ଲୁଟ୍‌ ପରେ ଚୋରି ଅଳଙ୍କାରକୁ ଘର ପଛପଟେ ଲୁଚାଇ ରଖିଥିଲେ ଦୁର୍ବୃତ୍ତ, ଅଚାନକ ଚଢାଉ କଲା ପୋଲିସ

ଖୋର୍ଦ୍ଧା,୮।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସ ଏକ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ। ୨ କେଜି ୬୩୮ଗ୍ରାମ ରୂପା, ଟିଭିଏସ ଆପାଚି ବାଇକ, ୨ଟି ଲୁହାରଡ ଜବତ ସହ ଅଭିଯୁକ୍ତ ବାଲାଗାଁର ଚନ୍ଦନ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଚୋରି ମାମଲା ରହିଛି। ଗତ ଡିସେମ୍ବର ୧୪ ତାରିଖ ରାତିରେ ଅଭିଯୁକ୍ତ ଲୁହାରଡରେ ଦୋକାନ ଗ୍ରିଲ ସଟର ତାଡି ସୁନା ଅଳଙ୍କାର ଲୁଟ୍‌ କରି ନେଇଥିଲେ। ଦୋକାନୀ ମାଲିକ ଦିନେଶ ସାଥୁଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୫୩୩/୨୫) ରୁଜୁ କରିଥିଲା। ଥାନାଧିକାରୀ ସଞ୍ଜୟ ନାୟକ ତତ୍ତ୍ୱାବଧାନରେ ଏସଆଇ ଦିନେଶ ପିଙ୍ଗୁଆଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ହେମ୍ବ୍ରମ, ହାବିଲଦାର ଏ.ସାମନ୍ତରାୟ ପ୍ରମୁଖଙ୍କୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ।

ଅଭିଯୁକ୍ତ ଲୁଟ୍‌ ପରେ ଚୋରି ସାମଗ୍ରୀ ବିକ୍ରି କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଘର ପଛପଟେ ଲୁଚାଇ ରଖିଥିଲେ। ଆଜି ପୂର୍ବାହ୍ନରେ ପୋଲିସ ଟିମ ଅଭିଯୁକ୍ତ ଠିକଣାରେ ଚଢାଉ ବେଳେ ସେ ଘଟଣା ସମ୍ପର୍କରେ ମାନିଥିଲେ। ତା’ ଠାରୁ ରୂପା ଅଳଙ୍କାର ଜବତ କରାଯାଇଛି ବୋଲି ଆଦର୍ଶ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ସଞ୍ଜୟ ନାୟକ, ଅତିରିକ୍ତ ଆଇଆଇସି ଭ୍ଯଯଯଲକ୍ଷ୍ମୀ ବେହେରା, ତଦନ୍ତ ଅଧିକାରୀ ଦିନେଶ ପିଙ୍ଗୁଆ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲକୁ ଫେରିବେ ମୁସ୍ତାଫିଜୁର ରହମାନ? ବଡ଼ ସୂଚନା ଦେଇ ବାଂଲାଦେଶ କ୍ରିକେଟ ମୁଖ୍ୟ କହିଲେ…

ନୂଆଦିଲ୍ଲୀ,୯।୧: ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ଅମିନୁଲ ଇସଲାମ ବୁଲବୁଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁସ୍ତାଫିଜୁର ରହମାନ ୨୦୨୬ ଆଇପିଏଲରେ ଖେଳିବାର ସମ୍ଭାବନା କମ୍‌।...

‘ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଫୋନ କରି ନ ଥିଲେ ବରଂ…’, ଟ୍ରେଡ ଡିଲକୁ ନେଇ ଆମେରିକାର ବଡ଼ ଦାବି

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୧: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ମନ୍ତ୍ରୀ...

Railway Jobs: ରେଲଓ୍ବେରେ ବମ୍ଫର ନିଯୁକ୍ତି, ୪୪ ହଜାର ପର୍ଯ୍ୟନ୍ତ ଦରମା, ଏମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୯।୧: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ରେଳବାଇ ଏକ ମହାନ ସୁଯୋଗ ପ୍ରଦାନ କରିଛି। ରେଳବାଇ ନିଯୁକ୍ତି ବୋର୍ଡ ପୃଥକ ବର୍ଗ...

ଖାଇବା ଦେବାରେ ବିଳମ୍ବ କଲେ ସ୍ତ୍ରୀ….ରାଗରେ ପଞ୍ଚମ ହୋଇ କୋଦାଳରେ ପିଟି ହତ୍ୟା କଲେ ସ୍ବାମୀ

ଲକ୍ଷ୍ନୌ,୯।୧: ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କଟଘର ଥାନା ଅଞ୍ଚଳର ଦେବପୁର ଗାଁରେ ଏକ ଛୋଟ ଘରୋଇ ବିବାଦ ଭୟଙ୍କର ରୂପ...

ଆଜିଠୁ WPL: ମୁହାଁମୁହିଁ ହେବେ ହରମନପ୍ରୀତ-ସ୍ମୃତି ମନ୍ଧାନା,ଜାଣନ୍ତୁ କେତେବେଳେ, କେଉଁଠି ମ୍ୟାଚ୍‌

ନଭି ମୁମ୍ବାଇ,୯ା୧(ପି.ଟି.): ସ୍ଥାନୀୟ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଶୁକ୍ରବାରଠାରୁ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ...

୧ ଗ୍ରାମ ସୁନାକୁ ୧୮୧ ଟଙ୍କା, ଏହି ଦେଶରେ ଚା’ କପ ଠାରୁ କମ୍‌ ମୂଲ୍ୟରେ ମିଳୁଛି, ଜାଣିଲେ…

ନୂଆଦିଲ୍ଲୀ,୯।୧: ଭାରତରେ ସୁନାର ମୂଲ୍ୟ ଆକାଶଛୁଆଁ ହେଉଥିବା ବେଳେ, ଆପଣ କ’ଣ ବିଶ୍ୱାସ କରିବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ଏକ ଗ୍ରାମ...

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପ୍ରତିଶ୍ରୁତି ପରେ ଖୋଲିଲା ତାଲା

ନୂଆପଡ଼ା,୯ା୧ ( ମକାରୁ ବେମାଲ):ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୨ ଗଡତୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର...

ମ୍ୟାଚ୍‌ ଚାଲିଥିବା ସମୟରେ ବଡ଼ ଅଘଟଣ: ଟଳିପଡ଼ିଲେ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆରେ ଦେହାନ୍ତ ହୋଇଛି। ଏକ ସ୍ଥାନୀୟ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri