ସାର କଳାବଜାରକୁ ନେଇ ତେଜିଲା ଆନ୍ଦୋଳନ:କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବର୍ତ୍ତମାନ ରବି ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଚାଷକାର୍ଯ୍ୟ ଆରମ୍ଭରୁ ଜମିରେ ଡିଏପି, ୟୁରିଆ ସାରର ଆବଶ୍ୟକତା ଥିବାବେଳେ ସାରବିକ୍ରିରେ କଳାବଜାରକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାନୀୟ ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନ ନେତୃତ୍ୱରେ ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣାସ୍ଥଳକୁ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ କହିଛନ୍ତି। ଖବର ଲେଖାହେବା ସୁଦ୍ଧା(ରାତି ୭ଟା ୩୦ମିନିଟ୍‌) ଚାଷୀଙ୍କ ଧାରଣା ଜାରି ରହିଛି।
ଚଳିତ ମାସ ପହିଲାରୁ ଜିଲାର ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। ଧାନପହ୍ଲା ରୁଆ ଜୋର୍‌ ଧରିଛି। ତେବେ ଚାଷର ପ୍ରଥମ ପର୍ଯ୍ୟାୟରେ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ଜିଲାରେ ଏହି ସାର ଅଭାବ, କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତ ରବିଚାଷ ପାଇଁ ଜିଲାରେ ୨୯ହଜାର ମେଟ୍ରିକ ଟନ୍‌ ୟୁରିଆର ଆବଶ୍ୟକତା ରହିଛି। କିନ୍ତୁ ଏ ଯାଏ ୮୭୬୯.୮୮ ମେଟ୍ରିକ ଟନ୍‌ ୟୁରିଆ ସାର ଜିଲାକୁ ଆସିଛି। ସେହିପରି ୧୧ହଜାର ୫୦୦ମେଟ୍ରିକ ଟନ୍‌ ଡିଏପି ସାର ଆବଶ୍ୟକତା ଥିବାବେଳେ ଜିଲାକୁ ୨୯୫୩ ମେଟ୍ରିକ ଟନ୍‌ ମିଳିଛି।
ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ୟୁରିଆ ସାର ପକେଟ୍‌ ପ୍ରତି ୨୬୬ଟଙ୍କା ୫୦ ପଇସା ରହିଥିବାବେଳେ ତାକୁ ୩୨୦ଟଙ୍କାରୁ ୩୫୦ଟଙ୍କା ଦରରେ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ, ଜଣେ ଚାଷୀ ଗୋଟିଏ ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ୧୫୦ଟଙ୍କାର ଏକ ବାୟୋଫର୍ଟିଲାଇଜର୍‌ କିଣିବାକୁ ବାଧ୍ୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ଚଢ଼ାଦରରେ ଅର୍ଥାତ୍‌ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ନେଇ ଚାଷୀ ପ୍ରତିନିଧିମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି। କିନ୍ତୁ କିଛି ସୁଫଳ ନ ମିଳିବାରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ନେତୃତ୍ୱରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା, ଖଣ୍ଡହଥା, ମାଲିପାଲି ଆଦି ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ସାର ଅଭାବ, କଳାବଜାର ଉପରେ ଏକ ଦାବିପତ୍ର ପ୍ରଦାନ କରି ଚାଷୀମାନେ ତାଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଧାରଣାସ୍ଥଳକୁ ପହଞ୍ଚିଥିଲେ। ଆଲୋଚନାକାଳରେ ଚାଷୀଙ୍କୁ ସରକାରୀ ଧାର୍ଯ୍ୟଦରରେ ସାର ଯୋଗାଇ ଦିଆଯିବ। କିନ୍ତୁ ଚାଷୀମାନେ ୟୁରିଆ ଏବଂ ଡିଏପି ସାର ସାଙ୍ଗରେ ୨୫ପ୍ରତିଶତ ନାନୋ ୟୁରିଆ, ଡିଏପି ବୋତଲ ନେବାକୁ ବାଧ୍ୟତାମୂଳକ ବୋଲି କହିଥିଲେ। ୟୁରିଆ, ଡିଏପି ସାର ସହିତ ନାନୋ ୟୁରିଆ, ଡିଏପି ବୋତଲ ନେଇ ଚାଷୀମାନେ କାହିଁକି ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି ଧାରଣାରତ ଚାଷୀମାନେ କହିଥିଲେ ଏବଂ ନାନୋ ୟୁରିଆ, ଡିଏପି ବୋତଲ ନେବାକୁ ବାଧ୍ୟତାମୂଳକ କରା ନଯାଉ ବୋଲି କହିଥିଲେ। ଏଥିରେ ବିଭାଗୀୟ ଅଧିକାରୀମାନେ ନିଜ ଅସହାୟତା ପ୍ରକାଶ କରିଥିଲେ। ଫଳରେ ଚାଷୀମାନେ ଧାରଣା ଜାରି ରଖିଛନ୍ତି। ଜୟ କିସାନ ଆନ୍ଦୋଳନର ଜିଲା ସଭାପତି ସାହୁଙ୍କ ସମେତ ସଙ୍ଗଠନର ବରଗଡ଼ ବ୍ଲକ ସଭାପତି ସରୋଜ ପ୍ରଧାନ, ସୁଶାନ୍ତ ସାହୁ, ସୁରେଶ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଭୟ ସାହୁ, ଆଲୋକ ମହାପାତ୍ର, ପ୍ରମୋଦ ବିଶ୍ୱାଳ, ଈଶ୍ୱର ସାହୁ ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri