Posted inଜାତୀୟ

ବନ୍ଦ ହୋଇଯିବ କି ଅଗ୍ନିବୀର ଯୋଜନା, ସଂସଦରୁ ମିଳିଲା ସଙ୍କେତ

ନୂଆଦିଲ୍ଲୀ,୨୮।୬: ସଂସଦର ମିଳିତ ଅଧିବେଶନକୁ ଗତକାଲି ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ସେ ନିଜ ଅଭିଭାଷଣରେ ସରକାରଙ୍କ ସଫଳତାକୁ ଉପସ୍ଥାପନ କରିଛନ୍ତି। ପ୍ରାୟ ଘଣ୍ଟେ ଧରି ରାଷ୍ଟ୍ରପତି ସରକାରଙ୍କର ଗତ ୧୦ବର୍ଷ ମଧ୍ୟରେ କେଉଁ କ୍ଷେତ୍ରରେ ସର୍ବୋତ୍ତମ କାର୍ଯ୍ୟ କରିଛନ୍ତି ସେ ନେଇ କହିଛନ୍ତି। ଭାରତୀୟ ସେନାର ଅନେକ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ରାଷ୍ଟ୍ରପତି ଅଗ୍ନିବୀର ଯୋଜନା ନାଁ ସୁଦ୍ଧା ଉଠାଇ ନାହାନ୍ତି। ରାଷ୍ଟ୍ରପତି ସରକାରଙ୍କ ସବୁ ବଡ଼ ବଡ଼ ପଦକ୍ଷେପ ଉଠାଇବା ସହ ବିରୋଧୀଙ୍କୁ ଏମରାଜନ୍ସିକୁ ନେଇ ମଧ୍ୟ ସମାଲୋଚନା କରିଥିଲେ। ହେଲେ ଅଗ୍ନିବୀର ସମ୍ପର୍କରେ ପଦୁଟିଏ ବି କହି ନ ଥିଲେ। ଏହି ଯୋଜନାକୁ ଆଣିବାବେଳେ ସରକାର ଏହାକୁ ଦେଶ ପାଇଁ ବୈପ୍ଳବିକ ପଦକ୍ଷେପ ବୋଲି କହିଥିଲେ। ଏଥିସହ ଭବିଷ୍ୟତ ପାଇଁ ସେନା ପ୍ରସ୍ତୁତ ରଖିବାର ଏକ ମାଷ୍ଟର ଷ୍ଟ୍ରୋକ ବୋଲି ମଧ୍ୟ କହି ଆସୁଥିଲେ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଅଗ୍ନିବୀରଙ୍କ ନାମ ନିଅନ୍ତୁ କି ନ ନିଅନ୍ତୁ ଏହା ସରକାରଙ୍କ ଇଚ୍ଛା। କିନ୍ତୁ ଯେତେବେଳେ ସରକାରଙ୍କ ସଫଳତା ଏବଂ ଦୂରଦୃଷ୍ଟି ବିଷୟରେ ଆଲୋଚନା କରାଯାଏ ସେତେବେଳେ ଅଗ୍ନିବୀର ଯୋଜନାକୁ କିପରି ବାଦ୍‌ ଦିଆଯାଇଛି ତାହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରଶ୍ନ ଉଠିବାର କାରଣ ଏହା ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ଭବିଷ୍ୟତ ସହିତ ସିଧାସଳଖ ଜଡିତ। ମୋଦି ସରକାର ଏହାକୁ କାର୍ଯ୍ୟକାରୀ କରିବା ଦିନଠାରୁ ସେନାର ସ୍ବଳ୍ପକାଳୀନ ସେବା ଉପରେ ପ୍ରଶ୍ନ ଉଠିଛି। ଯେତେବେଳେ ଅଗ୍ନିବୀର ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ସରକାର ଏହି ଯୋଜନା ବିଷୟରେ ଅନେକ ପ୍ରଚାର କରିଥିଲେ, କିନ୍ତୁ ବର୍ତ୍ତମାନ ସରକାରଙ୍କ ସଫଳତା ତାଲିକାରେ ଏହାର ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳୁନାହିଁ।

ରାଷ୍ଟ୍ରପତି ଲୋକ ସଭାରେ ୫୧ମିନିଟର ଲମ୍ବା ଭାଷଣ ଦେଇଛନ୍ତି। ସମଗ୍ର ଅଭିଭାଷଣରେ କୃଷି ସଂସ୍କାର, ମହିଳା ସଶକ୍ତିକରଣ, ଅର୍ଥନୀତି, ଜରୁରୀକାଳୀନ ପରିସ୍ଥିତି, ଜନସାଧାରଣ ପରିବହନ, ପେପର୍‌ ଲିକ ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ନିଜର ୨ ମିନିଟ ୫୦ ସେକେଣ୍ଡ ଭାଷଣରେ ମଧ୍ୟ ସେନା ଉପରେ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ସଫଳତା ବିଷୟରେ ମଧ୍ୟ କହିଛନ୍ତି। ହେଲେ ସେହି ୨ ମିନିଟ ୫୦ ସେକେଣ୍ଡରେ ଅଗ୍ନିବୀର ନାମ ଥରେ ମଧ୍ୟ ଉଲ୍ଲେଖ କରିନାହାନ୍ତି।

ତେବେ ଆଲୋଚନା ହେଉଛି କି, ଯୁବପିଢିଙ୍କ ଅସନ୍ତୋଷ ଏବଂ ବିରୋଧୀଙ୍କ ବିରୋଧ ଯୋଗୁଁ ସରକାର ଅଗ୍ନିବୀରକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି କି? ସରକାର ନିଜକୁ ଅଗ୍ନିବୀର ଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି କି? ଏହି ପ୍ରସଙ୍ଗକୁ ନେଇ ସରକାର ଙ୍କ ସହଯୋଗୀମାନେ ଚାପରେ ଅଛନ୍ତି କି? କିମ୍ବା ସରକାର ଅଗ୍ନବୀର ଯୋଜନାରେ କୌଣସି ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri