ଆମେରିକା, ବ୍ରାଜିଲ ପରେ ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୫ା୭ ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଛାଲିଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୭୩ ହଜାର ୧୬୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୯,୨୬୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଲକ୍ଷ ୯୦ ହଜାର ଲୋକ ସୁସ୍ଥ ହୋଇଛନ୍ତି। ମାତ୍ର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଦିନକରେ ୨୪ ହଜାର ୮୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧୩ ଜଣଙ୍କ ମୃତ୍ୟୁ ଘଟିଛି। ଯାହାକି ଅତ୍ୟନ୍ତ ଚିନ୍ତଜନକ ବିଷୟ।
ଆମେରିକା, ବ୍ରାଜିଲ, ଋ଼ଷ ପରେ ଭାରତ ଏବେ କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଏ କ୍ଷେତ୍ରରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବା ଜଣାପଡ଼ିଛି।

Share