ଆଇଆରଇ ଓ ଗୋପାଳପୁର ପୋର୍ଟ କମ୍ପାନୀରେ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ

ଛତ୍ରପୁର (ଦିଲ୍ଲୀପ ସାମଲ )୪।୯: ଛତ୍ରପୁର ଉପକଣ୍ଠ ଆଇଆରଇଏଲ ଓ ଗୋପାଳପୁର ପୋର୍ଟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ /ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ଅଗଷ୍ଟ ୨୮ରୁ ଧାରଣା ଦିଆଯାଇଥିଲା। କିନ୍ତୁ ସେମାନଙ୍କ ଦାବି କେହି ନ ଶୁଣିବାରୁ ଆଜି ଡୁଗୁଲୁ ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଆନ୍ଦୋଳନକାରୀ। ଯାହାଫଳରେ ବହୁ ଗାଡି ଅଟକ ରହିଛି। ଆନ୍ଦୋଳନକାରୀ କହିବା ମୁତାବକ ସେମାନେ ଆଜିକୁ ୫ବର୍ଷ ହେଲା ଏହି ଦାବି କରି ଆସୁଥିଲେ ବି ଏହି ଦୁଇ କମ୍ପାନୀ ସେମାନଙ୍କ ଦାବିକୁ ଅଣଦେଖା କରିବା ସହ କେବଳ ପ୍ରତିଶ୍ରୁତି ଦେଇ ଆସୁଥିଲା। ୭ ଦିନ ଶାନ୍ତି ଶୃଙ୍ଖଳାରେ ବସି ଧାରଣା ଦେବା ପରେ ବି କେହି ଶୁଣିଲେ ନାହିଁ ଶେଷରେ ବାଧ୍ୟ୍ୟ ହୋଇ ରାସ୍ତା ରୋକ କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବଡ଼ ଧରଣର କରାଯିବ ବୋଲି କୁହାଯାଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି। କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ନେତୃତ୍ୱରେ ଅଞ୍ଚଳ ର କିଛି ମହିଳା /ଯୁବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ ଶ୍ରମିକ ନେତା ଭୋକାଲି ସେଠି, କଣମଣା ପଞ୍ଚାୟତର ନ୍ୟାୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, କାଳିଆ ରାଉଳ ଙ୍କ ସମେତ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

ମନ୍ଦିର ପ୍ରତିଷ୍ଠା, ନାମଯଜ୍ଞ ପାଇଁ ପ୍ରସ୍ତୁତି : ଅଧିକରୁ ଅଧିକ ଜନସମାଗମ ଆଶଙ୍କା

ଗଞ୍ଜାମ,୨୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର କରପଡା ଗ୍ରାମରେ ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହା ଆଡମ୍ବରରେ ମା’ ବୁଢ଼ୀ ଠାକୁରାଣୀ ଏବଂ…

ଗ୍ୟାସ ଅଭାବ ଯୋଗୁ ଅଙ୍ଗନାଓ୍ବାଡି କର୍ମୀଙ୍କ ମଧ୍ୟରେ ଭାଳେଣି, ଅଙ୍ଗନାଓ୍ବାଡି କେନ୍ଦ୍ରରେ ବନ୍ଦ ହୋଇଯିବ ରୋଷେଇ!

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ମିଳୁନି ଜାଳେଣି ଗ୍ୟାସ, ଗ୍ୟାସ ଅଭାବରୁ ଅଧିକାଂଶ ହୋଟେଲ, ଫାଷ୍ଟଫୁଡ୍‌ ସେଣ୍ଟର ଓ ଚା’ ଦୋକାନ ବନ୍ଦ ହୋଇ ସାରିଥିବାବେଳେ ଏବେ ଘରମାନଙ୍କରେ ମଧ୍ୟ…

ଗଛରେ ପିଟିହୋଇ ଓଲଟିଲା କାର୍‌: ଆଖିବୁଜିଦେଲେ ,ଶଳା,ଭିଣୋଇ

ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍‌ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ…

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ: ନାଟକ ‘ପଲ୍ଲୀରୁ ଦିଲ୍ଲୀ ’ ମଞ୍ଚସ୍ଥ…

ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ମେଘଝୋଳି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହେଇଯାଇଛି…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri