ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୋଟ କୁକୁରଛୁଆକୁ ଦେଖିବାକୁ ମିଳୁଛି, ଯିଏ ଆସିଲା ବେଳେ ସୁଇମିଂ ପୁଲ୍ରେ ପଡ଼ିଯାଉଛି। ପରେ ସେଥିରୁ ବାହାରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବାହାରି ପାରୁ ନାହିଁ। ପରେ ଏକ ବୟସ୍କ କୁକୁର ଆସି ତାକୁ ସେଥିରୁ ବାହାର କରୁଛି। ଭିଡିଓକୁ ତନୁସ ଓ୍ବେଗେନ୍ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।


