୧୭ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ଚିତ୍ରକୋଣ୍ଡା,୧୫।୧୦: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ୧୮ ପଞ୍ଚାୟତ ମଧ୍ୟରୁ ହାତଗଣତି ଦୁଇ ତିନୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂରଦୂରାନ୍ତ ପାଣିଘେର, ବିଚ୍ଛିନ୍ନ ପାହାଡ଼ ପର୍ବତ, ଦୁର୍ଗମ ଉପାନ୍ତ ଇଲାକାରେ ଅବସ୍ଥିତ। ଉକ୍ତ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ପରିଦର୍ଶନରେ ବ୍ୟତିକ୍ରମ ଦେଖାଦେଇଛି। ଏଭଳି ସ୍ଥିତିରେ ବର୍ତ୍ତମାନର କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ରଘୁନାଥ ମୁଣ୍ଡାରୀ ଦୁର୍ଗମ ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି।

କାର୍ଯ୍ୟରେ ଯୋଗଦେବାର ୪ ମାସ ମଧ୍ୟରେ ପ୍ରାୟତଃ ୧୮ଟି ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବା ନେଇ ସେ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ସମ୍ପୃକ୍ତ ବିଡିଓ ପାପୁଲୁରୁ ପଞ୍ଚାୟତ ଅନ୍ତର୍ଗତ ବୁରୁଡାମ୍ମା, ନାଗଲୁରୁ, କରସେଲବନ୍ଧ, କତାଗୁଡା ସମେତ ୫ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ଆବଶ୍ୟକତା ଯଥା ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟ ସହ ସରକାରୀ ସ୍ତରରେ ଥିବା ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ସବୁଠାରୁ ରୋଚକ କଥା ହେଲା, ଜଣେ ପ୍ରଶାସନିକ ଅଧିକାରୀ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହେବା ପାଇଁ ପାହାଡ଼ ପର୍ବତଘେରା ଦୁର୍ଗମ ପଥରେ ୧୭ କି.ମି. ଚାଲିକି ଯିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

ବିଡିଓଙ୍କ ଗସ୍ତ ବେଳେ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ପ୍ରକାଶ ବେହେରା, କନିଷ୍ଠ ଯନ୍ତ୍ରୀ ବିବେକାନନ୍ଦ ଜାନି, ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାନୀ, ପାପୁଲୁରୁ ସରପଞ୍ଚ ନରସିଂହ ନାୟକଙ୍କ ସହ ଗ୍ରାମ ରୋଜଗାର ସେବକ ଭକ୍ତରାମ ମାଣ୍ଡି ମଧ୍ୟ ଯାଇଥିଲେ। ବିଡିଓଙ୍କ ଏଭଳି ଗସ୍ତକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri