅଧିକ ତ୍ୱରାନ୍ବିତ କରିବା ନେଇ ଉକ୍ତ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିବା କୁହାଯାଇଛି। ଏପରିକି ପରବର୍ତ୍ତୀ ପର୍ଯ୍ୟାୟରେ ତାହା କ୍ଷେତ୍ର ସ୍ତରରେ କାର୍ଯ୍ୟ କରାଯିବା ସହ ପ୍ରୋଜେକ୍ଟ ଦୃଷ୍ଟି ଜରିଆରେ ଜଉରୁମାଲ ଗ୍ରାମରେ ଏହାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡିସିବିଏଲ୍‌ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଏବଂ ୟୁନିଟ୍‌ ହେଡ୍‌-ରାଜଗାଙ୍ଗପୁର ଚେତନ ଶ୍ରୀବାସ୍ତବ, ଏଲ୍‌ଭିପିଇଆଇର ଭାଇସ ଚେୟାର ଡା. ରାଜୀବ ଆର୍‌. ପପ୍ପୁରୁ, ଡା. ନୀଳାଦ୍ରି ଭୂଷଣ ପାଢ଼ୀ ଏଇଡି-ଡିସିବିଏଲ୍‌, ରାଜଗାଙ୍ଗପୁର ବିଡିଓ ପୀୟୂଷ ଲୋହାର, ଡା. ଦେବସ୍ମିତା ମାଝି, ଯୋଗିତା ଟିଗା (ସରପଞ୍ଚ ଜଉରୁମାଲ), ଲାଲୁ ଲାକ୍ରା (ପଞ୍ଚାୟତ ସମିତି ସଭ୍ୟ) ଏବଂ ବ୍ଲକ ଅଧ୍ୟକ୍ଷା ସବିନା ମିଞ୍ଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଡିସିବିଏଲ୍‌ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ତଥା ରାଜଗାଙ୍ଗପୁର ୟୁନିଟ୍‌ ହେଡ୍‌ ଚେତନ ଶ୍ରୀବାସ୍ତବ କହିଛନ୍ତି, ଆମେ ଏଲ୍‌.ଭି. ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ରାଜଗାଙ୍ଗପୁର ସହ ୨୦୧୫ରୁ ଅତି ଘନିଷ୍ଠ ଭାବେ ମିଶି କାର୍ଯ୍ୟ କରିଆସୁଛୁ। ଏହି ମିଳିତ ପ୍ରୟାସ ଆଇ ସେଣ୍ଟରକୁ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଜନସାଧାରଣଙ୍କ ନିକଟତର କରିପାରୁଛି ଏବଂ ସେମାନେ ଏହାର ସୁଯୋଗ ନେଉଛନ୍ତି ଏବଂ ଏହା ରାଜଗାଙ୍ଗପୁର ଓ ସୁନ୍ଦରଗଡ଼କୁ ଦୃଷ୍ଟିହୀନମୁକ୍ତ ଜିଲାରେ ପରିଣତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।

Share