Posted inଜାତୀୟ

ଜୁଲାଇ ୧୫ରେ ଅଗ୍ନିପଥ ଯୋଜନାର ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ସେନାରେ ନିଯୁକ୍ତି ପାଇଁ ନୂତନ ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ସ୍ଥିର କରିଛନ୍ତି। ଜୁଲାଇ ୧୫ ଏହି ଆବେଦନଗୁଡ଼ିକର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।

ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଏଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଏହି ନିଯୁକ୍ତି ଯୋଜନା ବିରୋଧରେ ଅନେକ ପିଟିଶନ ଦାଖଲ କରାଯାଇଛି। ସେଥିମଧ୍ୟରୁ କେତେକ ଏହାର ବିଜ୍ଞପ୍ତି ରଦ୍ଦ କରିବାକୁ ଦାଖଲ ହୋଇଛି। ଏଥି ସହିତ, ଏକ ଆବେଦନପତ୍ରରେ, ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଏକ ପ୍ୟାନେଲ ଗଠନ କରାଯାଇ ଏହାର ମତାମତ ନେବାକୁ ଦାବି କରାଯାଇଛି।

ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ଏହି ଯୋଜନାକୁ ତୀବ୍ର ବିରୋଧ କରାଯାଇଥିଲା।ବିଶେଷକରି ଉତ୍ତରପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା।

ଜୁଲାଇ ୫ ରେ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ଆଉ ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହି ଆବେଦନ ପୂର୍ବତନ ସୈନିକ ରବିନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦାଖଲ କରାଯାଇଛି। ସେ ତାଙ୍କ ଆବେଦନରେ କହିଛନ୍ତି ଯେ ଅଗ୍ନିପଥ ଯୋଜନା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ବିଜ୍ଞପ୍ତି ବେଆଇନ, ଅସାମ୍ବିଧାନିକ। ଏହା ବ୍ୟତୀତ ଏହା ସମ୍ବିଧାନରେ ଦିଆଯାଇଥିବା ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। ବିଶେଷକରି ସେହି ପ୍ରାର୍ଥୀମାନଙ୍କ ବିଷୟରେ ଏହି ଆବେଦନରେ ପ୍ରଶ୍ନ ଉଠିଥିଲା, ଯେଉଁମାନେ ପୂର୍ବରୁ ଚାଲିଥିବା ନିଯୁକ୍ତି ଯୋଜନାରେ ଅଂଶ ଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ବର୍ତ୍ତମାନ ଏଥିରେ ପୁନର୍ବାର ଆବେଦନ କରିବାକୁ ପଡିବ। ଶେଖାଓ୍ବତ ତାଙ୍କ ଆବେଦନରେ କହିଥିଲେ ଯେ ଏହି ନୂତନ ନିଯୁକ୍ତି ଯୋଜନା ସହିତ ଗତ କିଛି ବର୍ଷ ଧରି ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ଗୋଟିଏ ପଟେ ସେମାନେ କରୋନା କାରଣରୁ ନିଯୁକ୍ତି ରାଲିରେ ଯୋଗଦେଇ ପାରି ନଥିଲେ। ବର୍ତ୍ତମାନ ଏହି ଯୋଜନା ସେମାନଙ୍କୁ ବଡ଼ ଧକ୍କା ଦେଇଛି।

ଆବେଦନରେ କୁହାଯାଇଛି ଯେ ପୁରାତନ ନିଯୁକ୍ତି ଯୋଜନାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀଙ୍କୁ ବର୍ତ୍ତମାନ ନୂତନ ଭାବେ ପ୍ରସ୍ତୁତି କରିବାକୁ ପଡ଼ିବ। ଏହା କରିବା ଭୁଲ କାରଣ ସେମାନେ ଏକ ନିଯୁକ୍ତି ପ୍ରକ୍ରିୟାକୁ ଅଧାରେ ଛାଡ଼ି ନୂତନ ନିଯୁକ୍ତି ପ୍ରକ୍ରିୟାରେ କିପରି ସାମିଲ ହେବେ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ସମୟ ନଷ୍ଟ ହୋଇଥିବାବେଳେ ଅନ୍ୟ ପଟେ ସେମାନଙ୍କୁ ନୂତନ ନିଯୁକ୍ତିରେ କୌଣସି ପ୍ରାଥମିକତା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri