ପଦ୍ମପୁର ଉପନିର୍ବାଚନ ଫଳ ପ୍ରକାଶ ପରେ…

ବରଗଡ଼ ଅଫିସ୍‌,୯।୧୨: ପଦ୍ମପୁର ଉପନିର୍ବାଚନକୁ ବର୍ତ୍ତମାନ ସ୍ଥିତିରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନର ସେମି ଫାଇନାଲ କୁହାଯାଉଥିଲା। ଫଳରେ ଉପନିର୍ବାଚନରେ ଏହି ଆସନକୁ ଦଖଲ କରିବା ପାଇଁ ସବୁଦଳ ଲାଗି ପଡ଼ିଥିଲେ। ଏହି କ୍ରମରେ କେନ୍ଦ୍ର ଶାସନରେ ରହିଥିବା ଭାଜପା ଏବଂ ରାଜ୍ୟ ଶାସନରେ ଥିବା ବିଜେଡ଼ି ପାଇଁ ଏହା ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ଉକ୍ତ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏଠାକୁ ଆସିଥିବାବେଳେ ୪ କେନ୍ଦ୍ରମନ୍ତ୍ରୀ ମଧ୍ୟ ଆସିଥିଲେ। ଶେଷରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟିନୀ ହୋଇଥିଲେ। ଧାମନଗର ଉପନିର୍ବାଚନ ପରାଜୟ ପରେ ଏଠାରେ ବିଜେଡି ବଡ଼ ବିଜୟ ହାସଲ କରିଛି। ସେହିପରି ଏହି ଉପନିର୍ବାଚନ ବର୍ଷାଙ୍କୁ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟିକା ଭାବେ ଏକ ନୂଆ ପରିଚୟ ଆଣି ଦେଇଛି।
ବାପାଙ୍କ ସମାଧି ପୀଠ ଦର୍ଶନ
ବିଜୟଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ତାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ଟିକେଟ୍‌ ଦେଇଥିଲା। ନିର୍ବାଚନ ମଇଦାନରେ ସେ ନବାଗତା ଏବଂ ପୁରୀ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂଙ୍କ ପୁତ୍ରବଧୂ। ଫଳରେ ବିଜେଡିରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ବିରୋଧୀ ତାଙ୍କୁ ଅନେକ ଟାହିଟାପରା କରୁଥିଲେ। କିନ୍ତୁ ବର୍ଷା ହାର୍‌ ନ ମାନି ଲୋକଙ୍କ ପାଖକୁ ପହଞ୍ଚତ୍ ଭୋଟ୍‌ ନିବେଦନ କରିଥିଲେ। ସବୁଠି ବାପାଙ୍କ ସ୍ମୃତି ଦେଖିବାକୁ ପାଇଥିଲେ ଏବଂ ଶେଷରେ ବିଜୟିନୀ ହୋଇଥିଲେ। ଏହାପରେ ବର୍ଷା ତାଙ୍କ ବାପାଙ୍କ ସମାଧି ପୀଠକୁ ଯାଇଥିଲେ ଏବଂ ସେଠାରେ ପ୍ରଣାମ ଜଣାଇବା ସହିତ କାନ୍ଦି ପକାଇଥିଲେ।
ବର୍ଷାଙ୍କୁ ମିଠା ଖୁଆଇଲେ ପ୍ରସନ୍ନ
ପଦ୍ମପୁର ଉପନିର୍ବାଚନରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା। ଏହି ଉପନିର୍ବାଚନ ଫଳାଫଳ ତାଙ୍କ ପାଇଁ ଟର୍ନିଂ ପଏଣ୍ଟ ଥିଲା ବୋଲି ମଧ୍ୟ ଲୋକେ କହୁଛନ୍ତି। ତେବେ ଏଠାରୁ ବଡ଼ ବିଜୟ ହାସଲ ପରେ ପ୍ରସନ୍ନ ଉପରେ ଦଳ ପ୍ରସନ୍ନ ହେବା ସ୍ବାଭାବିକ। ସେହିପରି ଦଳର ବିଜୟ ପରେ ପ୍ରସନ୍ନ ମଧ୍ୟ ଉଲ୍ଲସିତ ହୋଇ ପଡ଼ିଛନ୍ତି। ଦଳୀୟ ପ୍ରାର୍ଥିନୀ ବର୍ଷା ବିଜୟିନୀ ହେବା ପରେ ପ୍ରସନ୍ନ ପଦ୍ମପୁରରେ ପହଞ୍ଚତ୍ ଖୁସିରେ ବର୍ଷାଙ୍କୁ ମିଠା ଖୁଆଇଥିଲେ। ପ୍ରସନ୍ନଙ୍କ ଏଭଳି ଆଭିମୁଖ୍ୟ ବର୍ଷାଙ୍କ ମନୋବଳକୁ ଆଗକୁ ଆହୁରି ଦୃଢ଼ କରିବ ବୋଲି ଲୋକେ କହୁଛନ୍ତି।
ସୁଶାନ୍ତଙ୍କୁ କାନ୍ଧେଇ ପାଳିଲେ ବିଜୟ ଉତ୍ସବ
ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପଦ୍ମପୁର ଉପନିର୍ବାଚନ ନେଇ ବିରୋଧୀ ଭାଜପାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ଏହି ଆସନରୁ ବିଜେଡି ବିଜୟ ଲାଭ ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ। ଏହାସହିତ ତାଙ୍କ ପ୍ରତି ମନ୍ତବ୍ୟ ଦେଇଥିବା ସୁରେଶ ପୂଜାରୀଙ୍କୁ ଭାଜପା ହାରିଲେ ସେ ଇସ୍ତଫା ଦେବେ କି ବୋଲି ଖୋଲା ଆହ୍ବାନ କରିଥିଲେ ଏବଂ ବିଜେଡି ୧ଲକ୍ଷରୁ ଅଧିକ ଭୋଟ୍‌ ପାଇବ ବୋଲି ପୂର୍ବରୁ ଆକଳନ କରି କହିଥିଲେ। ଫଳାଫଳରେ ତାଙ୍କ ଆକଳନ ଆସିବା ପରେ ସୁଶାନ୍ତଙ୍କ ସମର୍ଥକମାନେ ପୂର୍ବାପେକ୍ଷା ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି। ଦଳ ବିଜୟ ଆଡକୁ ଅଗ୍ରସର ହେଉଥିବାବେଳେ ସୁଶାନ୍ତ ପଦ୍ମପୁରରେ ପହଞ୍ଚତ୍ଥିଲେ। ତାଙ୍କୁ ଦେଖି ଦଳୀୟ କର୍ମୀମାନେ ଉଲ୍ଲସିତ ହୋଇ ପଡ଼ିଥିଲେ ଏବଂ କାନ୍ଧେଇ ବିଜୟ ଉତ୍ସବ ମନାଇଥିଲେ।
ବାପାଙ୍କ ଆସନରେ ବର୍ଷା
ଉପନିର୍ବାଚନରେ ବର୍ଷା ଯେତେବେଳେ ପ୍ରଚାରରେ ବାହାରୁଥିଲେ, ତାଙ୍କ ବାପା ସ୍ବର୍ଗତ ବରିହାଙ୍କ ପ୍ରତିଛବିକୁ ପ୍ରଣାମ ଜଣାଇ ବାହାରୁଥିଲେ। ନିର୍ବାଚନୀ ସଭାରେ ମଧ୍ୟ ନିଜ ବାପା ତଥା ତାଙ୍କ ସ୍ମୃତିକୁ ମନେ ପକାଇ କାନ୍ଦି ପକାଉଥିଲେ। ତେବେ ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ବର୍ଷା ତାଙ୍କ ସ୍ବର୍ଗୀୟ ବାପାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପୂର୍ବତନ ବିଧାୟକ ସ୍ବର୍ଗତ ବରିହା ସେହି କାର୍ଯ୍ୟାଳୟର ଯେଉଁ ଆସନରେ ବସୁଥିଲେ, ସେଠାରେ ବର୍ଷା ବସିଥିଲେ ଏବଂ କାର୍ଯ୍ୟାଳୟକୁ ଆସିଥିବା ନେତା, କର୍ମୀ ତଥା ଭୋଟରଙ୍କ ସହଯୋଗ, ଆଶୀର୍ବାଦରେ ଶତମୁଖ ହୋଇ ପଡ଼ିଥିଲେ।
ନାତୁଣୀଙ୍କ ସପକ୍ଷରେ ସବୁ ଭୋଟ୍‌
ପଦ୍ମପୁର ଉପନିର୍ବାଚନ ମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ କିସକିଣ୍ଡା ଗ୍ରାମରେ ଜଣେ ବୃଦ୍ଧା ବିଜୟ ରଞ୍ଜନ ସିଂ ବରିହାଙ୍କୁ ପୁଅ ବୋଲି ସମ୍ବୋଧନ କରୁଥିଲେ। ବିଜୟଙ୍କ ଦେହାନ୍ତ ପରେ ସେ କୁଆଡ଼େ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତେବେ ଉପନିର୍ବାଚନରେ ବିଜୟଙ୍କ ଝିଅ ବର୍ଷା ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଜାଣି ସମ୍ପୃକ୍ତ ବୃଦ୍ଧା ବହୁତ ଖୁସି ଥିଲେ। ପରିଣତ ବୟସରେ ଉପନୀତ ହୋଇଥିଲେ ସୁଦ୍ଧା ନାତୁଣୀ ବର୍ଷାଙ୍କ ସପକ୍ଷରେ ମତଦାନ କରିବାକୁ ସେ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଥିଲେ। ତାଙ୍କ କଥାକୁ ସମ୍ମାନ ଜଣାଇ ସମସ୍ତେ ବର୍ଷାଙ୍କ ସପକ୍ଷରେ ମତଦାନ କରିଥିଲେ। ସେହି ଗ୍ରାମର କେବଳ ଜଣେ ମତଦାତା ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଗୋଟିଏ ଭୋଟ୍‌ ଦେଇଥିବାବେଳେ ଆଉ ଜଣେ ଦଳୀୟ ପ୍ରାର୍ଥୀଙ୍କ ଖାତାରେ ଆଦୌ ଭୋଟ୍‌ ପଡ଼ି ନ ଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri