ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ପରେ କ୍ରୀଡ଼ାମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ବୁଧବାର ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ପ୍ୟାରିସ ଅଲିମ୍ପିକ ପ୍ରତିଯୋଗିତାରୁ ରେସଲର ଭିନେଶ ବାଦ୍‌ ଦେବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ‘ଆଇଓଏ ମୁଖ୍ୟ ପି.ଟି. ଉଷା ପ୍ୟାରିସରେ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସହ କଥା ହୋଇଛନ୍ତି। ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲ ପୂର୍ବରୁ ଓଜନ ବଢ଼ିଯାଇଥିବାରୁ
ବୁଧବାର ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଅଲିମ୍ପିକ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଭିନେଶ ଇତିହାସ ସୃଷ୍ଟି କରିଥିଲେ।

ବୁଧବାର ସକାଳ ପର୍ଯ୍ୟନ୍ତ ଅନ୍ତତଃପକ୍ଷେ ଏକ ରୌପ୍ୟପଦକ ତାଙ୍କ ପାଇଁ ନିଶ୍ଚିତ ମନେ ହେଉଥିଲା, କିନ୍ତୁ ବର୍ତ୍ତମାନ ସେ କୌଣସି ପଦକ ବିନା ଫେରିବେ। ସେ କହିଛନ୍ତି, ସରକାର ଭିନେଶଙ୍କୁ ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର କ୍ରୀଡ଼ା ସୁବିଧା ଏବଂ ତାଲିମ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଭିନେଶଙ୍କୁ ୭୦ ଲକ୍ଷ ୪୫ ହଜାର ୭୭୫ ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ପ୍ୟାରିସ୍‌ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶଙ୍କ ପାଇଁ ନ୍ୟାୟ ଦାବି କରି ଇଣ୍ଡିଆ ମିଳିତ ମେଣ୍ଟର ଏମ୍‌ପିମାନେ ହୋ-ହଲ୍ଲା କରିଥିଲେ।

ଭିନେଶଙ୍କ ଅଯୋଗ୍ୟତା ଉପରେ ଆହୁରି ମଧ୍ୟ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ୭ ଅଗଷ୍ଟ ୨୦୨୪ରେ ୫୦ କିଲୋଗ୍ରାମ ମହିଳା କୁସ୍ତି ପାଇଁ ଓଜନ ୦୭:୧୫ – ୦୭:୩୦ ଅନୁଯାୟୀ ପ୍ୟାରିସ୍‌ ସମୟ ପ୍ରତ୍ୟାବର୍ତ୍ତନ ଏବଂ ଫାଇନାଲରେ ଅଂଶଗ୍ରହଣ କରିଥିଲେ। ଭିନେଶଙ୍କ ଓଜନ ୫୦ କିଲୋଗ୍ରାମ ୧୦୦ ଗ୍ରାମ ବୋଲି ଜଣାପଡ଼ିଛି, ତେଣୁ ତାଙ୍କୁ ଏହି ପ୍ରତିଯୋଗିତା ପାଇଁ ଅଯୋଗ୍ୟ ଘୋଷିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri