ଖବର ପ୍ରକାଶ ପରେ ରଥ ସାହି ଛକରେ ଲାଗିଲା ହାଇମାଷ୍ଟ ଲାଇଟ୍‌

ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ମୁଖ୍ୟ ରଥସାହି ଛକଟି ୪ ମାସରୁ ଊର୍ଦ୍ଧ୍ୱ ହେଲା ଅନ୍ଧକାର ରହିଥିବା ବେଳେ ଧରିତ୍ରୀ ପ୍ରଭାବରେ ଶନିବାର ଆଲୋକିତ ହୋଇଛି। ସହରର ଏହି ମୁଖ୍ୟ ଅନ୍ଧାରରେ ରହିଥିଲେ ସୁଦ୍ଧା ଏଥିପ୍ରତି ଏନ୍‌ଏସି ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ କି କୌଣସି ଜନପ୍ରତିନିଧି କାହାରି ହେଲେ ନଜର ପଡୁ ନ ଥିଲା। ଲୋକେ ବାରମ୍ବାର ଅଭିଯୋଗ କରିବାରେ ଲାଗିଥିଲେ ମଧ୍ୟ ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିଲା। ଲୋକଙ୍କ ଏହି ସସସ୍ୟାର ଅଭିଯୋଗକୁ ନେଇ ଶୁକ୍ରବାର ଏକମାତ୍ର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏନ୍‌ଏସି ପ୍ରଶାସନର ନିଦଭାଙ୍ଗିଛି। ଯାହାକି ଯୁଦ୍ଧକାଳୀନ ଭିତ୍ତିରେ ଶନିବାର ହାଇମାଷ୍ଟରେ ଦୁଇ ଶହ ଓ୍ବାଟ୍‌ କ୍ଷମତା ସମ୍ପନ୍ନର ୬ଟି ନୂଆ ଲାଇଟ୍‌ ଲଗାଇଛନ୍ତି ଏନ୍‌ଏସି ପ୍ରଶାସନ। ପୂର୍ବରୁ ଏଠାରେ ୩ ଶହ ଓ୍ବାଟ୍‌ କ୍ଷମତା ସମ୍ପନ୍ନ ଲାଇଟ ଲାଗିଥିବା ବେଳେ ତାହା ପୋଡ଼ି ନଷ୍ଟ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଏହି ସ୍ଥାନଟି ଜନଗହଳିପୂର୍ଣ୍ଣ ଓ ଆସିକା-ହୁମ୍ମା ମୁଖ୍ୟରାସ୍ତା ହୋଇଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ସହ ବିଭିନ୍ନ ସମସ୍ୟା ଦେଖା ଦେଉଥିବାରୁ ଏହାକୁ ରୋକିବା ଲାଗି ତିନିବର୍ଷ ତଳେ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ହାଇମାଷ୍ଟ ପୋଷ୍ଟ ନିର୍ମାଣ କରାଯାଇ ସେଥିରେ ତିନିଶହ ଓ୍ବାଟ୍‌ କ୍ଷମତା ସମ୍ପନ୍ନ ୬ଟି ଲାଇଟ୍‌ ଲଗାଯାଇ ଆଲୋକୀକରଣ କରାଯାଇଥିଲା। ମାତ୍ର ଏହା ଖରାପ ହେବା ପରେ ତାହାକୁ ବଦଳାଇ ମିଶାମିଶି କରି ୩ ଶହ ତିନିଗୋଟି ଓ ୨୫୦ କ୍ଷମତା ସମ୍ପନ୍ନ ନିମ୍ମମାନର ଲାଇଟ୍‌ ୩ଟି ଲଗାଯାଇଥିଲା ଓ ସେହି ଲାଇଟ୍‌ମ୍ୟାନ୍‌ ମଧ୍ୟ ଛଅମାସ ହେଲା ଗୋଟାଏ ପରେ ଗୋଟାଏ ପୋଡ଼ି ନଷ୍ଟ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ୪ ମାସରୁ ଊର୍ଦ୍ଧ୍ୱ ହେଲା ଜଳୁଥିବା ଗୋଟିଏ ମାତ୍ର ଲାଇଟ୍‌ କେତେବେଳେ ଲାଗୁଥିଲା ଆଉ କେତେବେଳେ ଲିଭିଯାଉଥିଲା। ଫଳରେ ଆଲୋକୀକରଣ ହୋଇ ନ ପାରି ସମ୍ପୂର୍ଣ୍ଣ ଅନ୍ଧକାର ରହୁଥିଲା। ଯାହାଦ୍ବାରା ଏଠାରେ ଦୁର୍ଘଟଣାମାନ ଘଟିବା ସହ ଜଗନ୍ନାଥ ମନ୍ଦିରରୁ ସନ୍ଧ୍ୟାରେ ଦର୍ଶନ ଲାଗି ଆସୁଥିବା ମହିଳାମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ମାଓବାଦୀ ନେତା ଶୁକ୍ରୁ ବିପଦରେ

ଭୁବନେଶ୍ୱର,୨୦।୩: ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri