ମନ୍ତ୍ରୀ ଫେରିବା ପରେ ଭାଙ୍ଗିଦେଲେ ଉଦ୍‌ଘାଟନୀ ଫଳକ

ରାୟଗଡ଼ା ଅଫିସ,୧୯ା୯: ଉପାନ୍ତ ରାୟଗଡ଼ା ଜିଲାର ଅନେକ ଗାଁକୁ ଏବେ ବି ମୋବାଇଲ ଟାଓ୍ବାର ଅପହଞ୍ଚ ରହିଛି। ସଦର ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପେନିକଣାଠାରେ ମୋବାଇଲ ଟାଓ୍ବାର ସ୍ଥାପନ ହୋଇଥିବାବେଳେ ସୋମବାର ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଉଦ୍‌ଘାଟନ କରିଥିଲେ। ତେବେ ମନ୍ତ୍ରୀ ଟାଓ୍ବାର ଉଦ୍‌ଘାଟନ କରି ଫେରିବାର ମାତ୍ର ଅଧଘଣ୍ଟା ମଧ୍ୟରେ କେହି ଦୁର୍ବୃତ୍ତ ଉଦ୍‌ଘାଟନୀ ଫଳକକୁ ଭାଙ୍ଗି ଦେଇଛନ୍ତି।
ଜିଲାରେ ମୋବାଇଲ ଟାଓ୍ବାର ସ୍ଥାପନ ନିମନ୍ତେ କଂଗ୍ରେସ ଏମ୍‌ପି ପାର୍ଲାମେଣ୍ଟରେ ଦାବି ଉଠାଇଥିବାବେଳେ ବିଜେଡି ନେତା ତଥା ମନ୍ତ୍ରୀ ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଦଳୀୟ କାର୍ଯ୍ୟକ୍ରମ ଭଳି ମୋବାଇଲ ଟାୱାର ଉଦ୍‌ଘାଟନ କରୁଥିବାରୁ ବିରୋଧୀ ଅସନ୍ତୁଷ୍ଟ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଥିବା ଗାଁରେ ଚର୍ଚ୍ଚା ହେଉଛି। ତେବେ ଫଳକ କିଏ ଭାଙ୍ଗିଲା ତାହା କେହି ଦେଖି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଫଳକ ଭଙ୍ଗାଯାଇଥିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, କଂଗ୍ରେସ ଏଭଳି ଛୋଟ କାମ କରେନାହିଁ। ଏମ୍‌ପି ସପ୍ତଗିରି ଉଲାକାଙ୍କ ବାରମ୍ବାର ପାର୍ଲାମେଣ୍ଟରେ ଦାବି ପରେ ଟାଓ୍ବାର ବସିବା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।
ଅଞ୍ଚଳରେ ନେଟଓ୍ବର୍କ ସେବା ଉପଲବ୍ଧ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟାଓ୍ବାର ସ୍ଥାପନ ପରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିସହ ଫଳକ ଭଙ୍ଗା ଘଟଣାକୁ ମଧ୍ୟ ସେମାନେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗଲୋଡି ସମେତ କାରୁବାଇ, ପିପଲଗୁଡ଼ା, ମିରାବାଲି, ସାନ୍ଧୁବାଡ଼ି, ଦୁର୍ଗପାଡ଼ୁ ଆଦି ପଞ୍ଚାୟତରେ ମୋବାଇଲ ନେଟୱର୍କ ସୁବିଧା ନ ଥିଲା। ଫଳରେ ଲୋକେ ଆମ୍ବୁଲାନ୍ସ, ବ୍ୟାଙ୍କ ସେବା, ଅନ୍‌ଲାଇନ ପାଠପଢ଼ା ଆଦି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଟାଓ୍ବାର ସ୍ଥାପନ ନିମନ୍ତେ ଦାବି ହୋଇ ଆସୁଥିଲା। ପରବର୍ତ୍ତୀ ସମୟରେ ପେନିକଣାଠାରେ ଜିଓ ଟାୱାର ସ୍ଥାପନ କରାଯାଇଥିଲା। ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିବା ପରେ ସୋମବାର ମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଥିଲା। ବିଳମ୍ବ ହୋଇଥିଲେ ମଧ୍ୟ ଏହାଦ୍ୱାରା ଅଞ୍ଚଳବାସୀଙ୍କ ବିକାଶ ଘଟିବ ବୋଲି ମନ୍ତ୍ରୀ ଟାଓ୍ବାର ଉଦ୍‌ଘାଟନ ଅବସରରେ କହିଥିଲେ। ମୋବାଇଲରେ ସିଗ୍‌ନାଲ ଦେଖି ଅଞ୍ଚଳବାସୀ ମଧ୍ୟ ବେଶ୍‌ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝି, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri