୧୭ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ଚିତ୍ରକୋଣ୍ଡା,୧୫।୧୦: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ୧୮ ପଞ୍ଚାୟତ ମଧ୍ୟରୁ ହାତଗଣତି ଦୁଇ ତିନୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ ଅନେକ ଗ୍ରାମ ଦୂରଦୂରାନ୍ତ ପାଣିଘେର, ବିଚ୍ଛିନ୍ନ ପାହାଡ଼ ପର୍ବତ, ଦୁର୍ଗମ ଉପାନ୍ତ ଇଲାକାରେ ଅବସ୍ଥିତ। ଉକ୍ତ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ପରିଦର୍ଶନରେ ବ୍ୟତିକ୍ରମ ଦେଖାଦେଇଛି। ଏଭଳି ସ୍ଥିତିରେ ବର୍ତ୍ତମାନର କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ରଘୁନାଥ ମୁଣ୍ଡାରୀ ଦୁର୍ଗମ ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି।

କାର୍ଯ୍ୟରେ ଯୋଗଦେବାର ୪ ମାସ ମଧ୍ୟରେ ପ୍ରାୟତଃ ୧୮ଟି ପଞ୍ଚାୟତକୁ ପରିଦର୍ଶନ କରି ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବା ନେଇ ସେ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ସମ୍ପୃକ୍ତ ବିଡିଓ ପାପୁଲୁରୁ ପଞ୍ଚାୟତ ଅନ୍ତର୍ଗତ ବୁରୁଡାମ୍ମା, ନାଗଲୁରୁ, କରସେଲବନ୍ଧ, କତାଗୁଡା ସମେତ ୫ଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ଆବଶ୍ୟକତା ଯଥା ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟ ସହ ସରକାରୀ ସ୍ତରରେ ଥିବା ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ସବୁଠାରୁ ରୋଚକ କଥା ହେଲା, ଜଣେ ପ୍ରଶାସନିକ ଅଧିକାରୀ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହେବା ପାଇଁ ପାହାଡ଼ ପର୍ବତଘେରା ଦୁର୍ଗମ ପଥରେ ୧୭ କି.ମି. ଚାଲିକି ଯିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

ବିଡିଓଙ୍କ ଗସ୍ତ ବେଳେ ସହାୟକ ଯନ୍ତ୍ରୀ ସୂର୍ଯ୍ୟ ପ୍ରକାଶ ବେହେରା, କନିଷ୍ଠ ଯନ୍ତ୍ରୀ ବିବେକାନନ୍ଦ ଜାନି, ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାନୀ, ପାପୁଲୁରୁ ସରପଞ୍ଚ ନରସିଂହ ନାୟକଙ୍କ ସହ ଗ୍ରାମ ରୋଜଗାର ସେବକ ଭକ୍ତରାମ ମାଣ୍ଡି ମଧ୍ୟ ଯାଇଥିଲେ। ବିଡିଓଙ୍କ ଏଭଳି ଗସ୍ତକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri