Posted inଜାତୀୟ

ହିଜାବ ପରେ ଏବେ ଟୋପି ବନାମ ଗୈରିକ ଶାଲ୍‌ ବିବାଦ…

ବେଙ୍ଗାଲୁରୁ, ୧୧।୬ : ବର୍ତ୍ତମାନ କର୍ନାଟକରେ ହିଜାବ ସଙ୍କଟ ଟିକେ ଶାନ୍ତ ହୋଇଯାଇଥିବାବେଳେ ଏବେ ଟୋପି ବନାମ ଗୈରିକ ଶାଲ୍‌ ବିବାଦ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରାୟତ୍ତ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମଟିସି) ର ହିନ୍ଦୁ କର୍ମଚାରୀଙ୍କ ଏକ ବର୍ଗ ମୁସଲମାନ ଡ୍ରାଇଭର, କଣ୍ଡକ୍ଟର ଏବଂ କର୍ମଚାରୀଙ୍କ ଟୋପି ପିନ୍ଧିବା ନେଇ ବିରୋଧ କରୁଛନ୍ତି।

ଏହାର ପ୍ରତିବାଦରେ ସେମାନେ ଗୈରିକ ଶାଲ୍‌ ପିନ୍ଧି ଡ୍ୟୁଟିରେ ଯୋଗ ଦେଉଛନ୍ତି। ହିଜାବ ବିବାଦ କାରଣରୁ ରାଜ୍ୟରେ ଅଶାନ୍ତି ଦେଖାଦେଇଥିବା ବେଳେ ହିନ୍ଦୁ କର୍ମଚାରୀମାନେ ସେମାନଙ୍କ ମୁସଲମାନ ସହକର୍ମୀଙ୍କ ଟୋପି ପିନ୍ଧିବାକୁ ବିରୋଧ କରିଥିଲେ ଏବଂ ଏହା ବିଏମଟିସି ଦ୍ୱାରା ନିର୍ମିତ ୟୁନିଫର୍ମ ନିୟମ ଉଲ୍ଲଂଘନ ବୋଲି କହିଥିଲେ। ବିଏମଟିସି ଏହାର କର୍ମଚାରୀମାନଙ୍କ ପାଇଁ ୟୁନିଫର୍ମ ସ୍ଥିର କରିଛି।

ଅବଶ୍ୟ, କାର୍ଯ୍ୟ ସମୟରେ ଟୋପି ପିନ୍ଧିଥିବା ମୁସଲମାନ କର୍ମଚାରୀମାନେ ଏହାକୁ ହଟାଇବାକୁ ମନା କରିଦେଇଛନ୍ତି। ଏହାଦ୍ୱାରା ହିନ୍ଦୁ କର୍ମଚାରୀମାନେ ଏହାର ଜବାବରେ ଗୈରିକ ଶାଲ୍‌ ପିନ୍ଧିବା ଆରମ୍ଭ କରିଛନ୍ତି। ସେମାନେ କେଶରୀ କର୍ମିକାରା ସଙ୍ଘ ନାମକ ଏକ ୟୁନିୟନ ମଧ୍ୟ ଗଠନ କରିଛନ୍ତି ଯାହା ବିଏମଟିସିରେ କଡା ୟୁନିଫର୍ମ ନିୟମ ଲାଗୁ କରିବା ଏବଂ ଟୋପି ପିନ୍ଧିବାକୁ ବାରଣ କରୁଛି।

ସୂତ୍ରରୁ ଜଣାପଡିଛି ଯେ ଆସୋସିଏଶନ ଅଧୀନରେ ପ୍ରାୟ ୧,୫୦୦ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି ଏବଂ ଡ୍ୟୁଟିରେ ଥିବାବେଳେ ଟୋପି ପିନ୍ଧିବା ନିଷିଦ୍ଧ ନହେବା ପର୍ଯ୍ୟନ୍ତ ସେମାନେ ଗୈରିକ ଶାଲ୍‌ ପିନ୍ଧିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଏମଟିସି ଉପାଧ୍ୟକ୍ଷ ଏମ.ଆର ଭେଙ୍କଟେଶ କହିଛନ୍ତି ଯେ ସେ ଏହାକୁ ଗଣମାଧ୍ୟମ ନ୍ୟୁଜ୍‌ ଚ୍ୟାନେଲରେ ଦେଖିବେ ପରେ ଜାଣିପାରିଛନ୍ତି। ସେ କହିଛନ୍ତି, ’ମୁଁ ଏହି ଖବରକୁ ଗୁରୁତ୍ୱ ନଦେବାକୁ ଗଣମାଧ୍ୟମକୁ ଅନୁରୋଧ କରୁଛି। ବିଏମଟିସିରେ ପୋଲିସ ବିଭାଗ ଭଳି ସମାନ ନିୟମ ପାଳନ କରାଯିବା ଲାଗି କୁହାଯାଇଛି। କର୍ମଚାରୀମାନଙ୍କୁ ଏହି ନିୟମକୁ ମାନିବାକୁ ପଡିବ। ସେମାନଙ୍କୁ ଅନୁଶାସିତ ହେବାକୁ ପଡ଼ିବ। କେଶରୀ କର୍ମିକାରା ସଙ୍ଘ ଗଠନ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଏହାକୁ ପ୍ରୋତ୍ସାହିତ କରାଯିବ ନାହିଁ ଏବଂ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri