Categories: ଅପରାଧ

ଯୁବତୀଙ୍କ ଅଶୀଳ ଭିଡିଓ ଭାଇରାଲ ପରେ…

ଜଳନ୍ଧର, ୧୬।୭- ପଞ୍ଜାବର ଜଳନ୍ଧରରୁ ଜଣେ ବିବାହିତ ଯୁବକ କୌଣସି କାରଣରୁ ତାଙ୍କ ପ୍ରେମିକାଙ୍କ ଅଶୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଏହି ଘଟଣାରେ ଯୁବତୀଙ୍କ ପରିବାର ଲୋକ ପ୍ରତିଶୋଧ ପରାୟଣ ହୋଇ ଯୁବକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଏକ ଗାଡ଼ି ଜାଳି ଦେଇଥିଲେ। ଏହାପରେ ଯୁବକଙ୍କ ସମେତ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହିତ ସୋମାନଙ୍କ ପୋଷାକ ଚିରି ଉଲଗ୍ନ କରି ଏହାର ଭିଡିଓ ବନାଇଥିଲେ। ପରେ ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ଜଳନ୍ଧରର ସେଲକିଆନା ଗ୍ରାମରେ ଏହି ଘଟଣା ଘଟିଛି। ଜଣେ ବିବାହିତ ଯୁବକ ସେହି ଗ୍ରାମର ଯୁବତୀଙ୍କୁ ପ୍ରେମ ଜାଲରେ ଫଶାଇ ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଯୁବକଜଣଙ୍କ ଚତୁରତାର ସହ ଏହାର ଭିଡିଓ ମଧ୍ୟ ଶୁଟିଂ କରିନେଇଥିଲେ। ପରେ ସୋସିଆଲ ମିଡିଆରେ ଏହି ଭିଡିଓକୁ ଛାଡ଼ି ଦେଇଥିଲେ। ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ। ସେମାନେ ଗତ ରାତିରେ ଯୁବକଙ୍କ ଘରେ ପଶି ପ୍ରଥମେ ଏକ ସ୍କର୍ପିଓ ଗାଡ଼ି ପୋଡ଼ି ଦେଇଥିଲେ। ଏହାପରେ ଘରେ ଆସବାପତ୍ର ଭଙ୍ଗାରୁଜା କରିବା ସହ ଯୁବକଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିଲେ। ଶେଷରେ ଯୁବକଙ୍କ ସ୍ତ୍ରୀଙ୍କୁ ଧରି ତାଙ୍କ ଲୁଗା ଚିରିବା ସହ ଉଲଗ୍ନ କରି ଭିଡିଓ ଶୁଟିଂ କରିଥିଲେ, ଯାହାକୁ ସେମାନେ ପରେ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ପୋଲିସ ଏହି ଘଟଣାରେ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି।