ଅଚଳାବାସ୍ଥା ପରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲିଲା

ନୟାଗଡ/ନୂଆଗାଁ ,୯।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିକ୍ରିଡା ପଞ୍ଚାୟତ ବଡବାରଣା ସରକାରୀ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପ୍ରସାଦ-୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦୀର୍ଘ ୨ମାସ ହେଲା ଲାଗି ରହିଥିବା ଅଚଳାବସ୍ଥା ପରେ କେନ୍ଦ୍ରରେ ଗାଁ ଲୋକ ଗୁରୁବାର ତାଲା ପକାଇ ଦେଇଛନ୍ତି।
ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ପରେ ଘଟଣାର ତଦନ୍ତ ନ କରି ନୂଆଗାଁ ସିଡିପିଓ ଘଟଣାକୁ ସମାଧାନ କରିବାକୁ ଆସିବା ପରେ ଗାଁ ଲୋକ ଉତ୍ତେଜିତ ହୋଇ ଏହାର ପ୍ରତିବାଦ କରିଛନ୍ତି। ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରା ନ ଗଲେ କେନ୍ଦ୍ରରୁ ତାଲା ଖୋଲିବନି ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି।
ଶିଶୁଙ୍କୁ ଦିଆଯାଉଥିବା ସକାଳ ଜଳଖିଆରେ ମଲା ପିମ୍ପୁଡି ଓ ଜନ୍ଦା ବାହାରିବା ପରି ଅଭିଯୋଗ ହୋଇ ଆସୁଥିଲା । ସେହିପରି ଶିଶୁଙ୍କୁ କେନ୍ଦ୍ରରେ ମାରପିଟ୍‌ ଓ ଜାତିଆଣ ଆକ୍ଷେପ କରାଯାଉଥିବାର ଅଭିଯୋଗ ରହିଥିଲା। ପ୍ରତିବାଦ କଲେ ଅଭିଭାବକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପ କରାଯାଉଥିଲା। ଅଙ୍ଗନୱାଡି କର୍ମୀଙ୍କ ଔଦ୍ଧତ୍ୟ ନେଇ ଗାଁ ଲୋକ ଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ଏଭଳିସ୍ଥଳେ ଅଭିଭାବକମାନେ ଶିଶୁକୁ ଅଙ୍ଗନୱାଡି କେନ୍ଦ୍ରକୁ ନ ଛାଡି ୨ମାସ ହେଲା ପ୍ରତିବାଦ କରିଥିଲେ।
ଅଙ୍ଗନୱାଡି କର୍ମୀ ଓ ଗାଁ ଲୋକଙ୍କ ମଧ୍ୟରେ ବିବାଦ କାରଣରୁ କୃଷ୍ଣପ୍ରସାଦ ୨ ଅଙ୍ଗନୱାଡି କେନ୍ଦ୍ରରେ ୨ମାସ ହେଲା ଅଚଳାବସ୍ଥା ଦେଖା ଦେଇଥିଲା।
କୃଷ୍ଣପ୍ରସାଦ-୨ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳପୁର, ବଡବାରଣା, ଅମେଇମୁହାଁ ଓ ଦୁମଦୁମାପଲି ଗ୍ରାମର ୧୩ ଜଣ ଶିଶୁ ପାଠ ପଢ଼ୁଛନ୍ତି। ଏଠାରେ ଅଙ୍ଗନୱାଡି କର୍ମୀ ରୋସାଲିନ ମହାନ୍ତି ଓ ସହାୟିକା ରୂପାଲି ଅପରାଜିତା ମହାନ୍ତି ନିଯୁକ୍ତି ପାଇଛନ୍ତି। ଏନେଇ ବଡବାରଣା ଗାଁର ସଭାପତି ସମୀର ମହାନ୍ତି କୁହନ୍ତି, ଶିଶୁମାନଙ୍କୁ ଶ୍ରେଣୀ ଗୃହରେ ଅଙ୍ଗନୱାଡି କର୍ମୀ ଠିକରେ ପାଠ ପଢ଼ାଉ ନ ଥିଲେ। ଶିଶୁଙ୍କୁ ଟିକେ ଟିକେ କଥାରେ ଗାଳିଗୁଲଜ ଓ ମାରପିଟ୍‌ କରନ୍ତି। ଅଭିଭାବକ ପ୍ରତିବାଦ କଲେ ତାଙ୍କୁ ଗାଳିଗୁଳଜ ଓ ଜାତିଆଣ ଆକ୍ଷେପ କରନ୍ତି। ଗାଁ ଲୋକ ଓ ଅଭିଭାବକଙ୍କର ଅଭିଯୋଗକୁ ଅଙ୍ଗନୱାଡି କର୍ମୀ ସବୁବେଳେ ଅଣଦେଖା କରନ୍ତି। ନିର୍ଯାତନା ବଢ଼ି ଚାଲିବା ପରେ ଗାଁଲୋକ ଜିଲାପାଳ, ଜିଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓଙ୍କୁ ଅଭିଯୋଗ ବାରମ୍ବାର କରି ସୁଫଳ ପାଇଲେ ନାହିଁ।
ଶେଷର ଗୁରୁବାର ସିଡିପିଓ ବିବାଦକୁ ସମାଧାନ କରିବାକୁ ଆସିଥିଲେ। ହେଲେ ଗାଁଲୋକ ସମାଧାନକୁ ଅରାଜି ହୋଇଥିଲେ। ଏପରିକି ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବହିଷ୍କାର ଦାବିକୁ ଅଡି ବସି ଅସଫଳ ହେବାରୁ ଗୁରୁବାର ଠାରୁ କେନ୍ଦ୍ରରେ ତାଲା ପକାଇଛନ୍ତି। ଗାଁଲୋକଙ୍କୁ ହଇରାଣ କରିବାକୁ ବାସନ୍ଦ ପରି ମିଥ୍ୟା ଅଭିଯୋଗ ଆଣି ଅଙ୍ଗନୱାଡି କର୍ମୀ ଗାଁ ଲୋକଙ୍କୁ ଭାଗ ଭାଗ କରି ବିବାଦକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଛନ୍ତି । ପୁଣି ଶାଶୁ ଶ୍ୱଶୁର ଓ ପୁଅ ବୋହୁ ମାରପିଟ୍‌ ଘଟଣାରେ ଶାଶୁ ଶ୍ୱଶୁରକୁ ଗାଁ ଲୋକ ସହଯୋଗ କରି ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରିବାକୁ ଲାଗି ପଡିଥିବା ଅଭିଯୋଗ ମଧ୍ୟ ମିଥ୍ୟା ବୋଲି କହି ନ୍ୟାୟ ମାଗିଛନ୍ତି।

ଅମେଇମୁହାଁ ଗାଁ ସମ୍ପାଦକ ଉପେନ୍ଦ୍ର ନାୟକ କୁହନ୍ତି,ଅଙ୍ଗନୱାଡି କର୍ମୀ ପାଠ ପଢ଼ାଇବା ବଦଳରେ ରାଜନୀତି କରୁଛନ୍ତି।
କେନ୍ଦ୍ରକୁ ପିଲେ ପାଠପଢ଼ି ଯିବେ ନାଁ କେବଳ ଖାଇବାକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି।
କେନ୍ଦ୍ରରେ ଜଳଖିଆ, ପାଠପଢ଼ାରେ ଅବ୍ୟବସ୍ଥା ବିରୋଧରେ ଗାଁଲୋକ ଏକାଠି ହୋଇ ନ୍ୟାୟ ମାଗିଛନ୍ତି।
ଅଙ୍ଗନୱାଡି କର୍ମୀ ରୋସାଲିନ ମହାନ୍ତି କୁହନ୍ତି, ଗତ ଡିସେମ୍ବର ୧୬ରେ ଆମ ପରିବାରରେ ଶାଶୁ ଶ୍ୱଶୁର ବନାମ ପୁଅ ବୋହୂଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା।
ଏହି ଘଟଣାରେ ଗାଁଲୋକ ମିଳିତ ହୋଇ ଶାଶୁ ଶ୍ୱଶୁରଙ୍କୁ ସହଯୋଗ କରି ମୋତେ ବହିଷ୍କାର କରିବାକୁ ଉଦ୍ୟମ କରିଛନ୍ତି।
ମୋ ନାଁରେ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ କରି ମୋତେ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି। ପୁଣି ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ମୋତେ କାଢ଼ି ନିଜେ ପାଠ ପଢ଼ାଇବାକୁ ଗାଁ ଲୋକଙ୍କ ସହ ମିଶି ମୋତେ ହଇରାଣ କରୁଛି। ନିଜେ କେନ୍ଦ୍ରକୁ ଆସୁନାହାନ୍ତି କିନ୍ତୁ ମୁଁ କାମ ଠିକରେ କରୁନି ଅଭିଯୋଗ କରୁଛନ୍ତି। ବଡବେରଣା କେନ୍ଦ୍ରକୁ ୫ଜଣ ଶିଶୁ ଆସୁଥିବାବେଳେ ୪ଜଣକୁ ଗାଁ ଲୋକ ବନ୍ଦ କରିଦେଲେ। କେବଳ ଜଣେ ଶିଶୁଙ୍କୁ ନେଇ ମୁଁ ପ୍ରତିଦିନ ଡ୍ୟୁଟି କରୁଛି। ଅନ୍ୟପକ୍ଷେ ଅମେଇମୁହାଁ ଗାଁରେ ପଡାପୃଷ୍ଟି ଯୋଜନାରେ ୬ ଶିଶୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ପାରିବାରିକ ବିବାଦକୁ କେନ୍ଦ୍ରରେ ନ ଶୁଣିବାକୁ ମୋ ପରାମର୍ଶକୁ ଗାଁଲୋକ ମାନୁ ନାହାନ୍ତି।
ମୁଁ ନ୍ୟାୟରେ ଥିବାବେଳେ ଡ୍ୟୁଟି ଠିକରେ କରୁଥିବାରୁ ସବୁ ପ୍ରକାରର ତଦନ୍ତକୁ ସ୍ବାଗତ କରୁଛି ବୋଲି କହିଥିଲେ।
ଅନ୍ୟପକ୍ଷେ କାନ୍ଦି କାନ୍ଦି କହିଛନ୍ତି ଗାଁଲୋକ ମୋତେ ଓ ମୋ ପରିବାରକୁ ବାସନ୍ଦ କରିଛନ୍ତି। ମୋ ଶିଶୁକନ୍ୟାକୁ ଅଙ୍ଗନୱାଡି କେନ୍ଦ୍ରରେ ବିଷ ଦେଇ ମାରି ଦେବାକୁ ଓ ମିଥ୍ୟା ମୋକଦ୍ଦମାରେ ଫସାଇ ଜେଲ ପଠାଇ ଦେବାକୁ ଧମକ ଦେଇଥିବା କହିଛନ୍ତି। ନୂଆଗାଁ ସିିଡିପିଓ ଶୁଭ୍ରକେଶୀ ମଲ୍ଲିକ କୁହନ୍ତି, ଗାଁଲୋକ ଓ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ସମାଧାନ କରିବାକୁ ମୁଁ ଓ ନୂଅଗାଁ ସେକ୍ସନ ସୁପରଭାଇଜର ଗୁରୁବାର କେନ୍ଦ୍ରକୁ ଯାଇଥିଲୁ। କେନ୍ଦ୍ର ବାରଣ୍ଡାରେ ଆଲୋଚନା ହୋଇଥିଲା।
ହେଲେ କିଛି ନିର୍ଯାସ ବାହାରିଲାନି। ଗାଁଲୋକ ଅଙ୍ଗନୱାଡି କର୍ମୀଙ୍କ ବହିଷ୍କାର ଦାବି କରୁଥିବା ବେଳେ ତାହା ମୋ କ୍ଷମତା ବାହାରେ ଅଟେ। ମୁଁ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବି ବୋଲି କହିଛନ୍ତି। ଜିଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର କୁହନ୍ତି, ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri