ଆମ୍ବ ଟାକୁଆ ଯାଉ ଘଟଣାପରେ ପ୍ରଶାସନର ତତ୍ପରତା: ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର: ଏଣିକି ଚାଷ ପାଇଁ ମିଳିବ ଋଣ 

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ମାଣ୍ଡିପଙ୍କା ଗସ୍ତପରେ ଉକ୍ତ ଅଞ୍ଚଳର ଚିତ୍ର ବଦଳିବା ନେଇ ଲୋକଙ୍କ ମଧ୍ୟରେ ଆଶାସଞ୍ଚାର ହୋଇଛି।। ଜିଲାପାଳଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମାଣ୍ଡିପଙ୍କା ସମେତ ସମଗ୍ର ଦାରିଙ୍ଗବାଡି ବ୍ଲକରେ ରହିଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି କ୍ରମରେ ଓଡ଼ଶା ଜୀବିକା ମିଶନକୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଉକ୍ତ ଅଞ୍ଚଳରେ ରହିଥିବା  ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ଜିଲାପ୍ରଶାସନ ଦେଇଥିବା ନିର୍ଦ୍ଦେଶ କ୍ରମେ ଓଡିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକଙ୍କ ତତ୍ୱାବଧାନରେ ବ୍ଲକ ଜୀବିକା ସଂଯୋଜକ ସାନୁଜ ପ୍ରଧାନ ଉକ୍ତ ଅଞ୍ଚଳର ଏସଏଚଜିର ସଦସ୍ୟାଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ।  ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅତି କମରେ ୫୦ ହଜାର ଟଙ୍କାସର ଋଣ ବ୍ୟବସ୍ଥା ସହ ଛତୁ ଚାଷ, ଫୁଲ ଚାଷ , ଛେଳି,  କୁକୁଡ଼ା ଚାଷ  କରିବାକୁ ପରାମର୍ଶ ଦେଇଥିଲେ । କୁକୁଡ଼ା ଚ ପାଇଁ ୫ ଶହ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବା ସହ ୩୦ଟି ଫିମେଲ ୨ଟି ମେଲ ଛେଳି ପ୍ରଦାନ କରାଯିବ। ଏଥିପାଇଁ ପ୍ରାଣୀଧନ ଚିକିତ୍ସା ବିଭାଗର ସହାୟତରେ ମିଶନଶକ୍ତି ମାଧ୍ୟମରେ ଏହି ସବୁ ସୁବିଧା କରାଯିବ। ମାଣ୍ଡିପଙ୍କା ଅଞ୍ଚଳରେ ପ୍ରାୟ ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀ ରହଛି। ସେମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରାଯିବା ପାଇଁ ଜିଲାପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବୋଲି ବିପିଏମ ପିଣ୍ଟୁ ନାୟକ କହିଛନ୍ତି। ସେ କହିଛନ୍ତି ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଏହି ସବୁ ସୁବିଧା ଗୁଡିକ ସମ୍ପର୍କରେ ଅବଗତ କରାଯାଇଛି ।
ସୂଚନା ଯୋଗ୍ୟଯେ ଗଦାପୁର ପଞ୍ଚାୟତର ଏହି ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣା ଘଟିବା ଦିନ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ବଡିିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ ଶବର, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସ୍ବାସ୍ଥ୍ୟ ବିଭାଗର ଟିମ ସେଠାରେ ପହଞ୍ଚିଥିଲେ।  ଜିଲାପାଳ ଦାରିଙ୍ଗବାଡିରେ ପହଞ୍ଚି  ତଦନ୍ତ କରିଥିଲେ । ଦ୍ୱିତୀୟଦିନ ଜିଲାପାଳ ବ୍ରାହ୍ମଣୀଗାଁରେ ପହଞ୍ଚି ଚାଉଳ ବଣ୍ଟନ କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ପୁଣି ସୋମବାର ଜିଲାପାଳ ଘଟଣାସ୍ଥଳକୁ ଯିବା ସହ ତାର ଆଖପାଖ ଅଞ୍ଚଳକୁ ଗସ୍ତ କରିଥିଲେ ଓ ଉକ୍ତ ଅଞ୍ଚଳର ଅନେକ ସ୍କୁଲ, ଅଙ୍ଗନାୱାଡି କେନ୍ଦ୍ର, ବିଭିନ୍ନ ପ୍ରକଳ୍ପ ଆଦି ବୁଲିଦେଖିବା ସହ ତାର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri