ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇ ଅବହେଳିତ

ପଟ୍ଟାମୁଣ୍ଡାଇ,୨୮ା୧୨(କଳ୍ପତରୁ ନାୟକ)ସ୍ବାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ବତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ, ପୌରାଂଚଳ ଏବଂ ରାଜନଗର ବ୍ଲକର ୨୯ଟି ପଞ୍ଚାୟତକୁ ନେଇ ନୂତନ ରାଜନଗର ନିର୍ବାଚନମଣ୍ଡଳୀ ଗଠନ କରାଯିବା ସହିତ ୧୨ଟା ପଞ୍ଚାୟତକୁ ନେଇ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ସହିତ ମିଶାଇ ଦିଆଗଲା। ୨ଟା ବ୍ଲକର ୪୮ ପଞ୍ଚାୟତ ଏବଂ ପଟ୍ଟାମୁଣ୍ଡାଇ ପୌରପାଳିକାର ୨୦ଟି ୱାର୍ଡକୁ ନେଇ ଗଠିତ ରଜନଗର ନିର୍ବାଚନମଣ୍ଡଳୀ ରାଜନୀତିର ପଶାପାଲିରେ ପଟ୍ଟାମୁଣ୍ଡଇ ବ୍ଲକ ଓ ପୌରାଞ୍ଚଳକୁ ଅଣଦେଖା କରି ବହୁ ପଛରେ ପକାଇ ଦିଆଯାଉଛି। ରାଜ୍ୟର ଅନ୍ୟ ବ୍ଲକ ଓ ମ୍ୟୁନିସିପାଲଟି ଯେଉଁ ପରି ଭାବେ ବିକାଶ ହୋଇଚାଲିଛି ତାହା ପଟ୍ଟାମୁଣ୍ଡାଇରେ ପରିଲକ୍ଷିତ ହେଉନାହିଁ। ହେଲେ ସୋସିଆଲ ମିଡିଆରେ ଉନ୍ନତିର ସୁନେଲି ସ୍ବପ୍ନ କେତେଜଣ ଶାସକ ଦଳର ପୃଷ୍ଠ ପୋଷକତା ଲାଭ କରିଥିବା ରାଜନେତା ଦେଖାଇ ଚାଲିଥିବା ବେଳେ ଅର୍ନ୍ତଦ୍ୱନ୍ଦ୍ୱରେ ବୁଡ଼ି ରହିଥିବା ମୁଖ୍ୟ ବିରୋଧୀ ଦଳମାନେ ନୀରବ ଦର୍ଶକ ସାଜିବାରେ ଜନସାଧାରଣଙ୍କ ନିକଟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବରିଷ୍ଠ ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କୁହନ୍ତି, ପ୍ରଶାସନିକ ଚକ୍ରାନ୍ତର ଶିକାର ହୋଇ ପଟ୍ଟାମୁଣ୍ଡାଇ ବିଧାନସଭା ଆସନକୁ ସୀମା ପୁନଃ ନିର୍ଦ୍ଧାରଣରେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନ ମଧ୍ୟରେ ମିଶାଇ ଦିଆଯାଇଛି। ଫଳରେ ପଟ୍ଟାମୁଣ୍ଡାଇ ତା’ର ସତା ହରାଇ ସବୁ କ୍ଷେତ୍ରରେ ଅବହେଳିତ ହୋଇପଡିଛି। ରାସ୍ତାଘାଟ ଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନାନାଦି ସମସ୍ୟା ରହିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ ପ୍ରକଳ୍ପରୁ ବାଦ ଦିଆଯାଉଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟ ସବୁ ଫଳକରେ ସୀମିତ ରହିଥିବା ବେଳେ ଉନ୍ନତି କଥା ନା ଶାସକ ଦଳ ନା ବିରୋଧୀ ଦଳ କାହାରି ଚିନ୍ତା ନାହିଁ। ଯେଉଁ କିଛି ଉନ୍ନତିକରଣ କାର୍ଯ୍ୟ ହେଉଛି ତାହା ସରକାରଙ୍କ ପକ୍ଷରୁ ଏକ ଗତାନୁଗତିକ ଧାରାରେ ଚାଲିଛି। ସାଧାରଣ ଭାବେ ରାଜ୍ୟ ସରକାରଙ୍କ ସାମଗ୍ରୀକ ଭାବେ କରାଯାଉଥିବା ଉନ୍ନତିମୂଳକ କାର୍ଯ୍ୟ ବ୍ୟତିତ ପଟ୍ଟାମୁଣ୍ଡାଇ ପାଇଁ ନା ଶାସକ କିମ୍ବା ବିରୋଧୀଙ୍କର କୌଣସି ସ୍ବତନ୍ତ୍ର ଦୃଷ୍ଟି ଭଙ୍ଗି ନାହଁି। ଏଭଳି ଆତ୍ମ ପ୍ରବଞ୍ଚନାର ଶିକାର ହେଉଛନ୍ତି ପଟ୍ଟାମୁଣ୍ଡାଇର ଜନସାଧାରଣ। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ଅବହେଳାର ପ୍ରତିଛବି ପଟ୍ଟାମୁଣ୍ଡାଇ ସହରରେ ଜଳଜଳ ହୋଇ ଦେଖାଯାଉଛି। ଏ ନେଇ ଶାସକ ଦଳ ନା ବିରୋଧୀ କେହି ସ୍ବାର୍ଥ ଭୟରେ ସ୍ବର ଉଠାଉ ନାହାନ୍ତି। ପଟ୍ଟାମୁଣ୍ଡାଇ ସହରରେ ବହୁବର୍ଷ ହେବ ବସ୍‌ଷ୍ଟାଣ୍ଡ ନ ଥିବାବେଳେ ଚଳିତବର୍ଷ ଅଗଷ୍ଟ ୨୩ରେ ମୁଖ୍ୟମନ୍ତ୍ରୀ ସାମଗ୍ରୀକ ଭାବେ ଶିଳାନ୍ୟାସ କରିଛନ୍ତି। ସେହିପରି ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଅଭାବ, ଚିକିତ୍ସାଳୟରେ ଡାକ୍ତର ସହ କର୍ମଚାରୀ ଅଭାବ, ୩୫ ବର୍ଷର ପୌରପରିଷଦ ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ଇକୋ ଶୌଚାଳୟ, ଭେଣ୍ଡିଂ ଜୋନ ଆଦି ଅପ୍ରାଷଙ୍ଗିକ ହୋଇପଡ଼ିଛି। ବିଭିନ୍ନ ପୋଖରୀ, ଗୋବରୀ ନଦୀ ଜବଦଖଲକାରୀଙ୍କ ଅଧୀନକୁ ଚାଲି ଗଲାଣି। ସହର ଆଲୋକୀକରଣ ଓ ପାର୍କକୁ ଉପଯୋଗୀ କରାଯାଉନାହଁି। ପଟ୍ଟାମୁଣ୍ଡାଇ ଅଞ୍ଚଳ ଡାକ ବଙ୍ଗଳା ଶ୍ରୀହିନ ହୋଇପଡ଼ିଛି। ସୌନ୍ଦର୍ଯ୍ୟକରଣରେ ଅଣଓସାରିଆ ରାସ୍ତା, ବିଦ୍ୟୁତ୍‌ ଖୁଣ୍ଟ ଆଦି ବାଧା ସୃଷ୍ଟି କରୁଛି। ପୌରାଞ୍ଚଳରେ ବୁଲା ଗାଈ ଗୋରୁ ବୁଲୁଛନ୍ତି। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭେଣ୍ଡିଂ ଜୋନ, ଶ୍ମଶାନ ଗୃହ, ମଲ୍ଟି ଷ୍ଟୋରେଜ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା ମଧ୍ୟ ଫଳକରେ ସୀମିତ ହୋଇ ରହିଛି। ଏହାର ଅଗ୍ରଗତି ନେଇ ବିରୋଧୀ ଓ ଶାସକ ଦଳର ନେତାମାନେ ପ୍ରତିବାଦ ନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ ରହୁଛନ୍ତି। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଦପ୍ତରରେ ଯନ୍ତ୍ରୀ ଓ କର୍ମଚାରୀ ଅଭାବରୁ ଠିକ୍‌ ଢଙ୍ଗରେ କୌଣସି କାର୍ଯ୍ୟ ହେଉନାହଁି। ଅନ୍ୟ କେତେଗୋଟି କାର୍ଯ୍ୟାଳୟରେ କିରଣି, ଯନ୍ତ୍ରୀ, ଅଫିସରମାନେ ରାଜନେତାଙ୍କୁ ହାତ କରି ବିଭିନ୍ନ ବିଭାଗରେ ୯ରୁ ୧୦ବର୍ଷ ପଡ଼ି ରହି ଅର୍ଥ ହରିଲୁଟ କରିବାରେ ବ୍ୟସ୍ତ ରହୁଛନ୍ତି। ଏ ଦିଗରେ ବିରୋଧୀ ପ୍ରତିବାଦର ସ୍ବର ଉଠାଉ ନ ଥିବାବେଳେ ଛୋଟ ମୋଟ କଥାକୁ ନେଇ ସୋସିଆଲ ମିଡ଼ିଆରେ ବାଦ ବିବାଦ ଛିଡ଼ା କରୁଛନ୍ତି। ମଙ୍ଗଳବାର ବିଜେଡି ପ୍ରତିଷ୍ଠା ଦିବସରେ ରାଜନଗର ବିଜେଡି ପକ୍ଷରୁ ରାଜନଗରଠାରେ ପାଳନ କରାଯାଇଥିଲା। କନ୍ତୁ ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକରେ ଥିବା ମୂର୍ତ୍ତିରେ କେହି ଫୁଲମାଳ ନ ଦେବା ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ଘଟଣା ପଟ୍ଟାମୁଣ୍ଡାଇର କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri