ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ

ଜଟଣୀ,୨୭।୫(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ପରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ (ଜଟଣୀ) ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ବାତ୍ୟା ଯୋଗୁ କ୍ଷୟକ୍ଷତିକୁ ରୋକିବା ନିମନ୍ତେ ଟ୍ରେନ୍‌ ଚଳାଚଳ, ବିଭିନ୍ନ ବନ୍ଦରଗୁଡ଼ିକରେ ମାଲ ପରିବହନ ପାଇଁ ମାଲ୍‌ଗାଡି ଚଳାଚଳ ବନ୍ଦ କରିବା ସହ ପ୍ରଭାବିତ ପ୍ରାଇଭେଟ୍‌ ସାଇଡି୍‌ଂର ପୁନରୁଦ୍ଧାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା। ଏହି ପରିପ୍ରେକ୍ଷୀରେ ଯାଜପୁର-କେନ୍ଦୁଝରରୋଡ-ରାଣିତାଲ ବିଭାଗ, ଭଦ୍ରକ-ଧାମରା ବନ୍ଦର ବିଭାଗ, କଟକ-ପାରାଦୀପ ବିଭାଗ ଏବଂ ହରିଦାସପୁର-ପାରାଦୀପ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ରେଳ ଟ୍ରାକ୍‌ ଯାଞ୍ଚ କରାଯାଇଛି। ବାତ୍ୟା ପ୍ରଭାବରେ ପାଣିରେ ବୁଡ଼ିଯାଇଥିତ୍ବା ରେଳ ଟ୍ରାକ୍‌ଗୁଡିକର କ୍ଷୟକ୍ଷତି ଯାଞ୍ଚ କରିବା ନିମନ୍ତେ ରେଳ ଟ୍ରାକ୍‌ ପାଟ୍ରୋଲିଂ କରାଯାଇ ମରାମତି କାର୍ଯ୍ୟ ଚାଲିଛି। ଏହାସହ ସିଗ୍‌ନାଲ ସିଷ୍ଟମ ଏବଂ ପ୍ୟାନେଲ କାର୍ଯ୍ୟର ଯାଞ୍ଚ ଚାଲିଥିବା ବେଳେ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ସମ୍ପୂର୍ଣ୍ଣ ଟ୍ରାକ୍‌ ଏବଂ ଓଭରହେଡ୍‌ ବିଦ୍ୟୁତୀକରଣ ଫିଟ୍‌ନେସ ସୁନିଶ୍ଚିତ ହେବାପରେ ଗାଡିଚଳାଚଳ ସ୍ବାଭାବିକ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ବାତ୍ୟା ସମୟରେ ଖୋର୍ଦ୍ଧା ରୋଡ୍‌ ମଣ୍ଡଳ, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ ଏବଂ ଭୁବନେଶ୍ୱର ଇତ୍ୟାଦି ରେଳ ଷ୍ଟେଶନରେ ଅଟକି ଥିବା ଅସହାୟ ଲୋକଙ୍କୁ ରେଳ ପ୍ରଶାସନ ପକ୍ଷରୁ ଖାଦ୍ୟ, ପାନୀୟ ପ୍ରଦାନ କରାଯାଇଥିବା ସମୟରେ ଭୁବନେଶ୍ୱର ମାରଓ୍ବାଡି ଯୁବ ମଞ୍ଚ, ସେଭ୍‌ ଆଓ୍ବାର ସୋଲ, ଭୁବନେଶ୍ୱର ଏବଂ କନ୍ଦାହାତ ଏସ୍‌ଏଚ୍‌ଜି ଏବଂ ବ୍ୟାସ ସେନା-ଯାଜପୁର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଯାତ୍ରୀ ଏବଂ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା। ଖବର ଲେଖାହେବା ବେଳକୁ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ସାଧାରଣ ଟ୍ରେନ୍‌ ଚଳାଚଳ ନିମନ୍ତେ ପ୍ରସ୍ତୁତ ହୋଇଯାଇଥିବା ରେଳ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri