ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ଐତିହାସିକ ଟି୨୦ ବିଶ୍ୱକପ ବିଜୟର ସେଲିବ୍ରେଶନ୍ରେ ବ୍ୟସ୍ତ। ଏସବୁ ଭିତରେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ। କୁଲଦୀପ ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରିବେ। ବିବାହ ୧୪ ମାର୍ଚ୍ଚରେ ସ୍ଥିର ହୋଇଛି ଏବଂ ବିବାହ ଉତ୍ତରାଖଣ୍ଡର ମସୁରୀର ହିଲ ଷ୍ଟେଶନରେ ହେବ। ବିବାହର ତିନି ଦିନ ପରେ ମାର୍ଚ୍ଚ ୧୩ରେ ହଳଦୀ ଏବଂ ମେହେନ୍ଦି ଉତ୍ସବ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ରେ ଲକ୍ଷ୍ନୌର ହୋଟେଲ ସେଣ୍ଟ୍ରମରେ ରିସେସ୍ପନ୍ ଅନୁଷ୍ଠିତ ହେବ। ଏହି ରିସେସ୍ପନ୍ ରେ ଅନେକ ଭାରତୀୟ କ୍ରିକେଟ ଖେଳାଳି, ବଲିଉଡ ତାରକା ଏବଂ ଉତ୍ତର ପ୍ରଦେଶର ପ୍ରମୁଖ ରାଜନେତା ଯୋଗଦେବାର ଆଶା କରାଯାଉଛି।
ସଚିନ ରେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବୁମ୍ରା: ଏହି ମାମଲାରେ…
କୁଲଦୀପଙ୍କ ଭାବି ସ୍ତ୍ରୀ ବଂଶିକା କାନପୁରର ଶ୍ୟାମ ନଗରର ବାସିନ୍ଦା ଏବଂ LICରେ କାମ କରନ୍ତି। କୁଲଦୀପ ଏବଂ ବଂଶିକା ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି ଏବଂ ସେମାନଙ୍କ ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ସେମାନଙ୍କର ନିର୍ବନ୍ଧ ଜୁନ ୪, ୨୦୨୫ରେ ଲକ୍ଷ୍ନୌରେ ହୋଇଥିଲା।
ଟି-୨୦ ବିଶ୍ୱକପରେ କୁଲଦୀପଙ୍କୁ ବହୁତ ସୁଯୋଗ ମିଳି ନ ଥିଲା। ତାଙ୍କୁ କେବଳ ଗୋଟିଏ ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଥିଲା। ସେ ପାକିସ୍ତାନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲେ। ସେହି ମ୍ୟାଚ୍ରେ ସେ ୧୪ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ ଏବଂ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
bsp;
Dharitri – Odisha’s No.1 Odia Daily

