ସେବା ଆଗରେ ହାର ମାନିଛି ବୟସ

ରାଉରକେଲା ଅଫିସ୍‌,୨୫ା୫: ଷ୍ଟିଲସିଟି ରାଉରକେଲାରେ ତାପମାତ୍ରା ପାରଦ ୪୨ ଡିଗ୍ରୀ ପାର୍‌ କରିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଲୋକେ ତାତିରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହୁଥିବା ବେଳେ ଶକ୍ତି ନଗର ଅଞ୍ଚଳର କିଛି ମହିଳା ବରିଷ୍ଠ ନାଗରିକ ତୃଷାତୁରମାନଙ୍କୁ ଜଳଦାନ କରିବାକୁ ଆଗେଇ ଆସିଛନ୍ତି। ଏଭଳି ସେବା ମନୋଭାବ ଦେଖି ଅଞ୍ଚଳବାସୀ ସେମାନଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଛନ୍ତି।
ଶକ୍ତି ନଗର ଅଞ୍ଚଳର ସାରାଣୀ ପଟ୍ଟନାୟକ(୭୬), ଶ୍ରୀମତୀ ନାୟକ(୭୪) ଏବଂ ଆଶାଲତା ଦାସ(୭୬)। ୨୦୧୫ ମସିହାରୁ ସେମାନେ ଉଦୁଉଦିଆ ଖରା ସମୟରେ ପ୍ରବଳ ତାତିକୁ ଖାତିର ନ କରି ଶକ୍ତି ନଗର ଓ କୋଏଲ ନଗର ସି ବ୍ଲକ ମଧ୍ୟବର୍ତ୍ତୀ ସ୍ଥାନରେ ଜଳଛତ୍ର ଖୋଲି ତୃଷାତୁର ପଥିକମାନଙ୍କୁ ଜଳଦାନ କରିଆସୁଛନ୍ତି। ୮ ବର୍ଷ ତଳେ ସେମାନେ ପ୍ରାତଃ ଭ୍ରମଣ କରିବାକୁ ଯାଉଥିଲେ। ଖରାଦିନେ ରାସ୍ତାରେ ପାଣି ବ୍ୟବସ୍ଥା ନ ଥିବା ଦେଖି ସମସ୍ତ ବରିଷ୍ଠ ମହିଳା ନାଗରିକ ଏକ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ନେଲେ। ସେମାନେ ସମସ୍ତ ଆୟୋଜନ କରିପାରିବେ ନାହିଁ ବୋଲି ଉପଲବ୍ଧି କରି ସ୍ଥାନୀୟ ଯୁବକଙ୍କ ସହଯୋଗ ଲୋଡିଥିଲେ। ଏହି ୩ଜଣଙ୍କ ସହ ସ୍ବର୍ଣ୍ଣପ୍ରଭା ପଣ୍ଡା ନାମକ ଅନ୍ୟ ଜଣେ ମହିଳା ସହଯୋଗ କରିଥିଲେ। କୋଭିଡ ଯୋଗୁ ୨ ବର୍ଷ ଜଲଛତ୍ର ବନ୍ଦ ରହିଥିଲା। ସ୍ବର୍ଣ୍ଣପ୍ରଭା କର୍କଟ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯାଇଥିଲେ ମଧ୍ୟ ଏହି ୩ ବୃଦ୍ଧାଙ୍କ ସମାଜସେବା ନିଶା ତୁଟି ନ ଥିଲା ବୋଲି ସନ୍ଧ୍ୟାରାଣୀ କୁହନ୍ତି। ଜଳଛତ୍ରରେ ଶୁଦ୍ଧ ପେୟ ଜଳ ବ୍ୟତୀତ ବିଭିନ୍ନ ଦିନମାନଙ୍କରେ ବେଲ, ସ୍କ୍ବାଶ, ଆଖୁ ରସ, ପଣା ଓ ଅନ୍ୟ ସର୍ବତ ମଧ୍ୟ ବଣ୍ଟନ କରାଯାଇଥାଏ। ଏଥିପାଇଁ ସମସ୍ତ ସାମଗ୍ରୀ ସେମାନଙ୍କୁ ଯୋଗାଡ କରିବାକୁ ପଡିଥାଏ ବୋଲି ଶ୍ରୀମତୀ କହିଛନ୍ତି। ସେହିପରି ଆଶାଲତା କୁହନ୍ତି, ପରିଣତ ବୟସରେ ଅଧିକ ସ୍ବାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ପଣା ସଂକ୍ରାନ୍ତିରୁ ୨ ମାସ ପର୍ଯ୍ୟନ୍ତ ନିରନ୍ତର ଜଳଛତ୍ର ଚାଲିଥାଏ। ପାଳି କରି ଖରା ସମୟରେ ସେବା ଯୋଗାଇଥାଉ। ଏଥିରେ ଶାନ୍ତି ମିଳୁଛି। ଯେତେ ଦିନ ପର୍ଯ୍ୟନ୍ତ ପିଣ୍ଡରେ ପ୍ରାଣ ଅଛି ସେବା ଜାରି ରହିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri