ଶାହରୁଖ ଖାଁଙ୍କୁ ମିଳିଲା ହତ୍ୟା ଧମକ, ଆଗରୁ ଟାର୍ଗେଟରେ ଅଛନ୍ତି ସଲମାନ

ମୁମ୍ବାଇ,୭ା୧୧: ବଲିଉଡ ବାଦଶାହ ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା। ଶାହରୁଖ ଖାନଙ୍କ ଟିମ୍ ବାନ୍ଦ୍ରା ପୋଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି।

ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଫିସକୁ ଏହି କଲ୍ କରାଯାଇଥିଲା। ବାନ୍ଦ୍ରା ପୋଲିସ୍ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ବର୍ତ୍ତମାନ ରାୟପୁର ଅଭିମୁଖେ ବାହାରିଛନ୍ତି, ଯେଉଁଠାରୁ ଧମକ ଆସିଛି।

ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଅଫିସକୁ ଏହି କଲ୍ କରାଯାଇଥିଲା। ବାନ୍ଦ୍ରା ପୋଲିସ୍ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ବର୍ତ୍ତମାନ ରାୟପୁର ଅଭିମୁଖେ ବାହାରିଛନ୍ତି, ଯେଉଁଠାରୁ ଧମକ ଆସିଛି। ଫୋନ୍ କରି କୁହାଯାଇଥିଲା ଯେ, ଯଦି ଶାହରୁଖଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛ, ତେବେ କଟିଏ ତାଙ୍କ ଦିଅ, ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।

ସଲମାନଙ୍କ ପରେ ଶାହରୁଖଙ୍କୁ ଏପରି ଧମକପୂର୍ଣ୍ଣ କଲ୍ ଆସିବା ପରେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇପାରେ। ଏବେ ଶାହରୁଖଙ୍କ ଘର ମନ୍ନତ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କିଛିଦିନ ତଳେ ଶାହରୁଖଙ୍କ ଘର ବାହାରେ ପୋଲିସ ବ୍ୟରିକେଡ ଲଗାଇଥିଲା। ତେବେ କୁହାଯାଉଛି କି ଶାହରୁଖଙ୍କ ତରଫରୁ ଏବେ ଅଧିକ ସୁରକ୍ଷା ମଗାଯାଇନାହିଁ। ଶହରୁଖ ଯୁଆଡେ ବି ଯାଆନ୍ତି ତାଙ୍କ ସହିତ ନିଜର ସୁରକ୍ଷାକର୍ମୀଙ୍କୁ ନେଇଯାଇନ୍ତି।

ପୂର୍ବରୁ ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ତାଙ୍କ ଗାଲସ୍କି ଆପାର୍ଟମେଣ୍ଟ ଉପରକୁ ଗୁଳିମାଡ଼ ମଧ୍ୟ ହୋଇଥିଲା। ଯାହାପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ନିକଟରେ ସଲମାନଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଧିକିଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ସୁଟରମାନେ ଗୁଳିକରି ହତ୍ୟା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri