ସେବା ଆଗରେ ହାର ମାନିଛି ବୟସ

ରାଉରକେଲା ଅଫିସ୍‌,୨୫ା୫: ଷ୍ଟିଲସିଟି ରାଉରକେଲାରେ ତାପମାତ୍ରା ପାରଦ ୪୨ ଡିଗ୍ରୀ ପାର୍‌ କରିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଲୋକେ ତାତିରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହୁଥିବା ବେଳେ ଶକ୍ତି ନଗର ଅଞ୍ଚଳର କିଛି ମହିଳା ବରିଷ୍ଠ ନାଗରିକ ତୃଷାତୁରମାନଙ୍କୁ ଜଳଦାନ କରିବାକୁ ଆଗେଇ ଆସିଛନ୍ତି। ଏଭଳି ସେବା ମନୋଭାବ ଦେଖି ଅଞ୍ଚଳବାସୀ ସେମାନଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଛନ୍ତି।
ଶକ୍ତି ନଗର ଅଞ୍ଚଳର ସାରାଣୀ ପଟ୍ଟନାୟକ(୭୬), ଶ୍ରୀମତୀ ନାୟକ(୭୪) ଏବଂ ଆଶାଲତା ଦାସ(୭୬)। ୨୦୧୫ ମସିହାରୁ ସେମାନେ ଉଦୁଉଦିଆ ଖରା ସମୟରେ ପ୍ରବଳ ତାତିକୁ ଖାତିର ନ କରି ଶକ୍ତି ନଗର ଓ କୋଏଲ ନଗର ସି ବ୍ଲକ ମଧ୍ୟବର୍ତ୍ତୀ ସ୍ଥାନରେ ଜଳଛତ୍ର ଖୋଲି ତୃଷାତୁର ପଥିକମାନଙ୍କୁ ଜଳଦାନ କରିଆସୁଛନ୍ତି। ୮ ବର୍ଷ ତଳେ ସେମାନେ ପ୍ରାତଃ ଭ୍ରମଣ କରିବାକୁ ଯାଉଥିଲେ। ଖରାଦିନେ ରାସ୍ତାରେ ପାଣି ବ୍ୟବସ୍ଥା ନ ଥିବା ଦେଖି ସମସ୍ତ ବରିଷ୍ଠ ମହିଳା ନାଗରିକ ଏକ ଜଳଛତ୍ର ଖୋଲିବାକୁ ନିଷ୍ପତ୍ତି ନେଲେ। ସେମାନେ ସମସ୍ତ ଆୟୋଜନ କରିପାରିବେ ନାହିଁ ବୋଲି ଉପଲବ୍ଧି କରି ସ୍ଥାନୀୟ ଯୁବକଙ୍କ ସହଯୋଗ ଲୋଡିଥିଲେ। ଏହି ୩ଜଣଙ୍କ ସହ ସ୍ବର୍ଣ୍ଣପ୍ରଭା ପଣ୍ଡା ନାମକ ଅନ୍ୟ ଜଣେ ମହିଳା ସହଯୋଗ କରିଥିଲେ। କୋଭିଡ ଯୋଗୁ ୨ ବର୍ଷ ଜଲଛତ୍ର ବନ୍ଦ ରହିଥିଲା। ସ୍ବର୍ଣ୍ଣପ୍ରଭା କର୍କଟ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯାଇଥିଲେ ମଧ୍ୟ ଏହି ୩ ବୃଦ୍ଧାଙ୍କ ସମାଜସେବା ନିଶା ତୁଟି ନ ଥିଲା ବୋଲି ସନ୍ଧ୍ୟାରାଣୀ କୁହନ୍ତି। ଜଳଛତ୍ରରେ ଶୁଦ୍ଧ ପେୟ ଜଳ ବ୍ୟତୀତ ବିଭିନ୍ନ ଦିନମାନଙ୍କରେ ବେଲ, ସ୍କ୍ବାଶ, ଆଖୁ ରସ, ପଣା ଓ ଅନ୍ୟ ସର୍ବତ ମଧ୍ୟ ବଣ୍ଟନ କରାଯାଇଥାଏ। ଏଥିପାଇଁ ସମସ୍ତ ସାମଗ୍ରୀ ସେମାନଙ୍କୁ ଯୋଗାଡ କରିବାକୁ ପଡିଥାଏ ବୋଲି ଶ୍ରୀମତୀ କହିଛନ୍ତି। ସେହିପରି ଆଶାଲତା କୁହନ୍ତି, ପରିଣତ ବୟସରେ ଅଧିକ ସ୍ବାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ପଣା ସଂକ୍ରାନ୍ତିରୁ ୨ ମାସ ପର୍ଯ୍ୟନ୍ତ ନିରନ୍ତର ଜଳଛତ୍ର ଚାଲିଥାଏ। ପାଳି କରି ଖରା ସମୟରେ ସେବା ଯୋଗାଇଥାଉ। ଏଥିରେ ଶାନ୍ତି ମିଳୁଛି। ଯେତେ ଦିନ ପର୍ଯ୍ୟନ୍ତ ପିଣ୍ଡରେ ପ୍ରାଣ ଅଛି ସେବା ଜାରି ରହିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri