ପୁଣି ସ୍ପାଏ ସାଟେଲାଇଟ୍‌ ସିଷ୍ଟମ୍‌ର ପରୀକ୍ଷା କଲେ କିମ୍‌…

ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ଏହା ସହ ଜଡିତ ଉପକରଣକୁ ଆଧୁନିକୀକରଣ କରିବାରେ ବ୍ୟସ୍ତ ଅଛନ୍ତି। ସ୍ପାଏ ସାଟେଲାଇଟ୍‌(ଗୁପ୍ତଚର ଉପଗ୍ରହ) ଉତକ୍ଷେପଣ ପାଇଁ କିମ୍‌ ପ୍ରସ୍ତୁତି ଜାରି ରଖିଛନ୍ତି।

ଏହା ଅନ୍ତର୍ଗତ ଏକ ସପ୍ତାହ ମଧ୍ୟରେ ସେ ଦ୍ୱିତୀୟ ଥର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତଚର ଉପଗ୍ରହ ପ୍ରଣାଳୀ(ସ୍ପାଏ ସାଟେଲାଇଟ୍‌ ସିଷ୍ଟମ୍‌)ର ପରୀକ୍ଷା କରିଛି। ଏହା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।
ଉତ୍ତର କୋରିଆ କହିଛି ଯେ ଏହା  ଅନୁସନ୍ଧାନ ଉପଗ୍ରହ ପ୍ରଣାଳୀ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିଛି।

ଷ୍ଟେଟ୍‌ ନ୍ୟୁଜ ଏଜେନ୍ସି କେସିଏନ୍‌ଏ ପକ୍ଷରୁ ରବିବାର ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଗୋଟିଏ ଦିନ ପରେ ଏହି ପରୀକ୍ଷା କରିଥିବାରୁ ବହୁ ଦେଶ ଏହାକୁ ସମାଲୋଚନା କରିଛନ୍ତି।

ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସରକାର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଗୁପ୍ତଚର ଉପଗ୍ରହ ଉତକ୍ଷେପଣର ନିନ୍ଦା କରିଛନ୍ତି। ଏହି ଦେଶଗୁଡିକ କହିଛନ୍ତି ଯେ ଉତ୍ତର କୋରିଆ ଆସନ୍ତା ମାସରେ ପୁଣି ପ୍ରମୁଖ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ ସତ୍ତ୍ୱେ ଉତ୍ତର କୋରିଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଆଣବିକ ଅସ୍ତ୍ର ପରୀକ୍ଷା ଜାରି ରଖିଛି।

ଉତ୍ତର କୋରିଆର ଷ୍ଟେଟ୍‌ ନ୍ୟୁଜ ଏଜେନ୍ସି କେସିଏନ୍‌ଏ ରିପୋର୍ଟ କରିଛି ଯେ ଜାତୀୟ ଏରୋସ୍ପେସ ଡେଭଲପମେଣ୍ଟ ଆଡମିନିଷ୍ଟ୍ରେସନ (ଏନଏଡ଼ିଏ) ଏବଂ ଏକାଡେମୀ ଅଫ ଡିଫେନ୍ସ ସାଇନ୍ସ ପକ୍ଷରୁ ଏକ ଅନୁସନ୍ଧାନ ଉପଗ୍ରହର ବିକାଶ ଯୋଜନା ଅନ୍ତର୍ଗତ ଏହି ଉତକ୍ଷେପଣ କରାଯାଇଛି।

ପରୀକ୍ଷଣ ମାଧ୍ୟମରେ, ଏନଏଡିଏ ସାଟେଲାଇଟ ଡାଟା ଟ୍ରାନ୍ସମିସନ ଏବଂ ରିସେପ୍ସନ ସିଷ୍ଟମ, ଏହାର କଣ୍ଟ୍ରୋଲ କମାଣ୍ଡ ସିଷ୍ଟମ ଏବଂ ବିଭିନ୍ନ ଗ୍ରାଉଣ୍ଡ-ଆଧାରିତ କଣ୍ଟ୍ରୋଲ ସିଷ୍ଟମର ନିର୍ଭରଯୋଗ୍ୟତା ଯାଞ୍ଚ କରାଯାଇଛି ବୋଲି କେସିଏନ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri