ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ

ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ଭାରତରେ ସାମ୍ୟବାଦ ନାଁ ଶୁଣିବାମାତ୍ରେ ଭୟରେ ଥରହର ହେଉଥିଲେ ଅଭିଜାତ ବର୍ଗ ଓ ଶୋଷକ ଗୋଷ୍ଠୀ, ସେତିକିବେଳେ ଓଡ଼ିଶାର ରାଜନୈତିକ ବାତାବରଣକୁ ପ୍ରକମ୍ପିତ କରିଥିଲା ସାମ୍ୟବାଦୀ ଆନ୍ଦୋଳନର ତୂର୍ଯ୍ୟନାଦ, ଯାହାର ଆବାହକ ଥିଲେ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ। କୌଣସି ଐତିହାସିକ ଅନୁବର୍ତ୍ତନର ଉନ୍ମେଷ ମୁହୂର୍ତ୍ତରେ ଯେଉଁମାନେ ନୂତନ ଭାବଧାରାର ଆବାହକ ହୁଅନ୍ତି, ସେମାନଙ୍କୁ ନିର୍ବାହ କରିବାକୁ ହୁଏ ସାମ୍ବାଦିକ, ସାହିତି୍ୟକ, ସଙ୍ଗଠକ, ବକ୍ତା ଓ ପ୍ରଚାରକର ଦାୟିତ୍ୱ।
୧୯୩୧ ପରେ ଗାନ୍ଧୀ ଉର୍‌ଉଇନ ଚୁକ୍ତିର ବିଫଳତା ପରେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଅହିଂସା ମାର୍ଗ ପ୍ରତି ବଢ଼ିଲା ସଂଶୟ ଓ ଅସନ୍ତୋଷ। ଅନ୍ୟପକ୍ଷରେ ସମାଜବାଦୀ ଚିନ୍ତାଧାରାର ଉତ୍ସରଣ ଓ ଉତ୍କର୍ଷତା ପ୍ରତି ବଢ଼ିଲା ଯୁବଗୋଷ୍ଠୀର ଆକର୍ଷଣ। ଏମାନେ କଂଗ୍ରେସରେ ଥାଇ ଗଠନ କଲେ ସମାଜବାଦୀ ସଂଘ। ପରବର୍ତ୍ତୀ ସମୟରେ (୧୯୩୪) ସର୍ବଭାରତୀୟ ସ୍ତରରେ ଜନ୍ମଲାଭ କଲା କଂଗ୍ରେସ ସୋସାଲିଷ୍ଟ ପାର୍ଟି। ଆଚାର୍ଯ୍ୟ ନରେନ୍ଦ୍ରଦେବ ତା’ର ସଭାପତି ହେଲେ ଏବଂ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ ଜୟ ପ୍ରକାଶ ନାରାୟଣ। ପ୍ରାଦେଶିକ ସ୍ତରରେ ମଧ୍ୟ କଂଗ୍ରେସରୁ ଅଲଗା ହୋଇ ଗଠନ ହେଲା ପ୍ରଜା ସୋସାଲିଷ୍ଟ ଦଳ। ଓଡ଼ିଶା କଂଗ୍ରେସ ମହଲରେ ସମାଜବାଦୀ ବିଚାରଧାରା ସମର୍ଥକ ଯୁବଗୋଷ୍ଠୀର ପୁରୋଭାଗରେ ଥାଆନ୍ତି ବୌଦ୍ଧିକ କ୍ଷେତ୍ରରେ ତେଜସ୍ବୀ ନବକୃଷ୍ଣ ଚୌଧୁରୀ। ଓଡ଼ିଶାରେ ସେ ସମାଜବାଦୀ ଦଳର ନେତୃତ୍ୱ ନେଲେ ଏବଂ ତାଙ୍କ ସମ୍ପାଦନା ଓ ଭଗବତୀ ଚରଣଙ୍କ ସହଯୋଗରେ ପ୍ରକାଶ ପାଇଲା ଦଳର ମୁଖପତ୍ର ସାରଥି।
୧୯୩୪ ମସିହାରେ ନବଗଠିତ କଂଗ୍ରେସ ସୋସାଲିଷ୍ଟ ଦଳ ପକ୍ଷରୁ ଆରମ୍ଭ ହେଲା କୃଷକ ଆନ୍ଦୋଳନ। ଜମିଦାର ଓ ସାହୁକାରଙ୍କ ଶୋଷଣ ବିରୋଧରେ ଚାଷୀ ମୂଲିଆ ଏକଜୁଟ ହୋଇ ଗଠନ କଲେ କୃଷକ ସଂଘ। ସଂଗଠନର ମୁଖପତ୍ର ଭାବରେ କୃଷକ ନାମରେ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଲା, ଯାହାର ସମ୍ପାଦନା ଦାୟିତ୍ୱ ନେଲେ ଭଗବତୀ ଚରଣ ପାଣିଗ୍ରାହୀ। ମଠଧନ କୋଠ ହେଉ, ଲଙ୍ଗଳ ଯା’ର ଜମି ତା’ର, ଗଛ ମାଛରେ ପ୍ରଜାର ଅଧିକାର ସାବ୍ୟସ୍ତ ହେଉ ଇତ୍ୟାଦି ଦାବି ନେଇ ଏଥିରେ ଅନେକ ଲେଖା ପ୍ରକାଶ ପାଇଲା, ଯାହା ଶୋଷକ ଜମି ମାଲିକଙ୍କ ଆଖିରୁ ହଜେଇଦେଲା ନିଦ।
୧୯୩୫ ମସିହା ଶେଷଭାଗରେ ଭଗବତୀଙ୍କ ଉଦ୍ୟମରେ ଗଠନ ହେଲା ‘ନବଯୁଗ’ ସାହିତ୍ୟ ସଂସଦ। ତା’ର ଆବାହନୀ ସଙ୍ଗୀତ ଲେଖି କବି ଅନନ୍ତ ପଟ୍ଟନାୟକ ଗାଇଲେ ”ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା, ବକ୍ଷ ଶୋଣିତ ଲକ୍ଷ୍ୟ ଜୀବନେ ଖେଳାଅ ଆଲୋକ ଧାରା।“ ସାହିତ୍ୟ ମାଧ୍ୟମରେ ସମାଜବାଦୀ ଚେତନାକୁ ଆଗେଇ ନେବା ପାଇଁ ଭଗବତୀଚରଣଙ୍କ ସମ୍ପାଦନାରେ ଆତ୍ମପ୍ରକାଶ କଲା (୧୯୩୬) ସଂସଦର ମୁଖପତ୍ର ‘ଆଧୁନିକ’। ପତ୍ରିକାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ’ର ତୃତୀୟ ବର୍ଷ ଷଷ୍ଠ ସଂଖ୍ୟାରେ ଲେଖାଥିଲା- ‘ନବଯୁଗର ବାର୍ତ୍ତା ବହନ କରିଆସୁଛି ‘ଆଧୁନିକ’। ଓଡ଼ିଶାର ପତ୍ରିକା ଜଗତରେ ଯୁଗାନ୍ତର ହେବା ସହିତ ହୃଦୟରେ ସଞ୍ଚାରଣ କରିବ ଅଭିନବ ଜାଗରଣ’। ‘ଆଧୁନିକ’ର ପ୍ରଥମ ସଂଖ୍ୟାରେ ତା’ର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରିବା ଲକ୍ଷ୍ୟରେ ସମ୍ପାଦକ ଭଗବତୀଚରଣ ଲେଖିଲେ ଆଧୁନିକ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା ନୁହେଁ। ପୃଥିବୀବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ନିମନ୍ତେ ତା’ର ଜନ୍ମ। ସାପ ମରିବନି କି ବାଡ଼ି ଭାଙ୍ଗିବ ନାହିଁ- ଏହା ହିଁ ସାଧାରଣତଃ ସାହିତ୍ୟ ପତ୍ରିକାର ନୀତି। ମାତ୍ର ଆଧୁନିକ ଏହି ନୀତିର ଏକ ବ୍ୟତିକ୍ରମ। ବାଡ଼ି ଭାଙ୍ଗୁ ପଛେ ସାପକୁ ମାରିବା ତା’ର ଲକ୍ଷ୍ୟ’।
ଓଡ଼ିଆ ସାହିତ୍ୟରେ ଭଗବତୀ ଚରଣଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ଶିକାର’ ହିଁ ପ୍ରଗତିବାଦୀ ଚେତନାର ଅଗ୍ନିବୀଜ। ଏହା ଆଧୁନିକରେ ପ୍ରକାଶ ପାଇଲା(୧୯୩୬) ପରେ। ତା’ର ଅବିଶ୍ବସନୀୟ ପାଠକୀୟ ଆବେଦନ ଏମିତି ସାମାଜିକ ଉନ୍ମାଦନା ସୃଷ୍ଟି କଲା ଯେ, ଓଡ଼ିଆ ସାହିତ୍ୟରୁ ହଟିବାକୁ ଲାଗିଲା ଜଡ଼ତା, କଳ୍ପନା ବିଳାସିତା ଓ ପଳାୟନପନ୍ଥୀ ଭାବନା। ଯୁଗଯୁଗ ଧରି ଯେଉଁମାନେ ମୂକ ଓ ନିର୍ବାକ୍‌ ଥିଲେ, ସେମାନଙ୍କ ମୁହଁରେ ଫୁଟିଲା ପ୍ରତିବାଦର ଭାଷା। ସାମନ୍ତବାଦୀ ଚରିତ୍ର ପରିବର୍ତ୍ତେ ସାହିତ୍ୟରେ ନାୟକ ଭାବେ ଚିତ୍ରିତ ହେଲେ ନିମ୍ନ ମଧ୍ୟବିତ୍ତ ବର୍ଗର ମଣିଷ। କାଲ୍‌ମାର୍କ୍ସଙ୍କ ଦାସ କ୍ୟାପିଟାଲ ପଢ଼ି ଭଗବତୀଚରଣ ବୁଝିଥିଲେ ଲୋକେ ଧର୍ମ ରୂପକ ଅଫିମ ଖାଇ କେବଳ ଶୋଷଣର ଶିକାର ହେଉନାହାନ୍ତି, ଏହା ଦ୍ବାରା ବଢ଼ୁଛି ସାମ୍ପ୍ରଦାୟିକ ବିଦ୍ୱେଷ। ବିପନ୍ନ ହେଉଛି ଜାତୀୟ ଏକତା। ଏହି ମର୍ମରେ ସେ ଲେଖିଲେ- ”ଧର୍ମ ଯେଉଁଠାରେ ତା’ର ଶୁଭଦୃଷ୍ଟି ପକାଏ, ସେଠାରେ ଉପନିବେଶ ସ୍ଥାପନ କରେ ଦାସତ୍ୱ। ଜନତାର ଦାସତ୍ୱ ହିଁ ଧର୍ମର ସହଯାତ୍ରୀ। ଧର୍ମ ପ୍ରଚାରର ଉଦ୍ଦେଶ୍ୟ ହୁଏତ ଭିନ୍ନ ହୋଇପାରେ, କିନ୍ତୁ ପ୍ରତ୍ୟେକ ସ୍ଥଳରେ ତା’ର ପରିଣାମ ହେଉଛି ଜନତାର ଦାସତ୍ୱ। ‘ଆଧୁନିକ’ର ପ୍ରଭାବରେ ଧୀରେଧୀରେ ତୁଟିବାକୁ ଲାଗିଲା ଧର୍ମ ଓ ଭଗବାନଙ୍କ ଉପରୁ ବିଶ୍ବାସ। ସବୁଜ ପରୀର ଅଞ୍ଚଳ ତଳେ ମୁହଁ ଢାଙ୍କି ପ୍ରେମ ଓ ସୌନ୍ଦର୍ଯ୍ୟର ନିରାଜନା କରୁଥିବା ସବୁଜ କବିମାନଙ୍କୁ ସୁଦ୍ଧା ଉଚ୍ଚାଟ କଲା ପ୍ରଗତିବାଦୀ ସାହିତ୍ୟର ସାମାଜିକ ବାସ୍ତବତା। ଅତୀନ୍ଦ୍ରିୟ ରହସ୍ୟବାଦର ମାୟାଜାଲ ଛିଡ଼େଇ ସେମାନେ ଆଙ୍କିଲେ ନିର୍ଯାତିତ ମଣିଷର ଦୁଃଖ ଓ ଦୁର୍ଦ୍ଦଶାର କରୁଣ ଚିତ୍ର। ‘ବଧୂ ଆସେ ମୋର ଧୀର ସୁଲଳିତ ତୃତୀୟ ଯୋଜନା ସମ’ ଗାଉଥିବା ସ୍ବପ୍ନବିଳାସୀ କବି (କାଳିନ୍ଦୀ ଚରଣ)ଙ୍କ କଲମରୁ ଝରିଆସିଲା- ”ଜନ୍ମ ଆମର ମଣିଷ କୁଳରେ ନାହଁ ଇଜ୍ଜତ ମାନ, ଆମ ଝିଅ ବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ।“
୧୯୩୬ ମସିହାରେ ଗଠନ ହେଲା ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି। ଭଗବତୀଚରଣ ହେଲେ ତା’ର ସମ୍ପାଦକ। ତାଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ ମୋଗଲବନ୍ଦୀ ଅଞ୍ଚଳରେ ଚାଲିଥିବା କୃଷକ ଆନ୍ଦୋଳନର ପ୍ରଭାବ ଗଡ଼ଜାତ ଅଞ୍ଚଳରେ ପଡ଼ିଲା ଏବଂ ବିଭିନ୍ନ ରାଜ୍ୟରେ ଆରମ୍ଭ ହେଲା ପ୍ରଜାମେଳି। ପ୍ରତ୍ୟେକ ଗଡ଼ଜାତ ଅଞ୍ଚଳରେ ଗଢ଼ିଉଠିଲା ପ୍ରଜାମଣ୍ଡଳ। ସେତେବେଳେ ସାମନ୍ତବାଦୀ ପ୍ରଥା ପ୍ରଚଳିତ ଗଡ଼ଜାତ ରାଜ୍ୟଗୁଡ଼ିକରେ ଚାଲିଥିଲା ଅନ୍ଧାରି ଶାସନ। ରାସ୍ତାଘାଟ, କୋଠାବାଡ଼ି ଓ ରାଜପ୍ରାସାଦ ଇତ୍ୟାଦି ନିର୍ମାଣ ପାଇଁ ପ୍ରଜା ଖଟୁଥିଲେ ବେଠି। ରାଜା ପାରିଧିକୁ ଗଲେ, ହିଂସ୍ରଜନ୍ତୁସଙ୍କୁଳ ଜଙ୍ଗଲରେ ଖେଦା ଜଗୁଥିଲେ ପ୍ରଜା।
ସାମନ୍ତବାଦୀ ଶୋଷଣର ସବୁ ସୀମା ଟପି ଯାଇଥିଲା ଢେଙ୍କାନାଳ ଗଡ଼ଜାତ। ଏଠାରେ ରାଜା ଥିଲେ ସାକ୍ଷାତ୍‌ ଯମ। ଚିରାଚରିତ ଗଡ଼ଜାତ ଗଞ୍ଜଣା ବ୍ୟତୀତ ଏଠାରେ କେତେବେଳେ କାହା ନିଶ ଉପାଡ଼ି ଦିଆଯାଉଥିଲା ଅତି ନିର୍ମମ ଭାବରେ। କଟକ ଜିଲା ଜେନାପୁରଠାରେ ଅନୁଷ୍ଠିତ ବିରାଟ କୃଷକ ସମ୍ମିଳନୀ (୧୯୩୮)ପରେ ଢେଙ୍କାନାଳ ପ୍ରଜା ଆନ୍ଦୋଳନ ଉଗ୍ର ରୂପନେଲା, ଯାହାକୁ ଭଗବତୀଚରଣ ପରିଚାଳନା କରୁଥିଲେ ଗୁପ୍ତ ସଙ୍ଗଠନ ଜରିଆରେ। ‘ରଣଭେରି’ ନାମକ ପ୍ରଚାରପତ୍ର ଲେଖି ବିଭିନ୍ନ ଅଞ୍ଚଳକୁ ପଠାଉଥିଲେ ଗୁପ୍ତରେ। ୧୯୩୯ରେ ସେ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରବନ୍ଧ ଲେଖିବା ପରେ ଢେଙ୍କାନାଳ ବୀରତ୍ୱପୂର୍ଣ୍ଣ ପ୍ରଜା ଆନ୍ଦୋଳନ ସାରା ଭାରତର ଦୃଷ୍ଟି ଆକର୍ଷଣ କଲା ଏବଂ ତାଙ୍କୁ ଗିରଫ କରାଗଲା (୧୯୪୦ ମସିହା ଜାନୁଆରୀ ମାସ) କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ। ଦେଶଦ୍ରୋହ ଆଇନର ଧାରା ଲଗେଇ ତାଙ୍କୁ ଜେଲରେ ରଖାଗଲା ଦୀର୍ଘ ଅଢ଼େଇ ବର୍ଷ। ଜେଲରୁ ସେ ଖଲାସ ହେବା ବେଳକୁ ଓଡ଼ିଶାରେ ଦୁର୍ଭିକ୍ଷ ଅବସ୍ଥା। ବିଶେଷକରି ଗଞ୍ଜାମ ଅଞ୍ଚଳରେ ଖାଇବାକୁ ନ ପାଇ ମୃତ୍ୟୁମୁଖରେ ପଡୁଥିଲେ ଶହଶହ ଲୋକ। ବିଶ୍ରାମ ନ ନେଇ ଚୁଡ଼ା ଚାଉଳ ସଂଗ୍ରହ କରି ବୁଲିଲେ ଦୁର୍ଭିକ୍ଷ ଅଞ୍ଚଳରେ। ଗଞ୍ଜାମରେ ପହଞ୍ଚତ୍ ରୟତ ଆନ୍ଦୋଳନର ନେତା ଗୋବିନ୍ଦ ପ୍ରଧାନଙ୍କ ସହଯୋଗରେ ପରିଚାଳନା କଲେ ରିଲିଫ କାର୍ଯ୍ୟ। ପ୍ରପୀଡ଼ିତଙ୍କ ସେବା କରିବାକୁ ଯାଇ ନିଜର ଶରୀର ପ୍ରତି ଅବହେଳା କଲେ, ଯାହାର ପରିଣାମ ହେଲା ଚିରନିଦ୍ରା। ସର୍ବହରାଙ୍କ ପ୍ରତି ଅକଳ୍ପନୀୟ ଶ୍ରଦ୍ଧା ଓ ପ୍ରତିବଦ୍ଧତା ନେଇ ସାଲିସବିହୀନ ଲଢ଼େଇ ଲଢ଼ୁଥିବା ବିପ୍ଳବୀ ଭଗବତୀଙ୍କ ଜୀବନଦୀପ ଅବେଳରେ ଲିଭିଗଲା ମାତ୍ର ୩୪ ବର୍ଷ ବୟସରେ।
ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣେଇବାକୁ ଯାଇ କବି ସଚ୍ଚି ରାଉତରାୟ ଲେଖିଥିଲେ- ”ହେ ବନ୍ଧୁ ବିଦାୟ, ଯିବ ଯେବେ ଥାଅ ତେବେ, ଘେନିଯାଅ ମୋର ରକ୍ତ ପ୍ରଣାମ, … ବିଦାୟ ବିଦାୟ ସାଥୀ ଅଗ୍ରଦୂତ ନବ ପ୍ରଭାତର।“
ଅବସରପ୍ରାପ୍ତ ଅଧ୍ୟକ୍ଷ , ଭଦ୍ରକ।
୬୩୭୧୬୪୨୪୬୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri