Posted inଜାତୀୟ

ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା, ଏସ୍‌ସିରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୪।୫ : ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଜଣେ ମୁଓଲମାନ୍‌ ମହିଳା ସମସ୍ତଙ୍କ ପାଇଁ ଆଇନ ବ୍ୟବସ୍ଥା ହେବାର ଆବଶ୍ୟକତା ଦର୍ଶାଇ ସୁପ୍ରିମ୍‌କୋର୍ଟ(ଏସ୍‌ସି)ରେ ଏକ ପିଟିଶନ ଦାଖଲ କରିଛନ୍ତି। ’ତଲାକ୍‌-ଇ-ହସନ୍‌’ ଏବଂ ଅନ୍ୟ ସମସ୍ତ ପ୍ରକାର “ଏକପାଖିଆ ଅତିରିକ୍ତ ନ୍ୟାୟିକ ତାଲାକ” କୁ ହଟାଇବାକୁ ଏବଂ ଏସବୁକୁ ଅଣସାମ୍ବିଧାନିକ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏତଲାକ୍‌ଗୁଡିକ ଅଯୌକ୍ତିକ, ଏକତରଫା ଏବଂ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି।

ଗାଜିଆବାଦ ବାସିନ୍ଦା ବେନଜିର ହିନାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିଶନରେ ସମସ୍ତ ସାଧାରଣ ନାଗରିକଙ୍କ ପାଇଁ ସମାନ ତଲାକ୍‌ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବା ଲାଗି କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ସେ କହିଛନ୍ତି ଯେ ଏକପାଖିଆ ତଲାକ୍‌-ଇ-ହସନ୍‌ର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ, ପୋଲିସ ଏବଂ ଅଧିକାରୀମାନେ ତାଙ୍କୁ କହିଛନ୍ତି ଯେ ଶରିୟତ୍‌ ଅନୁଯାୟୀ ତଲାକ୍‌-ଇ-ହସନ୍‌ ଅନୁମତିପ୍ରାପ୍ତ।

ଶରିୟତ୍‌ ଆଇନ୍‌ ଅନୁସାରେ ତଲାକ୍‌-ଇ-ହସନ୍‌ରେ, ତିନିମାସ ମଧ୍ୟରେ ମାସକୁ ଥରେ ତଲାକ୍‌ କୁହାଯାଏ। ତୃତୀୟ ମାସରେ ତୃତୀୟ ଥର ପାଇଁ ତଲାକ୍‌ କହିବା ପରେ ତଲାକ୍‌କୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ମିଳିଥାଏ। ସୁପ୍ରିମକୋର୍ଟ ତଲାକ୍‌-ଇ-ହାସନ୍‌ ଏବଂ ଅନ୍ୟାନ୍ୟ ତଲାକ୍‌କୁ ଅଣସାମ୍ବିଧାନିକ ବୋଲି ଘୋଷଣା କରିବାକୁ ପିଟିଶନ୍‌ରେ ସେ ଅନୁରୋଧ କରିଛନ୍ତି।

ଆଇନଜୀବୀ ଅଶ୍ୱିନୀ କୁମାର ଦୁବେଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିଶନରେ କୁହାଯାଇଛି ଯେ ମୁସଲିମ ବ୍ୟକ୍ତିଗତ ଆଇନ (ଶରିୟତ୍‌) ଆବେଦନ ଅଧିନିୟମ, ୧୯୩୭ରେ ଏକ ଭୁଲ ଧାରଣା ରହିଛି ଯେ ଏହି ଆଇନ ତଲାକ୍‌-ଇ-ହାସନ୍‌ ଏବଂ ପୂର୍ବ-ଅତିରିକ୍ତ ଶରିୟତ୍‌ ନ୍ୟାୟିକ ତଲାକ୍‌ ଦ୍ୱାରା ମୁସଲମାନ ମହିଳାମାନଙ୍କର ମୌଳିକ ଅଧିକାର କ୍ଷେତ୍‌ରରେ ଅତ୍ୟନ୍ତ କ୍ଷତିକାରକ ଏବଂ ଭାରତର ସମ୍ବିଧାନର ଧାରା ୧୪, ୧୫, ୨୧, ୨୫ ଏବଂ ନାଗରିକ ତଥା ମାନବିକ ଅଧିକାରର ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି।

ଏହି ପିଟିଶନରେ ଦର୍ଶାଯାଇଛି ଯେ ବହୁ ଇସଲାମିକ୍‌ ରାଷ୍ଟ୍ର ଏହାକୁ ନିଷିଦ୍ଧ କରିଥିବାବେଳେ ଭାରତୀୟ ସମାଜରେ ଏହି ଶରିୟତ୍‌ ଆଇନ ଯୋଗୁ ମୁସଲମାନ ମହିଳାମାନେ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri