ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି କରାଯାଇଛି। ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ଼ର ଅନୁମୋଦନ ପରେ ବୁଧବାର ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ନୟାଗଡ଼ ଡିଆଇବି ଡିଏସ୍‌ପି ସୁବାସ ଚନ୍ଦ୍ର ମହାନ୍ତିଙ୍କୁ କମିଶନରେଟ୍‌ ପୋଲିସ୍‌ର ଏଡିଏସ୍‌ପି, ଭିଜିଲାନ୍ସ ଡିଏସ୍‌ପି ପ୍ରକାଶ ନାୟକଙ୍କୁ ଭିଜିଲାନ୍ସ ଏଏସ୍‌ପି, ଚମ୍ପୁଆ ଏସ୍‌ଡିପିଓ ହରିହର ପାଣିଙ୍କୁ କେନ୍ଦୁଝର ଏଏସ୍‌ପି, ଗଜପତି ଜିଲା ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ ମହାନ୍ତିଙ୍କୁ ଗଞ୍ଜାମ ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି, କଟକ ଜିଲା ବାଙ୍କୀ ଏସ୍‌ଡିପିଓ ପ୍ରସନ୍ନ ବିଶ୍ୱାଳଙ୍କୁ ଅନୁଗୋଳ ଏଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ସାଲେପୁର ଏସ୍‌ଡିପିଓ ନିମାଇ ଚରଣ ସେଠୀଙ୍କୁ ପାରାଦୀପ ଏଏସ୍‌ପି, ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲଙ୍କୁ ବାଲେଶ୍ୱର ଏଏସ୍‌ପି, ଭୁବନେଶ୍ୱର ଏସ୍‌ଏଫ୍‌ଏସ୍‌ଏଲ୍‌ର ଡିଏସ୍‌ପି ଗଦାଧର ମହାପାତ୍ରଙ୍କୁ କଟକ ଗ୍ରାମାଞ୍ଚଳ ଏଏସ୍‌ପି, ରାଜ୍ୟ ମାନବ ଅଧିକାର କମିଶନ ଡିଏସ୍‌ପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ କମିଶନରେଟ୍‌ ପୋଲିସର ଅତିରିକ୍ତ ଡିସିପି, ଭଦ୍ରକ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଅମରେଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର ଏଏସ୍‌ପି, ଜି. ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରାଙ୍କୁ ନବରଙ୍ଗପୁର ଏଏସ୍‌ପି ଭାବେ ବଦଳି ହୋଇଛି। କଟକ ଡିଏସ୍‌ପି ବାଉରୀବନ୍ଧୁ ବେହେରାଙ୍କୁ ଯାଜପୁର ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି, ଯାଜପୁର ଡିଏସ୍‌ପି ବିଜୟ ମଲ୍ଲିକଙ୍କୁ ଭଞ୍ଜନଗର ଏଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ସିଆଇଡି ସିବି ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କୁ ସିଆଇଡି ସିବିର ଏଏସ୍‌ପି, ଝାରସୁଗୁଡ଼ା ଡିଏସ୍‌ପି ଉଗ୍ରସେନ ପ୍ରଧାନଙ୍କୁ ସମ୍ବଲପୁର ଏଏସ୍‌ପି ଭାବେ ପଠାଯାଇଛି। ସେହିପରି ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ ମିଶ୍ରଙ୍କୁ ଭିଜିଲାନ୍ସ ଏଏସ୍‌ପି, ଭିଜିଲାନ୍ସ ଡିଏସ୍‌ପି ବେଣୁଧର ନାୟକଙ୍କୁ ଭିଜିଲାନ୍ସ ଡିଏସ୍‌ପି, ଗୁଇନ୍ଦା ଡିଏସ୍‌ପି ଉମାକାନ୍ତ ମଲ୍ଲିକଙ୍କୁ ନୟାଗଡ଼ ଏଏସ୍‌ପି, ରାଉରକେଲା ଡିଏସ୍‌ପି ମୋହନ ପାଣି କରୁଆଙ୍କୁ ରାଉରକେଲା ଏଏସ୍‌ପି, ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳଙ୍କୁ ଭିଜିଲାନ୍ସ ଏଏସ୍‌ପି, ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ୍‌ର ଡିଏସ୍‌ପି ଅଙ୍କୁର ମଲ୍ଲିକଙ୍କୁ ମୟୂରଭଞ୍ଜ ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି, ଝାରସୁଗୁଡ଼ା ଆଇୟୁସିଡବ୍ଲ୍ୟୁ ଡିଏସ୍‌ପି କେଶବ ଚନ୍ଦ୍ର ବେହେରାଙ୍କୁ ସେହି ସ୍ଥାନରେ ପଦୋନ୍ନତି ପରେ ଏଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।
ସେହିଭଳି ଆଉ ୨ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି। କଟକ ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଡିସିପି ଏ.ଏନ୍‌. ମହାନ୍ତିଙ୍କୁ ରାୟଗଡ଼ା ଏଏସ୍‌ପି, ଯାଜପୁର ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି ଜୟରାମ ଶତପଥୀଙ୍କୁ କଳିଙ୍ଗନଗର ଏଏସ୍‌ପି ଭାବେ ବଦଳି କରାଯାଇଛି। ଭଞ୍ଜନଗର ଏଏସ୍‌ପି ସନ୍ତୋଷ ଦାସ ବର୍ତ୍ତମାନ କମିଶନରେଟ୍‌ ପୋଲିସରେ ଅତିରିକ୍ତ ଡିସିପି ଭାବେ ଡେପୁଟେସନ୍‌ରେ ଥିଲେ। ତାଙ୍କୁ ସେହି ସ୍ଥାନରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ସେହିଭଳି କଟକ ସ୍ପେଶାଲ୍‌ ବ୍ରାଞ୍ଚର ଏଏସ୍‌ପି ସୁବଳ ଚନ୍ଦ୍ର କରଙ୍କୁ ସ୍ପେସାଲ୍‌ ବ୍ରାଞ୍ଚର ଏଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri