ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି କରାଯାଇଛି। ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ଼ର ଅନୁମୋଦନ ପରେ ବୁଧବାର ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ନୟାଗଡ଼ ଡିଆଇବି ଡିଏସ୍‌ପି ସୁବାସ ଚନ୍ଦ୍ର ମହାନ୍ତିଙ୍କୁ କମିଶନରେଟ୍‌ ପୋଲିସ୍‌ର ଏଡିଏସ୍‌ପି, ଭିଜିଲାନ୍ସ ଡିଏସ୍‌ପି ପ୍ରକାଶ ନାୟକଙ୍କୁ ଭିଜିଲାନ୍ସ ଏଏସ୍‌ପି, ଚମ୍ପୁଆ ଏସ୍‌ଡିପିଓ ହରିହର ପାଣିଙ୍କୁ କେନ୍ଦୁଝର ଏଏସ୍‌ପି, ଗଜପତି ଜିଲା ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ ମହାନ୍ତିଙ୍କୁ ଗଞ୍ଜାମ ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି, କଟକ ଜିଲା ବାଙ୍କୀ ଏସ୍‌ଡିପିଓ ପ୍ରସନ୍ନ ବିଶ୍ୱାଳଙ୍କୁ ଅନୁଗୋଳ ଏଏସ୍‌ପି ଭାବେ ବଦଳି କରାଯାଇଛି। ସେହିପରି ସାଲେପୁର ଏସ୍‌ଡିପିଓ ନିମାଇ ଚରଣ ସେଠୀଙ୍କୁ ପାରାଦୀପ ଏଏସ୍‌ପି, ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲଙ୍କୁ ବାଲେଶ୍ୱର ଏଏସ୍‌ପି, ଭୁବନେଶ୍ୱର ଏସ୍‌ଏଫ୍‌ଏସ୍‌ଏଲ୍‌ର ଡିଏସ୍‌ପି ଗଦାଧର ମହାପାତ୍ରଙ୍କୁ କଟକ ଗ୍ରାମାଞ୍ଚଳ ଏଏସ୍‌ପି, ରାଜ୍ୟ ମାନବ ଅଧିକାର କମିଶନ ଡିଏସ୍‌ପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ କମିଶନରେଟ୍‌ ପୋଲିସର ଅତିରିକ୍ତ ଡିସିପି, ଭଦ୍ରକ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଅମରେଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର ଏଏସ୍‌ପି, ଜି. ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରାଙ୍କୁ ନବରଙ୍ଗପୁର ଏଏସ୍‌ପି ଭାବେ ବଦଳି ହୋଇଛି। କଟକ ଡିଏସ୍‌ପି ବାଉରୀବନ୍ଧୁ ବେହେରାଙ୍କୁ ଯାଜପୁର ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି, ଯାଜପୁର ଡିଏସ୍‌ପି ବିଜୟ ମଲ୍ଲିକଙ୍କୁ ଭଞ୍ଜନଗର ଏଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ସିଆଇଡି ସିବି ଡିଏସ୍‌ପି ରାମଚନ୍ଦ୍ର ଥମ୍ବଙ୍କୁ ସିଆଇଡି ସିବିର ଏଏସ୍‌ପି, ଝାରସୁଗୁଡ଼ା ଡିଏସ୍‌ପି ଉଗ୍ରସେନ ପ୍ରଧାନଙ୍କୁ ସମ୍ବଲପୁର ଏଏସ୍‌ପି ଭାବେ ପଠାଯାଇଛି। ସେହିପରି ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ ମିଶ୍ରଙ୍କୁ ଭିଜିଲାନ୍ସ ଏଏସ୍‌ପି, ଭିଜିଲାନ୍ସ ଡିଏସ୍‌ପି ବେଣୁଧର ନାୟକଙ୍କୁ ଭିଜିଲାନ୍ସ ଡିଏସ୍‌ପି, ଗୁଇନ୍ଦା ଡିଏସ୍‌ପି ଉମାକାନ୍ତ ମଲ୍ଲିକଙ୍କୁ ନୟାଗଡ଼ ଏଏସ୍‌ପି, ରାଉରକେଲା ଡିଏସ୍‌ପି ମୋହନ ପାଣି କରୁଆଙ୍କୁ ରାଉରକେଲା ଏଏସ୍‌ପି, ଭିଜିଲାନ୍ସ ଡିଏସ୍‌ପି ବନମାଳୀ ଧଳଙ୍କୁ ଭିଜିଲାନ୍ସ ଏଏସ୍‌ପି, ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ୍‌ର ଡିଏସ୍‌ପି ଅଙ୍କୁର ମଲ୍ଲିକଙ୍କୁ ମୟୂରଭଞ୍ଜ ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି, ଝାରସୁଗୁଡ଼ା ଆଇୟୁସିଡବ୍ଲ୍ୟୁ ଡିଏସ୍‌ପି କେଶବ ଚନ୍ଦ୍ର ବେହେରାଙ୍କୁ ସେହି ସ୍ଥାନରେ ପଦୋନ୍ନତି ପରେ ଏଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।
ସେହିଭଳି ଆଉ ୨ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି। କଟକ ପୋଲିସ ଯୋଗାଯୋଗ ବିଭାଗର ଅତିରିକ୍ତ ଡିସିପି ଏ.ଏନ୍‌. ମହାନ୍ତିଙ୍କୁ ରାୟଗଡ଼ା ଏଏସ୍‌ପି, ଯାଜପୁର ଆଇୟୁସିଏଡବ୍ଲ୍ୟୁ ଏଏସ୍‌ପି ଜୟରାମ ଶତପଥୀଙ୍କୁ କଳିଙ୍ଗନଗର ଏଏସ୍‌ପି ଭାବେ ବଦଳି କରାଯାଇଛି। ଭଞ୍ଜନଗର ଏଏସ୍‌ପି ସନ୍ତୋଷ ଦାସ ବର୍ତ୍ତମାନ କମିଶନରେଟ୍‌ ପୋଲିସରେ ଅତିରିକ୍ତ ଡିସିପି ଭାବେ ଡେପୁଟେସନ୍‌ରେ ଥିଲେ। ତାଙ୍କୁ ସେହି ସ୍ଥାନରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ସେହିଭଳି କଟକ ସ୍ପେଶାଲ୍‌ ବ୍ରାଞ୍ଚର ଏଏସ୍‌ପି ସୁବଳ ଚନ୍ଦ୍ର କରଙ୍କୁ ସ୍ପେସାଲ୍‌ ବ୍ରାଞ୍ଚର ଏଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri