ଶ୍ରୀଦେବୀଙ୍କ ପରେ ନାଗିନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ପୁଣିଥରେ ବଡ ପରଦାରେ ଖୁବ୍ ଶୀଘ୍ର ଦେଖାଯିବେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରଦ୍ଧା ଏଥର ଏକ ନୂଆ ଅବତାରରେ ନଜର ଆସିବେ । ଶ୍ରୀଦେବୀଙ୍କ ପରେ ଏବେ ଶ୍ରଦ୍ଧା ନାଗିନ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ଫିଲ୍ମ ମେକର ନିଖିଲ ଦ୍ୱିବେଦିଙ୍କ ଫିଲ୍ମରେ ଶ୍ରଦ୍ଧା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏବେଠାରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁଯାୟୀ ଶ୍ରଦ୍ଧା ଏଥିପାଇଁ କୁଆଡେ ସାଇନ୍ କରିସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ସ୍ଥିର କରାଯାଇ ନାହିଁ । ପିଲାଦିନୁ ଶୀଦେବୀଙ୍କ ନାଗିନ ଚରିତ୍ର ତାଙ୍କୁ ପ୍ରେରଣା ଦେଇଥିବା ବେଳେ ଏବେ ସେ ସେହି ଚରିତ୍ରରେ ଅଭିନୟ କରିବାକୁ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ଅବଶ୍ୟ ଶ୍ରୀଦେବୀଙ୍କ ବ୍ୟତୀତ ରେଖା, ରିନା ରୟ ଆଦିଙ୍କୁ ବଡ ପରଦାରେ ନାଗିନ ଭୂମିକାରେ ଦେଖିବାକୁ ମିଳିଛି । ହେଲେ ଶ୍ରଦ୍ଧା ବିଶେଷ ଭାବେ ଶ୍ରୀଦେବୀଙ୍କ ଦ୍ୱାରା ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି । ଏହାଏକ ରୋମାଣ୍ଟିକ ଫିଲ୍ମ ବୋଲି କୁହାଯାଉଛି ।

Share