ସାର କଳାବଜାରକୁ ନେଇ ତେଜିଲା ଆନ୍ଦୋଳନ:କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବର୍ତ୍ତମାନ ରବି ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଚାଷକାର୍ଯ୍ୟ ଆରମ୍ଭରୁ ଜମିରେ ଡିଏପି, ୟୁରିଆ ସାରର ଆବଶ୍ୟକତା ଥିବାବେଳେ ସାରବିକ୍ରିରେ କଳାବଜାରକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାନୀୟ ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣାସ୍ଥଳକୁ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ କହିଛନ୍ତି। ଖବର ଲେଖାହେବା ସୁଦ୍ଧା(ରାତି ୭ଟା ୩୦ମିନିଟ୍‌) ଚାଷୀଙ୍କ ଧାରଣା ଜାରି ରହିଛି।
ଚଳିତ ମାସ ପହିଲାରୁ ଜିଲାର ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। ଧାନପହ୍ଲା ରୁଆ ଜୋର୍‌ ଧରିଛି। ତେବେ ଚାଷର ପ୍ରଥମ ପର୍ଯ୍ୟାୟରେ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ଜିଲାରେ ଏହି ସାର ଅଭାବ, କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତ ରବିଚାଷ ପାଇଁ ଜିଲାରେ ୨୯ହଜାର ମେଟ୍ରିକ ଟନ୍‌ ୟୁରିଆର ଆବଶ୍ୟକତା ରହିଛି। କିନ୍ତୁ ଏ ଯାଏ ୮୭୬୯.୮୮ ମେଟ୍ରିକ ଟନ୍‌ ୟୁରିଆ ସାର ଜିଲାକୁ ଆସିଛି। ସେହିପରି ୧୧ହଜାର ୫୦୦ମେଟ୍ରିକ ଟନ୍‌ ଡିଏପି ସାର ଆବଶ୍ୟକତା ଥିବାବେଳେ ଜିଲାକୁ ୨୯୫୩ ମେଟ୍ରିକ ଟନ୍‌ ମିଳିଛି।
ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ୟୁରିଆ ସାର ପକେଟ୍‌ ପ୍ରତି ୨୬୬ଟଙ୍କା ୫୦ ପଇସା ରହିଥିବାବେଳେ ତାକୁ ୩୨୦ଟଙ୍କାରୁ ୩୫୦ଟଙ୍କା ଦରରେ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ, ଜଣେ ଚାଷୀ ଗୋଟିଏ ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ୧୫୦ଟଙ୍କାର ଏକ ବାୟୋଫର୍ଟିଲାଇଜର୍‌ କିଣିବାକୁ ବାଧ୍ୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ଚଢ଼ାଦରରେ ଅର୍ଥାତ୍‌ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ନେଇ ଚାଷୀ ପ୍ରତିନିଧିମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି। କିନ୍ତୁ କିଛି ସୁଫଳ ନ ମିଳିବାରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ନେତୃତ୍ୱରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା, ଖଣ୍ଡହଥା, ମାଲିପାଲି ଆଦି ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ସାର ଅଭାବ, କଳାବଜାର ଉପରେ ଏକ ଦାବିପତ୍ର ପ୍ରଦାନ କରି ଚାଷୀମାନେ ତାଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଧାରଣାସ୍ଥଳକୁ ପହଞ୍ଚିଥିଲେ। ଆଲୋଚନାକାଳରେ ଚାଷୀଙ୍କୁ ସରକାରୀ ଧାର୍ଯ୍ୟଦରରେ ସାର ଯୋଗାଇ ଦିଆଯିବ। କିନ୍ତୁ ଚାଷୀମାନେ ୟୁରିଆ ଏବଂ ଡିଏପି ସାର ସାଙ୍ଗରେ ୨୫ପ୍ରତିଶତ ନାନୋ ୟୁରିଆ, ଡିଏପି ବୋତଲ ନେବାକୁ ବାଧ୍ୟତାମୂଳକ ବୋଲି କହିଥିଲେ। ୟୁରିଆ, ଡିଏପି ସାର ସହିତ ନାନୋ ୟୁରିଆ, ଡିଏପି ବୋତଲ ନେଇ ଚାଷୀମାନେ କାହିଁକି ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି ଧାରଣାରତ ଚାଷୀମାନେ କହିଥିଲେ ଏବଂ ନାନୋ ୟୁରିଆ, ଡିଏପି ବୋତଲ ନେବାକୁ ବାଧ୍ୟତାମୂଳକ କରା ନଯାଉ ବୋଲି କହିଥିଲେ। ଏଥିରେ ବିଭାଗୀୟ ଅଧିକାରୀମାନେ ନିଜ ଅସହାୟତା ପ୍ରକାଶ କରିଥିଲେ। ଫଳରେ ଚାଷୀମାନେ ଧାରଣା ଜାରି ରଖିଛନ୍ତି। ଜୟ କିସାନ ଆନ୍ଦୋଳନର ଜିଲା ସଭାପତି ସାହୁଙ୍କ ସମେତ ସଙ୍ଗଠନର ବରଗଡ଼ ବ୍ଲକ ସଭାପତି ସରୋଜ ପ୍ରଧାନ, ସୁଶାନ୍ତ ସାହୁ, ସୁରେଶ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଭୟ ସାହୁ, ଆଲୋକ ମହାପାତ୍ର, ପ୍ରମୋଦ ବିଶ୍ୱାଳ, ଈଶ୍ୱର ସାହୁ ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri