Posted inଜାତୀୟ

ଲୋକ ସଭା ନିର୍ବାଚନ ପରେ ଉପ ନିର୍ବାଚନରେ ବି ମମତାଙ୍କ ଦବଦବା, ୪ ବିଧାନସଭା ଆସନରେ ଟିଏମସି ଆଗରେ

କୋଲକାତା,୧୩।୭: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ପଶ୍ଚିମବଙ୍ଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏଥର ଦଳ ବିଧାନସଭା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ପରାସ୍ତ କରୁଥିବା ଦେଖାଯାଉଛି।

ମାଣିକଟାଲା ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନ ପାଇଁ କୋଲକାତାର ରବୀନ୍ଦ୍ର ଭାରତ ବିଶ୍ୱବିଦ୍ୟାଳୟରେ ଭୋଟ ଗଣନା ଚାଲିଛି। ପ୍ରଥମ ପର୍ଯ୍ୟାୟ ଗଣନା ପରେ ଟିଏମସି ପ୍ରାର୍ଥୀ ସୁପତି ପାଣ୍ଡେ ଭାଜପା ପ୍ରାର୍ଥୀ କଲ୍ୟାଣ ଚୌବେଙ୍କଠାରୁ ଅଗାରେ ରହିଛନ୍ତି।
ଏଥି ସହିତ ନାଦିଆ ଜିଲାର ରଣାଗତ ଦକ୍ଷିଣ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ କୁମାର ବିଶ୍ୱାସ ଏବଂ ଟିଏମସି ପ୍ରାର୍ଥୀ ମୁକୁଲ ମଣି ଆଦିକାରୀ ଉପ-ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣନା ପରେ ଏଠାରେ ଟିଏମସି ଅଗ୍ରଣୀ ରହିଛି।
ଉତ୍ତର ଦିନାଜପୁର ଜିଲାର ରାଇଗଞ୍ଜ ବିଧାନସଭା ଉପ-ନିର୍ବାଚନ ପାଇଁ ଟିଏମସି ମଧ୍ୟ ଅଗ୍ରଣୀ ରହିଛି। ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା ପରେ ଭାଜପା ପ୍ରାର୍ଥୀ ମାନସ କୁମାର ଘୋଷ ଟିଏମସି ପ୍ରାର୍ଥୀ କୃଷ୍ଣ କଲ୍ୟାଣୀଙ୍କ ପଛରେ ଅଛନ୍ତି।
ବାଗଡା ବିଧାନସଭା ଆସନରୁ ଭାଜପା ପାଇଁ ଖରାପ ଖବର ଅଛି। ଉତ୍ତର ଦିନାଜପୁର ଜିଲାରେ ବାଗଡା ବିଧାନସଭା ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଗଣନା ପରେ ଟିଏମସି ପ୍ରାର୍ଥୀ ମଧୁପର୍ନା ଠାକୁର ଅଗ୍ରଣୀ ଥିବାବେଳେ ଭାଜପା ପ୍ରାର୍ଥୀ ବିନୋଇ ବିଶ୍ୱାସ ପଛରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri