ଟ୍ରକ୍‌ ପରେ ଏବେ ଟ୍ରେନ୍‌

ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିଲା ତଦନ୍ତ। ଖଣିଜ କାରବାରରେ ସ୍ବଚ୍ଛତା ଆଣିବା ଲାଗି ନୀତିରେ କରାଯାଇଥିଲା ପରିବର୍ତ୍ତନ। ହେଲେ ଏବେ ପୂର୍ବାପେକ୍ଷା ଖଣି ଦୁର୍ନୀତି କମିଛି ସତ, ହେଲେ ଖଣିଜ ସାମଗ୍ରୀର ଚୋରା ଚାଲାଣରେ ଲାଗିପାରୁନି ଅଙ୍କୁଶ। ଲାଭଖୋର ଖଣି ମାଫିଆମାନେ ପୂର୍ବରୁ ଟ୍ରକ୍‌ ଏବଂ ଅନ୍ୟ ଭାରିଯାନ ସହାୟତାରେ ମୂଲ୍ୟବାନ ଖଣିଜ ପଦାର୍ଥ ଚୋରାଚାଲାଣ କରୁଥିବାବେଳେ ଏବେ ଏହାର ମାଧ୍ୟମ ବଦଳିଛି। ପୂର୍ବରୁ ଟ୍ରକ୍‌ ଯୋଗେ ଖଣିଜ ଚାଲାଣ ହେଉଥିବାବେଳେ ଏବେ ମାଲ୍‌ବାହୀ ଟ୍ରେନ୍‌ରେ ହେଉଛି ସମାନ କାମ। କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡ଼ିରୁ ଆସିଛି ଏଭଳି ଦୃଶ୍ୟ।
ଜୁରୁଡି ରେଳ ସାଇଡିଂରେ ଗଦା ହୋଇ ରହିଛି ବହୁ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର। ଏହାର କେହି ଦାବିଦାର ନ ଥିବା ସ୍ପଷ୍ଟ କରିଛି ଖଣି ବିଭାଗ। ତେବେ ଏହାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଖଣି ମାଫିଆମାନଙ୍କ ନଜର ପଡ଼ିଛି ଏହି ଖଣିଜ ଉପରେ। ଇତିମଧ୍ୟରେ ଲୁହାପଥର ଷ୍ଟାକରୁ ମେଶିନ ସହାୟତାରେ ବିପୁଳ ପରିମାଣର ଲୁହାପଥର ଚୋରାଚାଲାଣ ହୋଇଯାଇଛି। ତେବେ ଏହାକୁ ଅନ୍ୟତ୍ର ଚୋରା ଚାଲାଣ କରାଯିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ତାହା ଯେତିକି ଚର୍ଚ୍ଚିତ, ସେତିକି ସମ୍ବେଦନଶୀଳ ମଧ୍ୟ। ମାଲବାହୀ ଟ୍ରେନ୍‌ ଓ୍ବାଗନ୍‌ରେ ନିର୍ଦ୍ଧାରିତ ପରିମାଣଠାରୁ ଲୁହାପଥର କମିଗଲେ, ଷ୍ଟାକ୍‌ୟାର୍ଡରେ ଗଚ୍ଛିତ ଲୁହାପଥର ମେଶିନରେ ନେଇ ଭର୍ତ୍ତି କରିଦିଆଯାଉଛି। ଏହାକୁ ରାଜ୍ୟ ବହାରକୁ ବିଭିନ୍ନ ଉପାୟରେ ଚାଲାଣ କରାଯାଉଛି। ଏଥିରେ ରେଳ ପରିବହନରେ ନିୟୋଜିତ କେତେଜଣ ଅସାଧୁ ଠିକାଦାରଙ୍କ ହାତ ରହିଛି। ସେମାନେ ଏହି ଲୁହାପଥରକୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକି ପର୍ଯ୍ୟପ୍ତ ଲାଭ କମାଉଥିବାବେଳେ ରାଜସ୍ବ ହରାଉଛନ୍ତି ସରକାର। ସେହିପରି ଖଣିରୁ ସିଧାସଳଖ ଟ୍ରକ୍‌ ଯୋଗେ ପରିବହନ ହେଉଥିବା ଲୁହାପଥରକୁ ରେଳ ସାଇଡିଂରେ ପକାଯାଉନାହିଁ। କେବଳ ପରିବହନ ଚାଲାଣକୁ ରିସିଭ୍‌ କରାଇ ଏହାକୁ ଅନ୍ୟତ୍ର ବହୁ ମୂଲ୍ୟରେ ବିକ୍ରି କରାଯାଉଛି। ଏଥିରେ ମଧ୍ୟ ସମ୍ପୃକ୍ତ ପରିବହନ ଠିକାଦାରଙ୍କ ହାତ ଥିବା ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ରେଳ ସାଇଡିଂରେ ରେଳ ବିଭାଗ ପକ୍ଷରୁ ଏକ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ଜେସିବି ସହାୟତାରେ ଟ୍ରେଞ୍ଚ୍‌ ଖୋଳାଯାଉଛି। ଏହାର ସୁଯୋଗରେ ବହୁ ପରିମାଣର ଲୁହାପଥର ଟ୍ରାକ୍ଟର ଯୋଗେ ଅନ୍ୟତ୍ର ଚାଲାଣ ହେଉଛି। ଫଳରେ ୨୦୦୯-୧୦ରେ ଜୁରୁଡି ରେଳ ସାଇଡିଂରେ ଜବତ ହୋଇଥିବା ମୂଲ୍ୟବାନ ଲୁହାପଥର ପରିମାଣ କମିବାରେ ଲାଗିଛି। ଖଣି ବିଭାଗ ଦ୍ୱାରା ଆକଳନ କରାଗଲେ ମୋଟ୍‌ କେତେ ପରିମାଣର ଲୁହାପଥର ମହଜୁଦ୍‌ ଅଛି ଏବଂ କେତେ ଚୋରା ଚାଲାଣ ହୋଇଛି ତାହା ଜଣାପଡ଼ିବ। ଏ ସମ୍ପର୍କରେ ବିଭାଗୀୟ ଖଣି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସୋମବାର ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି କହିଛନ୍ତି। ସେହିପରି ଟ୍ରେନ୍‌ ନିର୍ମାଣ ବନାଞ୍ଚଳକୁ ପ୍ରଭାବିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ୍‌ଡି କହିଛନ୍ତି, ଏ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଖୁବଶୀଘ୍ର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri