ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନଜର ରହିଛି। ଏହାର ପ୍ରଭାବ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି।

ଖୁବ୍‌ ଶୀଘ୍ର ରୁଷିଆ ଫିନଲାଣ୍ଡ୍‌ ଉପରେ ଆକ୍ରମଣ କରିବାର ଆଶଙ୍କା କରାଯାଉଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଫିନଲାଣ୍ଡ ସଂସଦକୁ ସମ୍ବୋଧିତ କରୁଥିବା ସମୟରେ ଫିନଲାଣ୍ଡ ଉପରେ ସାଇବର ଆକ୍ରମଣ ହୋଇଛି। ଏହା ସହିତ ଆକାଶ ମାର୍ଗରେ ଉଲ୍ଲଂଘନ ମାମଲା ମଧ୍ୟ ସାମ୍ନାକୁ ଆସିଛି।

ଫିନଲାଣ୍ଡର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍‌ କରି କହିଛି ଯେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣ ଖବର ପାଇବା ପରେ ୱେବସାଇଟ ବନ୍ଦ ହୋଇଯାଇଥିଲା। ସମଗ୍ର ଘଟଣାର ତଦନ୍ତ ଚାଲିଛି। ଘଟଣାର ତଦନ୍ତ ପରେ ୱେବସାଇଟ ପୁଣି କାର୍ଯ୍ୟ ଆରମ୍ଭ କରିଛି।

ସରକାରୀ ୱେବସାଇଟରେ ସାଇବର ଆକ୍ରମଣ ପୂର୍ବରୁ ଫିନଲାଣ୍ଡ ରିପୋର୍ଟ କରିଛି ଯେ ରୁଷିର ଏକ ଆଇଏଲ୍‌-୯୬-୩୦୦ ତିନି ମିନିଟ ପାଇଁ ଆକାଶ ସୀମାକୁ ଉଲ୍ଲଂଘନ କରିଛି। ଫିନଲାଣ୍ଡର ଆକାଶ ମାର୍ଗରେ ପହଞ୍ଚିବାର କିଛି ସମୟ ପରେ ବିମାନଟି ଫେରି ଯାଇଛି।

ଫିନଲାଣ୍ଡ ରୁଷିଆ ମଧ୍ୟରେ ୧୩୦୦ କିଲୋମିଟର ସୀମା ରହିଛି। ଫିନଲାଣ୍ଡ ୟୁକ୍ରେନ ସହିତ ବନ୍ଧୁ ଭାବେ ଛିଡା ହୋଇଛି। ଆଗାମୀ କିଛି ମାସ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶମାନଙ୍କ ସହିତ ଯୋଗ ଦେଇପାରେ। ଫିନଲାଣ୍ଡ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପୁଟିନ୍‌ କ୍ରୋଧ ପ୍ରକାଶ କରି ସାଇବର ଆକ୍ରମଣ ଏବଂ ବାୟୁସୀମା ଉଲ୍ଲଂଘନ କରାଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଫିନଲାଣ୍ଡ ନାଟୋ ଦେଶଗୁଡିକର ନିକଟତର ହେବା ଦ୍ୱାରା ରୁଷିଆର ପରବର୍ତ୍ତୀ ଶିକାର ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri