ପୁଣି ଏମ୍‌କେସିଜିରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୯।୯: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ଶୁକ୍ରବାର ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସିଲିଂ ଖସିବା ପରେ ରୋଗୀମାନଙ୍କୁ ଅନ୍ୟ ଏକ ବ୍ଲକକୁ ସ୍ଥାନାନ୍ତର କରାଯାଇଛି।
ଗୁରୁବାର ମଧ୍ୟ ସୁପର ସ୍ପେଶାଲିଷ୍ଟ ବ୍ଳକର ପଞ୍ଚମ ମହଲାର ଆଇସିୟୁ କରିଡରରୁ ସିଲିଂ ଖସିଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନଥିଲା। ବାରମ୍ବାର ସିଲିଂ ଖସିବା ସମ୍ପର୍କରେ ପିଡବ୍ଲ୍ୟୁଡିକୁ ଜଣାଇ ଦେଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।